ପାଣି ପାଇଁ ବ୍ୟାପୁଛି କିଡନୀରୋଗ, ଏବେ ବି ଗାଁରେ ୧୮ ପୀଡ଼ିତ

ନର୍ଲା : ଜଳ ନେଇଛି ଜୀବନ । ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ରୁପ୍ରା ପଞ୍ଚାୟତ ଶତାଧିକ ଲୋକେ । ବିଶୁଦ୍ଧ ପାଣି ଟିକିଏ ନମିଳିବା କାରଣରୁ କିଡିନୀ ରୋଗ ପରି ମାରାତ୍ମକ ରୋଗ ସହ ଲଢ଼ୁଛନ୍ତି ଗ୍ରାମବାସୀ । ଏହି ଘଟଣା ହେଉଛି, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ପଞ୍ଚାୟତ । ଏଠାରେ ପାଣି ବୁନ୍ଦାଏ ପାଇଁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଅଞ୍ଚଳବାସୀ । ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହୋଇଛି । ହେଲେ ଏପର୍ଯ୍ୟନ୍ତ ଗାଁରେ ବିଶୁଦ୍ଧ ପାଣି ଟୋପାଏ ପହଞ୍ଚି ପାରିନାହିଁ ।

ଫଳରେ କିଡନୀ ରୋଗ ଯୋଗୁ ୧୦ ବର୍ଷରେ ୧୨ଜଣଙ୍କ ମୃତ୍ୟୁ ହେଲାଣି । ବର୍ତ୍ତମାନ ମଧ୍ୟ କଲାରପଦର ଗାଁରେ ୧୮ ଜଣ କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି । ଗାଁର ମଲ୍ଲୀ କୁମାର, ରାମ କୁମାର, ଲେପ ମାଝୀ, ଚଞ୍ଚଳା ମାଝୀ, ଗେଲ ଜାଲ୍‌, ବିଶ୍ୱାମିତ୍ର ପାତ୍ର, କେଶରୀ ମାଝୀ, ଲିଙ୍ଗ ମାଝୀ, ପୁଷ୍ପାଞ୍ଜଳି ହେରନା, ଜଗନ୍ନାଥ କୁମାର, କବିତା କୁମାର, ମରୁଆଁ ବାଗ୍‌, ବିନୋଦିନୀ ଜାଲ୍‌, ଭକ୍ତବନ୍ଧୁ ମାଝୀ, ସୁଜାତା ମାଝୀ, କ୍ଷମାନିଧି ମାଝୀ, ସୈରନ୍ଦ୍ରୀ କୁମାର, ବିଳାସ କୁମାର ଆଦି କିଡନୀରୋଗରେ ଆକ୍ରାନ୍ତ ଅଛନ୍ତି ବୋଲି କହିଛନ୍ତି ।

ପାଣି ପାଇଁ ବ୍ୟାପୁଛି କିଡନୀରୋଗ, ଏବେ ବି ଗାଁରେ ୧୮ ପୀଡ଼ିତ

୨୦୧୬ ମସିହାରୁ ଏହି ରୋଗ ଗାଁରେ ବ୍ୟାପୁଥିବା ବେଳେ ସରକାର ଏଥି ପ୍ରତି ନଜର ଦେଇନଥିବା ଚିନ୍ତାର କାରଣ ପାଲଟିଛି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଗାଁ ଗାଁରେ ପିଇବା ପାଣିର ବ୍ୟବସ୍ଥା କରୁଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ଏହି ଅଞ୍ଚଳରେ ସମସ୍ତ ଯୋଜନାର ବାସ୍ତବ ରୂପ ବେଶ ବାରିହୋଇ ପଡ଼ୁଛି । ଗାଁରେ ୬୦ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରୁଛନ୍ତି । ପିଇବା ପାଣି ଓ ଚିକିତ୍ସା ଭଳି ସମସ୍ୟା ଏମାନଙ୍କ ପାଇଁ ଏକ ଅଭିଶାପ ପାଲଟିଛି । ଯଦି ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତେ ତେବେ ବାସ୍ତବରେ ଗାଁର ଏହି ଚିତ୍ର ବଦଳି ଯାଆନ୍ତା । ମୃତ୍ୟୁ ସହ ଲଢ଼େଇ କରୁଥିବା ୧୮ ଗ୍ରାମବାସୀ ବଞ୍ଚିଯାଆନ୍ତେ ।

Launching Ceremony of “AYUSHMAN BHARAT

Comments are closed.