ଭୁବନେଶ୍ୱର:ସରିଲା ଆଦିବାସୀ ମେଳା। ୧୩ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଉଦ୍ଯାପିତ ହୋଇଛି।ଉଦ୍ଯାପନୀ ଉତ୍ସବରେ ଯୋଗଦେଇଥିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏଥର ୧୩ ଦିନରେ ସାଢ଼େ ୮ କୋଟି ବେପାର ହୋଇଛି।ଆସନ୍ତା ବର୍ଷ ୯ କୋଟିର ବ୍ୟବସାୟ କରିବାକୁ ଲକ୍ଷ୍ୟ ଥିବା କହିଲେ ମନ୍ତ୍ରୀ।
ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଆଦିବାସୀ ମେଳାକୁ ଚଳିତ ବର୍ଷ ଆଗୁଆ କରାଯାଇ ଜାନୁଆରୀ 5 ରୁ ଜାନୁଆରୀ 15 ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଏହି ମେଳାରେ ୨୦ ଗୋଟି ଆଦିବାସୀ କୁଡ଼ିଆ, ବିକ୍ରିବଟା ପାଇଁ ୧୪୭ ଟି ଷ୍ଟଲ୍, ୧୫ଟି ଲାଇଭ୍ ଡେମନଷ୍ଟ୍ରେସନ୍ ପାଇଁ ସ୍ଥାନ ଥିବା ବେଳେ ଫୁଡ୍ କୋର୍ଟ, କଳା ଓ ହସ୍ତଶିଳ୍ପ ଷ୍ଟଲ୍, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ କୁ ସ୍ଥାନ ଦିଆଯାଇଥିଲା।

Comments are closed.