ସାଧାରଣତଃ ଫ୍ଲୁ ହେଲେ ସମସ୍ତେ ଖୁବ ହଇରାଣ ହୋଇଥାଆନ୍ତି । ଏହାକୁ ଭଲ କରିବାକୁ କିମ୍ବା ଚିହ୍ନଟ କରିବାକୁ ଡାକ୍ତରମାନେ ବିଭିନ୍ନ ପ୍ରକାରର ପନ୍ଥା ଆପଣାଇଥାଆନ୍ତି । ବର୍ତ୍ତମାନ ବୈଜ୍ଞାନିକମାନେ ଏକ ଚୁଇଗମର ଉଦ୍ଭୁାବନ କରିଛନ୍ତି ଯାହା ଫ୍ଲୁ ଭାଇରସକୁ ଚିହ୍ନଟ କରିବାରେ ସମର୍ଥ । ସୂଚନା ଅନୁସାରେ ଏହି ଚୁଇଗମରେ ଏକ ସେନ୍ସର ଲଗାଯାଇଛି ଯାହା ଫ୍ଲୁ ଭାଇରସର ସମ୍ପର୍କରେ ଆସିବାକ୍ଷଣି ଜୁଆଣି ଫୁଲର ସ୍ୱାଦ ବାହାର କରିବ । ଯାହାଫଳରେ ଆପଣ ଜାଣିପାରିବେ ଆପଣଙ୍କ ଶରୀରରେ ଫ୍ଲୁ ସଂକ୍ରମଣର ଜୀବାଣୁ ଅଛନ୍ତି ଏବଂ ଆପଣ ଉପଚାର ଆରମ୍ଭ କରିପାରିବେ । ତେବେ ଏହି ସେନ୍ସରଟି ଜିଭ ସାହାଯ୍ୟରେ ଏହି ଫ୍ଲୁର ଚିହ୍ନଟ କରିବ । ଚୁଇଗମଟି ଲୋକଙ୍କ ପାଇଁ ଖୁବ ଉପକାରୀ ହେବ ବୋଲି ଏହାକୁ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।
