ଜଳବାୟୁ ପରିବର୍ତ୍ତନ ଆଗକୁ ବିଭିନ୍ନ ପ୍ରକାରର ସମସ୍ୟାର କାରଣ ହେବାକୁ ଯାଇଛି । ଆଗକୁ ଜଳବାୟୁ ପରିବର୍ତ୍ତନ କାରଣରୁ ମଣିଷ ଜୀବନରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖାଯିବା ନେଇ ବୈଜ୍ଞାନିମାନେ ଆକଳନ କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଲା ନିଦ୍ରାର ସମୟ କମିବ ।

ଡେନ୍ମାର୍କର ଏକ ବିଶ୍ୱବିଦ୍ୟାଳୟର ଗବେଷଣା ଅନୁସାରେ ୨୦୯୯ ସୁଦ୍ଧା ଜଳବାୟୁ ପରିବର୍ତ୍ତନ କାରଣରୁ ଗୋଟିଏ ମଣିଷର ନିଦ୍ରା ସମୟ ବର୍ଷକୁ ପାଖାପାଖି ୫୦ରୁ ୫୮ ଘଣcା କମିବ । ଏହି ଗବେଷଣା ପାଇଁ ସେମାନେ ବିଶ୍ୱର ୬୮ଦେଶର ନିଦ୍ରା ରେକର୍ଡକୁ ସଂଗ୍ରହ କରିଥିଲେ । ଏଥିରେ ୭ ମିଲିଅନ ଲୋକଙ୍କର ନିଦ ରେକର୍ଡ ରହିଥିଲା ।

ଗବେଷକଙ୍କ ମତରେ ଯେଉଁଦିନ ରାତିର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି ସେ ସମୟରେ ମଣିଷର ନିଦ ପାଖାପାଖି ୧୪ ମିନିଟ୍ କମୁଛି ,ତେଣୁ ଜଳବାୟୁରେ ପରିବର୍ତ୍ତନ କାରଣରୁ ଏହି ସମୟ ଧୀରେଧୀରେ ବଢୁଛି । ତେବେ ଏହାର ନକରାତ୍ମକ ପ୍ରଭାବ ବହୁଳମାତ୍ରାରେ ମଣିଷ ଶରୀର ଉପରେ ପଡିବ ବୋଲି ଗବେଷକମାନେ ମତ ଦେଇଛନ୍ତି ।

Comments are closed.