ନକଲି ସୂର୍ଯ୍ୟ ପରେ ଚୀନ୍‌ ପ୍ରସ୍ତୁତ କଲା ‘ନକଲି ଚନ୍ଦ୍ର’

ବିଶ୍ୱକୁ ଶାସନ କରିବା ଉଦ୍ଦେଶ୍ୟ ରଖିଥିବା ଚୀନ ନିଜର ମହତ୍ତ୍ୱାକାଂକ୍ଷା ଉପରେ ଦ୍ରୁତ ଗତିରେ କାମ କରିଚାଲିଛି । ନକଲି ସୂର୍ଯ୍ୟ ପରେ ଏବେ ଚୀନ ଏକ ନକଲି ଚନ୍ଦ୍ର ମଧ୍ୟ ତିଆରି କରିଛି । ଚୀନ ମିଡିଆ କହିବା ଅନୁଯାୟୀ- ଏହାଦ୍ୱାରା ବିଦୁ୍ୟତ ବ୍ୟୟ ହ୍ରାସ ପାଇବ ।
ନକଲି ସୂର୍ଯ୍ୟ ପରେ ଚୀନ୍‌ ପ୍ରସ୍ତୁତ କଲା ‘ନକଲି ଚନ୍ଦ୍ର’

ଏଥିସହ ଅନେକ ବୈଜ୍ଞାନିକମାନଙ୍କ ଅନୁସନ୍ଧାନରେ ମଧ୍ୟ ଏହା ଲାଭଦାୟକ ହେବ । ଚୀନ କହିଛି, ତାର ଚନ୍ଦ୍ରରେ କୌଣସି ମାଧ୍ୟାକର୍ଷଣ ନାହିଁ । ଅର୍ଥାତ୍‌ ଚୀନର ଚନ୍ଦ୍ର ଶୂନ୍ୟ ମାଧ୍ୟାକର୍ଷଣ ବା ଜିରୋ ଗ୍ରାଭିଟିର ରହିଛି ।

ଚୀନର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ତାଙ୍କର ଏହି ନକଲି ଜହ୍ନ ଷ୍ଟ୍ରିଟ୍‌ ଲାଇଟ୍‌ ମୂଲ୍ୟଠାରୁ ଶସ୍ତା ହେବ । ୫୦ ବର୍ଗ କିଲୋମିଟରର ଅଞ୍ଚଳରେ ନକଲି ଚନ୍ଦ୍ରରୁ ପ୍ରକାଶିତ ଆଲୋକ ବିଦୁ୍ୟତରୁ ହେଉଥିବା ଖର୍ଚ୍ଚରେ ପ୍ରତି ବର୍ଷ ୧୭.୩ କୋଟି ଡଲାର ସଞ୍ଚୟ କରିବ ।

ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଚୀନ ବୈଜ୍ଞାନିକମାନେ ଏହାକୁ ଛୋଟ ପରୀକ୍ଷଣ ବୋଲି କହିଛନ୍ତି ।
ନକଲି ସୂର୍ଯ୍ୟ ପରେ ଚୀନ୍‌ ପ୍ରସ୍ତୁତ କଲା ‘ନକଲି ଚନ୍ଦ୍ର’

କୁହାଯାଇଛି ଯେ ଚୀନର ଏହି କୃତ୍ରିମ ଚନ୍ଦ୍ରରେ ଚୁମ୍ବକୀୟ ଶକ୍ତିର ପରୀକ୍ଷା କରିଛନ୍ତି । ଆହୁରି ମଧ୍ୟ ଏହାକୁ ନିର୍ମାଣ କରିବା ଉଦ୍ଦେଶ୍ୟ ହେଉଛି, ଭବିଷ୍ୟତରେ ଚୁମ୍ବକୀୟ ଚାଳିତ ଯାନ ପ୍ରସ୍ତୁତ କରିବା ।

ଚୀନ ୟୁନିର୍ଭସଟି ଅଫ୍‌ ମାଇନିଂ ଆଣ୍ଡ୍‌ ଟେକ୍ନଲୋଜି କହିଛି, ଏହାପରେ ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଶକ୍ତିଶାଳୀ ଚୁମ୍ବକୀୟ ଶକ୍ତିଯୁକ୍ତ ଭ୍ୟାକୁମ ଚାମ୍ବର ନିର୍ମାଣ କରିବ, ଯାହାର ବ୍ୟାସ ୨ ଫୁଟ ହେବ । ଏହି ଭ୍ୟାକୁମ ଚାମ୍ବରଟି ଚନ୍ଦ୍ର ପୃଷ୍ଠ ପରି ପଥର ଏବଂ ଧୂଳିରେ ପରିପୂର୍ଣ୍ଣ ହେବ । ପ୍ରଥମ ଥର ପାଇଁ ପୃଥିବୀରେ ଚନ୍ଦ୍ରର ଏପରି ପୃଷ୍ଠଭୂମି ତିଆରି ହେବ ।

ଚୀନର ବୈଜ୍ଞାନିକ ଲି-ରୁଈଲିନ ଏହାକୁ ନେଇ କହିଛନ୍ତି ଯେ, ଚୀନ ଏହାର ଛୋଟ ସଫଳ ପ୍ରୟୋଗ ପୂର୍ବରୁ ହିଁ କରିସାରିଛି । ଏବେ ଦୀର୍ଘସ୍ଥାୟୀ ପରୀକ୍ଷଣ କରାଯିବ । ଏହାପରେ ଏହାକୁ ଚନ୍ଦ୍ର ପୃଷ୍ଠକୁ ପଠାଯିବ । ଚନ୍ଦ୍ରରେ ଜନବସତି ସ୍ଥାପନ କରିବାର ନୂଆ ଉପାୟ ଖୋଜିବା ପାଇଁ ଚୀନ ଏପରି ପରୀକ୍ଷଣ ଆରମ୍ଭ କରିଛି । ତେବେ ନକଲି ଚନ୍ଦ୍ର ତିଆରି କରିବାକୁ ଚେଷ୍ଟା କରୁଥିବା ଚୀନ ବିଶ୍ୱର ପ୍ରଥମ ଦେଶ ନୁହେଁ । ଏହାପୂର୍ବରୁ ମଧ୍ୟ ରାତିକୁ ଆଲୋକିତ କରିବା ପାଇଁ ଏଭଳି ନକଲି ଚନ୍ଦ୍ର ତିଆରି ପାଇଁ ଋଷ ଯୋଜନା ପ୍ରସ୍ତୁତ କରାଯାଇଛି । ୧୯୯୩ ମସିହାରେ ଋଷର ବୈଜ୍ଞାନିକମାନେ ୨୦ ମିଟର ଚଉଡ଼ାର ଏକ ପ୍ରତିଫଳକ ଦର୍ପଣ ସ୍ପେସ୍‌ ଷ୍ଟେସନକୁ ପଠାଇଥିଲା ।

Govt

Comments are closed.