ସାଧାରଣତଃ ବର୍ଷାଦିନେ ମହିଳାମାନେ ଶାଢୀ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ । ଶାଢୀ ଏକ ହେଭି ଗେଟଅପ୍ ହୋଇଥିବାରୁ ବର୍ଷାରେ ଭିଜିଗଲେ ଏହାକୁ କ୍ୟାରୀ କରିବା ଅସମ୍ଭବ ହୋଇଯାଏ । କିନ୍ତୁ ଯଦି ନିହାତି ଆପଣଙ୍କୁ ଏହି ସମୟରେ ଶାଢୀ ପିନ୍ଧିବାକୁ ପଡୁଛି ତେବେ କିଛି ଜରୁରୀ ଦିଗ ଉପରେ ଧ୍ୟାନ ଦେଲେ ବର୍ଷାଦିନେ ବି ଶାଢୀ ଆପଣଙ୍କୁ ଆରାମଦାୟକ ଲାଗିବ ।
ବର୍ଷାଦିନ ଆସିବା ମାତ୍ରେ ଫ୍ୟାଶନ ଓ ୱାର୍ଡରୋବରେ ପରିବର୍ତ୍ତନ ଦେଖାଦିଏ । କାରଣ ଏହି ସମୟରେ ପୋଷାକ ପତ୍ର ଓ ପରିଚ୍ଛନ୍ନତା ପ୍ରତି ସତର୍କ ନ ରହିଲେ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣର ଶିକାର ହେବା ସମସ୍ୟା ବଢିଯାଏ । ଏହା ସହିତ ବର୍ଷାଦିନେ ଲୁଗାପଟା ଶୁଖୁ ନ ଥିବାରୁ ହାଲକା ପୋଷାକ ପିନ୍ଧିବାକୁ ପଡିଥାଏ । ଯଦି ଆପଣ ଏପରି କିଛି ଚାକିରି କରୁଛନ୍ତି ଯେଉଁଠି ଆପଣ ଶାଢୀ ପିନ୍ଧିବା ନିହାତି ଆବଶ୍ୟକ ସେପରି କ୍ଷେତ୍ରରେ ଆପଣଙ୍କ ଲାଗି କିଛି ଟି« ଯାହା ଅନୁସରଣ କଲେ ଶାଢୀରେ ବି ଆପଣ ନିଜକୁ ବେଶ୍ ସହଜ ଅନୁଭବ କରିବେ ।
ସଠିକ୍ ରଙ୍ଗ ଚୟନ କରନ୍ତୁ:
ଗରମ ଦିନମାନଙ୍କରେ ଯେତେବେଳେ ଲାଇଟ୍ ଓ ପେଷ୍ଟାଲ କଲର ପସନ୍ଦ କରାଯାଏ ସେତେବେଳେ ବର୍ଷା ଦିନେ ଏପରି ଶେଡସ୍ ପସନ୍ଦ କରନ୍ତୁ ନାହିଁ । କାରଣ ଏପରି ଶେଡସ୍ରେ ବର୍ଷାରେ ଥରେ ଛିଟା ଲାଗିଗଲେ ତାହାକୁ ଛଡାଇବା ମୁସ୍କିଲ ହୋଇଯାଏ । ବର୍ଷାଦିନେ ଡାର୍କ ଶେଡସ୍ ଚୟନ କରନ୍ତୁ । ଆପଣ ଏହି ସମୟରେ ସବୁଜ ରଙ୍ଗର ଶାଢୀ ପିନ୍ଧିପାରିବେ । ଏହା ବ୍ୟତିତ ନୀଳ, କଳା, ମେରୁନ୍, ଅରେଞ୍ଜ ଶେଡସ୍୍ ମଧ୍ୟ ଠିକ୍ ରହିବ ।
ଲାଇଟ୍େୱଟ୍ ଫେବ୍ରିକ୍:
ବର୍ଷାଋତୁ ପାଇଁ ଲାଇଟ୍ େୱଟ୍ ଫେବ୍ରିକ୍ ଶାଢୀ ଚୟନ କରନ୍ତୁ । ଏହା ପିନ୍ଧିବାକୁ ଆରାମ ଲାଗିଥାଏ ଓ ଶୀଘ୍ର ଶୁଖିଯାଏ । ସିଫନ, ଜର୍ଜେଟ୍ ନେଟ୍ ଶାଢୀ ଏହି ଋତୁରେ ବେଷ୍ଟ ଅ«ନ ହୋଇଥାଏ । କେବଳ ଏତିକି ନୁହେଁ ଅନ୍ୟ ଫେବ୍ରିକ୍ ତୁଳନାରେ ଏହା ଶସ୍ତା ମଧ୍ୟ ହୋଇଥାଏ ।
ୱାଟରପ୍ରୁଫ୍ ମେକଅପ୍:
ବିନା ମେକଅପ୍ରେ ଶାଢୀ ଲୁକ୍ ଅଧୁରା ଲାଗିଥାଏ । ଯଦି ଆପଣ ମେକଅପ୍ କରୁଥାନ୍ତି ତେବେ ନର୍ମାଲ କାଜଲ, ମସ୍କରା ଓ ଲାଇନର୍ ଆପଣଙ୍କ ଲୁକ୍କୁ ବଢାଇବା ପରିବର୍ତ୍ତେ ବିଗାଡି ଦେଇପାରେ । ଏଣୁ ବର୍ଷାଦିନେ ୱାଟରପ୍ରୁଫ୍ ମେକଅପ୍ ପ୍ରଡକଫ ବ୍ୟବହାର କରନ୍ତୁ ।
ଫୁଟ୍ୱିୟର୍ସ:
ବର୍ଷାଦିନେ ଶାଢୀ ସହିତ ଜୋତାର ଚୟନ ସବୁଠୁ କାଠିକର ବ୍ୟାପାର । ଶାଢୀ ସହ ହିଲ୍ସ ପରିବର୍ତ୍ତେ ଫ୍ଲାଟସ୍ ଓ ବାଲେରିନା ଫୁଟୱିୟର ଚୟନ କରନ୍ତୁ । ଏହା ଗୋଡ ଖସିବାର ସମ୍ଭାବନା ଦୂର କରିବା ସହ ଶାଢୀ ସହ ବେଶ୍ ମ୍ୟାଚ୍ ମଧ୍ୟ କରିବ ।
ମିନିମମ୍ ଜୁଏଲାରୀ:
ଜୁଏଲାରୀ ଶାଢୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଜୁଏଲାରୀ ବିନା ଶାଢୀ ଲୁକ୍ କମ୍ପ୍ଲିଟ୍ ହୋଇ ନ ଥାଏ । କିନ୍ତୁ ବର୍ଷାଦିନେ ଶାଢୀ ସହ ହେଭି ଜୁଏଲାରୀ ପିନ୍ଧନ୍ତୁ ନାହିଁ । ଲାଇଟ ଜୁଏଲାରୀ ଯେପରିକି ନେକଲେସ୍ ଓ ଇୟରରିଙ୍ଗ ମଧ୍ୟରୁ କୌଣସି ଗୋଟିଏ ଚୟନ କରନ୍ତୁ ।
Comments are closed.