ତାଇୱାନକୁ ନେଇ ମୁହାଁମୁହିଁ ସ୍ଥିତିରେ ଚୀନ-ଆମେରିକା

ନୂଆଦିଲ୍ଳୀ: ପୁଣି ଆଉ ଏକ ଯୁଦ୍ଧ ଆଶଙ୍କା । ତାଇୱାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ଚୀନ । ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନର ତାଇପେଇରେ ପହଞ୍ଚିବା ପରେ ଉତ୍ତେଜନା ବଢି ତାଇୱାନ-ଚୀନ୍‌ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି । ତାଇୱାନକୁ ଚାରିପଟୁ ଘେରିରହିଛି ଚୀନ ସେନା । କାଲିଠାରୁ ଏଠାରେ ସମରାଭ୍ୟାସ କରିବ ପିପୁଲ୍ସ ଲିବରେସନ ଆର୍ମି । ଗୁଳିଗୋଳା ବର୍ଷଣ ସହ ପୂର୍ଣ୍ଣ କ୍ଷମତାରେ ଅଭ୍ୟାସ କରିବ ଚୀନ୍‌ ସେନା । ଚୀନର ଲଢୁଆ ବିମାନ ତାଇୱାନ ଆକାଶମାର୍ଗରେ ଘୁରି ବୁଲୁଛି । ଏପରିକି ୨୧ ଥର ତାଇୱାନ ବାୟୁସୀମାରେ ପଶିଲାଣି ଡ୍ରାଗନର ଲଢୁଆ ବିମାନ ।

ତାଇୱାନକୁ ନେଇ ମୁହାଁମୁହିଁ ସ୍ଥିତିରେ ଚୀନ-ଆମେରିକା
ତାଇୱାନର ତାଇପେଇରେ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ତାଇୱାନକୁ ଚାରିପଟୁ ଘେରିରହିଛି ଚୀନ ସେନା । ଅଗଷ୍ଟ ୪ରୁ ୭ ଏଠାରେ ସମରାଭ୍ୟାସ କରିବ ପିପୁଲ୍ସ ଲିବରେସନ ଆର୍ମି । ଗୁଳିଗୋଳା ବର୍ଷଣ ସହ ପୂର୍ଣ୍ଣ କ୍ଷମତାରେ ଅଭ୍ୟାସ କରିବ ଚୀନ ସେନା । କୁହାଯାଉଛି ତାଇୱାନକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ତିକ୍ତତା ଆଉ ପାଦେ ଆଗେଇଛି । ତେଣୁ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ତାଇୱାନକୁ ନେଇ ମୁହାଁମୁହିଁ ସ୍ଥିତିରେ ଚୀନ-ଆମେରିକା

କିଛିଦିନ ହେଲା ତାଇୱାନର ବାୟୁସୀମାରେ ଯୁଦ୍ଧ ବିମାନ ଉଡାଇବାଠୁ ଆରମ୍ଭ କରି, ଦକ୍ଷିଣ ଚୀନ ସାଗରରେ ଯୁଦ୍ଧପୋତ ମୁତୟନ ଏବଂ ପଦାତିକ ବାହିନୀର ସମରାଭ୍ୟାସ କରିଆସୁଛୁ ଚୀନ ସେନା ପିଏଲଏ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରୁଛି ଚୀନ । ଜେ-୨୦ ଭଳି ଲଢୁଆ ବିମାନ ଏବଂ ଡିଏଫ-୧୭ ଭଳି ହାଇପରସୋନିକ ମିଜାଇଲ ମଧ୍ୟ ମୁତୟନ ହୋଇଛି । ଯାହା ୟୁକ୍ରେନ-ରୁଷିଆ ଯୁଦ୍ଧ ପରେ ଚୀନ-ତାଇୱାନ ଯୁଦ୍ଧ ଆଡକୁ ଇସାରା କରୁଛି । ତେବେ ବାରଣ ସେ‰ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନରେ ପହଞ୍ଚିବା ପରେ ଅଧିକ ଚିଡି ଉଠିଛି ବେଜିଂ ।

ତାଇୱାନକୁ ନେଇ ମୁହାଁମୁହିଁ ସ୍ଥିତିରେ ଚୀନ-ଆମେରିକା

ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ବିମାନ ତାଇୱାନ ଆକାଶରେ ପହଞ୍ଚିବା ପରେ ଅତି ଉତ୍ସାହର ସହ ତାଙ୍କୁ ସ୍ୱାଗତ କରିଥିଲେ ତାଇୱାନବାସୀ । ତାଇୱାନର ତାଇପେଇରେ ପହଞ୍ଚିବା ପରେ ନାନ୍ସି ପେଲୋସି କହିଥିଲେ ଯେ, ଗଣତନ୍ତ୍ରକୁ ଆମେରିକାର ସମର୍ଥନ ରହିଛି । ତେବେ ୮୧ ବର୍ଷୀୟ ନାନ୍ସିଙ୍କ ଏହି ବୟାନ ହିଁ ଜିନପିଙ୍ଗ ସରକାରଙ୍କୁ ଚିଡାଇ ଦେଇଛି ।

ତାଇୱାନକୁ ନେଇ ମୁହାଁମୁହିଁ ସ୍ଥିତିରେ ଚୀନ-ଆମେରିକା

ମୁହାଁମୁହିଁ ଦୁଇ ମହାଶକ୍ତି
-ଆମେରିକା ଭୁଲ ରାସ୍ତାରେ ଗଲେ କଡା ଜବାବ ଦିଆଯିବ ବୋଲି ଚୀନ କହିଛି ।

-ସବୁ ପ୍ରକାରର ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ଚୀନ୍‌ ସେନା ପିଏଲଏ ।

-ଚୀନର ଅଙ୍ଗ ତାଇୱାନ, ତେଣୁ ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ସୁରକ୍ଷା ଦିଆଯିବ ।

-ପ୍ରତିକୂଳ ପରିସ୍ଥିତିରେ ପିଏଲଏ କଡା ପଦକ୍ଷେପ ଗ୍ରହଣ କରିବାକୁ ପଛାଇବ ନାହିଁ ।

ତାଇୱାନକୁ ନିଜର ବୋଲି ଦାବି କରିଆସୁଛି ଚୀନ । ହେଲେ ତାଇୱାନ ଏହାକୁ ଗ୍ରହଣ କରୁନାହିଁ ଏବଂ ନିଜକୁ ସ୍ୱତନ୍ତ୍ର ବୋଲି କହୁଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଜାତିସଂଘ ମଧ୍ୟ ଏହାକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇନାହିଁ । ବିଶ୍ୱର କେବଳ ୧୩ଟି ଦେଶ ତାଇୱାନକୁ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ଦେଇଛନ୍ତି ।

ଆମେରିକାର ସମର୍ଥନ ପାଇ ତାଇୱାନ ମଧ୍ୟ କଡା ମୁକାବିଲା ପାଇଁ ପ୍ରସ୍ତୁତି କରୁଛି । ଚୀନ ସେନାର ସମରାଭ୍ୟାସକୁ ଟMର ଦେଇ ସାମରିକ ପ୍ରସ୍ତୁତି ଚଳାଇଛି । ନିଜେ ରାଷ୍ଟ୍ରପତି ଉପସ୍ଥିତ ରହି ସମରାଭ୍ୟାସର ନିରୀକ୍ଷଣ କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ଏବେ ନଜର ପକା;ୁ ଚୀନ ସହ ତାଇୱାନ ସମ୍ମୁଖ ଯୁଦ୍ଧରେ ମୁହାଁମୁହିଁ ହେଲେ କଣ ହେବ ।

ଚୀନ୍‌ ବନାମ ତାଇୱାନ

ତାଇୱାନକୁ ନେଇ ମୁହାଁମୁହିଁ ସ୍ଥିତିରେ ଚୀନ-ଆମେରିକା

ସୈନିକ: ଚୀନ୍‌ -୨୦ ଲକ୍ଷ, ତାଇୱାନ ୧ ଲକ୍ଷ ୭୦ ହଜାର

ରିଜର୍ଭ ସୈନିକ- ଚୀନ୍‌ ୫ ଲକ୍ଷ ୧୦ ହଜାର, ତାଇୱାନ ୧୫ ଲକ୍ଷ

ଟ୍ୟାଙ୍କ: ଚୀନ୍‌- ୫ ହଜାର ୨୫୦, ତାଇୱାନ-୧ ହଜାର ୧୧୦

ଯୁଦ୍ଧବିମାନ- ଚୀନ୍‌-୩ ହଜାର ୨୮୫, ତାଇୱାନ-୭୪୧

ଯୁଦ୍ଧ ଜାହାଜ- ଚୀନ୍‌-୭୭୭, ତାଇୱାନ-୧୧୭

ବୁଡା ଜାହାଜ- ଚୀନ୍‌ ୭୯, ତାଇୱାନ ୪

ପରମାଣୁ ବୋମା- ଚୀନ୍‌ ୩୫୦, ତାଇୱାନ ପାଖରେ ପରମାଣୁ ବୋମା ନାହିଁ ।

ନାନ୍ସି ପେଲୋସିଙ୍କ ଗସ୍ତ, ଉତ୍ତେଜନାକୁ ଉସୁକାଇଲା ଭଲି ବୋଲି କହିଛି ବେଜିଂ । ଏପରିକି ଏହାର ପରିମାଣ ପାଇଁ ଆମେରିକା ହିଁ ଦାୟୀ ରହିବ ବୋଲି ଚେତାବନୀ ଦେଇଛି । ତେଣୁ ତାଇୱାନକୁ ନେଇ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି ବିଶ୍ୱର ଦୁଇ ମହାଶକ୍ତି ।

Launching Ceremony of “AYUSHMAN BHARAT

Comments are closed.