ଚୀନ୍‌ର କ୍ରୁର କଟକଣା: କ୍ୱାରେଣ୍ଟାଇନ ନାମରେ ଲୁହାର ବକ୍‌ସରେ ବନ୍ଦି

ଚୀନ୍‌: କରୋନା ଭାଇରସର ନୂଆ ଭାରିଆଣ୍ଟ ସମଗ୍ର ବିଶ୍ୱର ପୁଣି ଥରେ ଚିନ୍ତା ବଢ଼ାଇଛି । ଚୀନ କରୋନା ନିୟନ୍ତ୍ରଣ ପାଇଁ ଜିରୋ କୋଭିଡ୍‌ ପଲିସି ଆପଣାଇଛି । ଏହାର ଏକ ଉଦାହରଣ ଶାଂକ୍ସିର ସିୟାନ ସହରରେ ଦେଖିବାକୁ ମିଳିଛି । ଏଠାରେ ଲୋକଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ନାମରେ ଲୁହାର ବାକ୍ସରେ ବନ୍ଦ କରି ରଖାଯାଉଛି । ଇଣ୍ଟରନ୍ୟାସନାଲ ମିଡିଆର ଏହି ଖୁଲାସା ରିପୋର୍ଟ ସମସ୍ତ ବିଶ୍ୱବାସୀଙ୍କୁ ଚକିତ କରିଛି ।

ଜିରୋ କୋଭିଡ୍‌ ପଲିସି ଅନୁଯାୟୀ ଚୀନ ଏକ ବଡ଼ କ୍ୱାରେଣ୍ଟାଇନ କ୍ୟାମ୍ପସ୍‌ର ଏକ ନେଟ୍‌ୱାର୍କ ତିଆରି କରିଛି, ଯେଉଁଠାରେ ହଜାର ହଜାର ସଂଖ୍ୟାର ଲୁହା ବାକ୍ସ ତିଆରି କରାଯାଇଛି । ଏଥିରେ ଗର୍ଭବତୀ ମହିଳା, ଶିଶୁଙ୍କ ସମେତ ଅନେକଙ୍କୁ ଆଇସୋଲେସନରେ ରଖାଯାଉଛି ।

ଚୀନ୍‌ର କ୍ରୁର କଟକଣା: କ୍ୱାରେଣ୍ଟାଇନ ନାମରେ ଲୁହାର ବକ୍‌ସରେ ବନ୍ଦି
ରିପୋର୍ଟ ଅନୁଯାୟୀ ଯଦି କୌଣସି ଅଞ୍ଚଳରୁ ଜଣେ ବି ବ୍ୟକ୍ତି ସଂକ୍ରମିତ ହୁଏ, ତାହେଲେ ସମ୍ପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ଏହି ବାକ୍ସରେ ରଖାଯାଉଛି । ଲୋକଙ୍କୁ ଲୁହା ବାକ୍ସର ଏକ ଛୋଟ ଘରେ ୨ ସପ୍ତାହ ପର୍ଯ୍ୟନ୍ତ କଏଦ କରି ରଖାଯାଉଛି । ନାମକୁ ମାତ୍ର କେବଳ ବେଡ୍‌ ଏବଂ ଟଏଲେଟ୍‌ର ସୁବିଧା ପ୍ରଦାନ କରାଯାଇଛି ।

ନିଜେ ଚୀନ ମିଡିଆ ଏହାର ଫଟୋ ସେୟାର କରିଛି, ଯେଉଁଥିରେ ଦେଖିବାକୁ ମିଳିଛି ସିଜିଆଜୁହଙ୍ଗ୍‌ରେ ୧୦୮ ଏକରରେ ନିର୍ମିତ ଏହି କ୍ୱାରେଣ୍ଟାଇନ କ୍ୟାମ୍ପସରେ ହଜାର ହଜାର ଲୋକଙ୍କୁ ରଖାଯାଇଛି । ଏହି କ୍ୱାରେଣ୍ଟାଇନ ସେଣ୍ଟରରୁ ଆସୁଥିବା ଲୋକମାନେ ନିଜର ଖରାପ ଅନୁଭବକୁ ପ୍ରକାଶ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଜୋରଜବରଦସ୍ତି କେମିତି ଘରୁ ସେମାନଙ୍କୁ ସେଣ୍ଟରକୁ ଅଣାଯାଇଥିଲା । ବାହାରକୁ ବାହାରିବା ମାତ୍ରେ ମାଡ଼ ମାରୁଥିଲେ ।

ସୂଚନା ଅନୁସାରେ ୨ କୋଟିରୁ ଅଧିକ ଲୋକଙ୍କୁ ଘରେ ହିଁ ବନ୍ଦୀ କରି ରଖାଯାଇଛି । ଏହି ଲୋକମାନେ ଜରୁରୀ ସାମଗ୍ରୀ ଏପରି ଖାଦ୍ୟ ଜିନିଷ ଆଣିବାକୁ ଯିବା ପାଇଁ ମଧ୍ୟ ଅନୁମତି ନାହିଁ । କରୋନା ନିୟନ୍ତ୍ରଣ ପାଇଁ ଚୀନ ସରକାର ଏତେ କଡ଼ା କଟକଣା କରିଛି ଯେ ଅନୟାଙ୍ଗ ସହରରୁ ମାତ୍ର ୨ ଜଣ ବ୍ୟକ୍ତି ସଂକ୍ରମିତ ବାହାରିବାକୁ ୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ଲକଡାଉନ ଘୋଷଣା କରାଯାଇଛି । ତେବେ ଏହାକୁ ଦେଖି ଦୁନିଆର ସବୁଠୁ କଠୋର ଲକଡାଉନ ତଥା କ୍ରୁର କଟକଣା ବୋଲି କୁହାଯାଉଛି ।

Govt

Comments are closed.