ପଶ୍ଚିମବଙ୍ଗ: ଚାଇନିଜ୍ ଖାଇବା ସମସ୍ତଙ୍କର ପ୍ରିୟ ହୋଇଥାଏ । ସମସ୍ତେ ଏହାକୁ ଖାଇବାକୁ ଭଲ ପାଇଥାଆନ୍ତି । ତେବେ ଏହା କେବଳ ରେସ୍ତୋରାଁ ହେଉ କି ହୋଟେଲ୍ରେ ମିଳିଥାଏ । ହେଲେ ମନ୍ଦିରରେ ଚାଇନିଜ୍ ଭୋଗ ମିଳିବା ଅସମ୍ଭବ ଭଳି ଲାଗିଥାଏ । କଥାଟି ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ସତ । ଏଭଳି ଏକ ସ୍ୱତନ୍ତ୍ର ମନ୍ଦିର ରହିଛି ଯେଉଁଠି ଚାଇନିଜ୍ ଖାଦ୍ୟ ଭୋଗ ଲାଗିବା ସହିତ ପ୍ରସାଦ ଭଳି ମଧ୍ୟ ଦିଆଯାଇଥାଏ । ପଶ୍ଚିମବଙ୍ଗରେ ରହିଛି ଏହି ‘ଚାଇନିଜ୍ କାଳୀ ମାତା ମନ୍ଦିର’ ।
ଏହି ମନ୍ଦିରକୁ ହିନ୍ଦୁ ଲୋକଙ୍କ ସହିତ ଚାଇନିଜ୍ ଲୋକ ମଧ୍ୟ ପୂଜା କରିବାକୁ ଆସିଥାଆନ୍ତି । ଏଠାରେ ପୂଜା ପରେ ପ୍ରସାଦରେ ଭକ୍ତଙ୍କୁ ନୁଡୁଲ୍ସ, ଚାଓମିନ୍, ମଞ୍ଚୁରିଆନ୍ ଆଦି ଦିଆଯାଇଥାଏ । ଇତିହାସ ଅନୁସାରେ ଏହି ମାତାଙ୍କ ମନ୍ଦିର ଚାଇନିଜ୍ ମାନେ କରିଥିଲେ ।
ଲୋକକଥା ଅନୁସାରେ ଏକ ଗଛମୂଳେ କେତୋଟି କଳା ପଥରକୁ କାଳୀଙ୍କର ପ୍ରତୀକ ବୋଲି ଧରାଯାଇ ପ୍ରଥମେ ପୂଜା ଆରମ୍ଭ କରାଯାଇଥିଲା । ଜଣେ ବାଳକର ଜୀବନ ମଧ୍ୟ ଏହି ମାତାଙ୍କ ପୂଜା କରିବା ଫଳରେ ବଞ୍ଚିଥିଲା, ତେଣୁ ସେବେଠାରୁ ଏଠାରେ ଚୀନ ଲୋକମାନେ ପୂଜା କରନ୍ତି ବୋଲି ଲୋକକଥ ରହିଛି । ତେବେ ଏଠାରେ ମିଳୁଥିବା ପ୍ରସାଦ ଏହାକୁ ନିଆରା ବନାଇଥାଏ । ଯେଉଁ କାରଣରୁ ଦେଶ ବିଦେଶରେ ଏହା ପରିଚିତ ।

Comments are closed.