ଋଷ-ୟୁକ୍ରେନ ଯୁଦ୍ଧ ଧୀରେ ଧୀରେ ତୀବ୍ରତର ଓ ଭୟଙ୍କର ହୋଇଉଠିଛି । ଆଧୁନକି ବନ୍ଧୁକ, ତୋପ, ବୋମା ଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଛି । କେବଳ ଏତିକିରେ ଶେଷ ହୋଇନାହିଁ, ପରସ୍ପରକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ଦୁଇ ଦେଶ ଏବେ ଜୈବିକ ଓ ରାସାୟନିକ ଅସ୍ତ୍ରଶସ୍ତ୍ର ଯୁଦ୍ଧରେ ବ୍ୟବହାର କରିପାରନ୍ତି ବୋଲି ଖବର ମିଳିଛି ।
ଦୁଇ ଦେଶଙ୍କ ଯୁଦ୍ଧ ଆଜିକୁ ୧୯ ଦିନ ପୂରିଲାଣି । ଯୁଦ୍ଧରେ ହଜାର ହଜାର ସେନାଙ୍କ ସହିତ ସାଧାରଣ ନାଗରିକ ଜୀବନ ହରାଉଛନ୍ତି । ତଥାପି ନିଜର ପରାକାଷ୍ଠା ଦେଖାଇବା ପାଇଁ ଦୁଇ ଦେଶ ସବୁ ସୀମା ଲଘଂନ କରିବାକୁ ବସିଛନ୍ତି ।

ନିକଟରେ ଆମେରିକା ୟୁକ୍ରେନ୍କୁ ଚେତାଇ ପ୍ରକାଶ କରିଛିି ଯେ, ଋଷ୍ ୟୁକ୍ରେନ୍ ଉପରେ ଜୈବିକ ଓ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରେ । ଅନପକ୍ଷ୍ୟରେ ୟୁକ୍ରେନ୍ ଆମେରିକା ସହିତ ମିଶି ଜୈବିକ ଓ ରାସାୟନିକ ଅସ୍ତ୍ରଶସ୍ତ୍ର ତିଆରି କରୁଛି ବୋଲି ଋଷ ଅଭିଯୋଗ କରିଛି । ଯାହା ବିଶ୍ୱବାସୀଙ୍କ ସହିତ ଭବିଷ୍ୟତ ପାଇଁ ହାନିକାରକ ହୋଇପାରେ ।
ଏକ ବିଶେଷ ପ୍ରକାର ବିଷ ଅବା ଭୟଙ୍କର ଭୂତାଣୁକୁ ନେଇ ଜୈବିକ ଓ ରାସାୟନିକ ଅସ୍ତ୍ରଶସ୍ତ୍ର ଗଠିତ ହୋଇଥାଏ । ଏହାକୁ ଜଳ ଯୋଗାଣ, ବାୟୁ ଏବଂ ଖାଦ୍ୟରେ ଦେଇ ଲୋକଙ୍କୁ ହତ୍ୟା କରାଯାଏ । ଏଥିରେ ଲୋକ ରୋଗାଗ୍ରସ୍ତ ହୋଇ ମୃତୁ୍ୟବରଣ କରିଥାନ୍ତି । ଅସହ୍ୟ ପୀଡ଼ା ଅନୁଭବ କରିଥାନ୍ତି ।

କେବଳ ଏତିକି ନୁହେଁ ଆଗାମୀ ପିଢ଼ି ମଧ୍ୟ ଏହାର ଶିକାର ହୋଇଥାନ୍ତି । ସେମାନଙ୍କଠାରେ ଭୟଙ୍କର ଅଚିହ୍ନା ରୋଗ, ଶାରୀରିକ ଓ ମାନସିକ ବିକାର ମଧ୍ୟ ପରିଲକ୍ଷିତ ହୁଏ । କେବଳ ମନୁ୍ୟଷ ଜାତି ନୁହେଁ ପୁଶୁପକ୍ଷୀ, ଜଳଚର ଓ ଉଦ୍ଭିଦମାନଙ୍କ କ୍ଷେତ୍ରରେ ମଧ୍ୟ ଏହିସବୁ ପରିଲକ୍ଷିତ ହୁଏ ।

୧୯୩୭ ମସିହାରେ ପ୍ରଥମ ଜୈବିକ ଓ ରାସାୟନିକ ଅସ୍ତ୍ରଶସ୍ତ୍ରରେ ବ୍ୟବହର କରାଯାଇଥିଲା । ସେହି ସମୟରେ ମଙ୍ଗୋଲିଆ ସେନା ପ୍ଲେଗ୍ ରୋଗରେ ମୃତୁ୍ୟବରଣ କଲେ, ସେମାନଙ୍କ ଶବକୁ କୃଷ୍ଣ ସାଗରରେ ପକାଯାଉଥିଲା । ଫଳରେ ରୋଗ ଚାରିଆଡ଼େ ବ୍ୟାପିଥିଲା ଓ ଭୟଙ୍କର ରୂପ ନେଇଥିଲା । ଚୀନ୍ କରୋନା ଭୂତାଣୁକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲା ବୋଲି ଅଭିଯୋଗ ହୋଇଆସୁଛି । ବର୍ତ୍ତମାନ ଜର୍ମାନୀ, ଆମେରିକା, ଋଷ ଏବଂ ଚୀନ୍ ଜୈବିକ ଓ ରାସାୟନିକ ଅସ୍ତ୍ରଶସ୍ତ୍ର ତିଆରି କରୁଛନ୍ତି । ଯାହା ପୃଥିବୀରେ ଜୀବଜଗତକୁ ନିଶ୍ଚିହ୍ନ କରିଦେବ ।

Comments are closed.