ନଗଡ଼ା ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

ଯାଜପୁର: ନଗଡ଼ା ଗ୍ରାମର ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ସସସନ ସଚିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡା ର ବାସ୍ତବ ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା । ତାଙ୍କ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଶ୍ରୀ ଗିରୀଶ ଏସ୍‌ଏନ୍‌, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ବୀନିତ ଭରଦ୍ୱାଜ ଓ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ ସହିତ ଘରକୁ ଘର ବୁଲି ନଗଡ଼ାବାସୀଙ୍କ ଭଲମନ୍ଦ ବୁଝିଛନ୍ତି। ସେହିପରି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଉପସ୍ଥିତ ରହି ନଗଡା ଅଂଚଳରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ।

ନାଗଡା ରେ ମୁଖ୍ୟ ଶାସନ ସଚିବ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାଧାରଣ ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ଉପର ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ସେ ଗ୍ରାଉଣ୍ଡ ଜିରୋ ସ୍ଥିତି ସମୀକ୍ଷା କରିଥିଲେ। ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଘର ବାବଦକୁ କିଛି ହିତାଧିକାରୀ ୬୦ ପ୍ରତିଶତ କାର୍ଯ୍ୟ ଦେଖି ମୁଖ୍ୟ ଶାସନ ସଚିବ ଉଦବେଗ ପ୍ରକାଶ କରିଥିଲେ। ଯଥାଶୀଘ୍ର ସଂପୂର୍ଣ୍ଣ ଘର ପାଇଁ ସେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ ଓ ବିଡିଓ ପ୍ରଦୀପ୍ତ କୁମାର ସେଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଯୋଗାଣ ପାନୀୟଜଳର ମାନ ପରକିବା ସହିତ ଦେଓଗାଁରେ ୩ ବର୍ଷ ଧରି ଅବ୍ୟବହୃତ ଥିବା ୨ଶହ ଶଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲ କାମ ତୁରନ୍ତ ସାରିବାକୁ ନିର୍ଦେଶ ଦେଇଥିଲେ ।

Govt

Comments are closed.