ଚିପ୍‌ ସାହାଯ୍ୟରେ ହେଉଛି ସବୁକିଛି

0

ଆଜିକାଲି ଧୀରେଧୀରେ ସବୁ ଡିଜିଟାଲ ହେବାରେ ଲାଗିଛି, ସମସ୍ତେ ନିଜର ବିଭିନ୍ନ କାର୍ଯ୍ୟକୁ ଡିଜିଟାଲି କରିବାକୁ ଚେଷ୍ଟା କରୁଛନ୍ତି । ସେହିଭଳି ଏକ ଘଟଣା ନିକଟରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ସ୍ୱିଡେନରେ ଲୋକମାନେ ନିଜ ହାଥରେ ଚିପ୍‌ ଲଗାଉଛନ୍ତି । ଏହାକୁ ସର୍ଜରୀ କରି ହାତରେ ସେମାନେ ଇମପ୍ଲାଣ୍ଟ କରୁଥିବା ଜଣା ପଡିଛି । ଏହି ଚିପ୍‌ ସାହାଯ୍ୟରେ ସେମାନେ ନିଜର ଡିଜିଟାଲ ଠିକଣା ସହିତ ଅର୍ଥ ନେଣଦେଣ ମଧ୍ୟ କରିପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ହଜାର ସ୍ୱିଡେନ୍‌ ନାଗରିକ ନିଜ ଶରୀରରେ ଏହି ଚିପ ଲଗାଇ ସାରିଛନ୍ତି । ସାଧାରଣତଃ ଏହି ଚିପ୍‌କୁ ଦୁଇ ଆଙ୍ଗୁଠି ମଝିରେ ଲଗାଯାଇଥାଏ । ଏହି ଚିପ ଆଇଡି କାର୍ଡ, କ୍ରେଡିଟ କାର୍ଡ, ଟ୍ରେନ ଟିକେଟ, ଜିମ ପାସ ଭଳି ଅନେକ ସାମଗ୍ରୀ ପାଇଁ ବ୍ୟବହାର କରୁଛନ୍ତି । ଏହି ଚିପ୍‌କୁ ହାଥରେ ଲଗାଇବା ପରେ ପମେଣ୍ଟ କରିବା, କୌଣସି ସ୍ଥାନରେ ଚେକ୍‌ ଇନ କରିବାପାଇଁ ଏହାକୁ ବ୍ୟବହାର କରାଯାଉଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.