ଅନେକ ସମୟରେ ଚନ୍ଦ୍ର ପୃଷ୍ଠକୁ ନେଇ ବିଭିନ୍ନ ତଥ୍ୟା ଆସିଥାଏ ଯାହା ବେଶ୍ ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ନିକଟରେ ମିଳିଥିବା ସୂଚନା ଅନୁସାରେ ଚନ୍ଦ୍ରପୃଷ୍ଠରେ ଏକ ଗୁମ୍ଫା ମିଳିଛି । ଏହି ଗୁମ୍ଫାଟି ଆପୋଲୋ ୧୧ର ଲ୍ୟାଣ୍ଡିଂ ସାଇଟ୍ରୁ ଖୁବ ପାଖରେ ରହିଛି । ଏହା ନିଲ୍ ଆମ୍ପଷ୍ଟ୍ରଂଙ୍କ ଲ୍ୟାଣ୍ଡିଂ ପଏଣ୍ଟ ଠାରୁ ଏହା ପାଖାପାଖି ୪୦୦ କିମି ଦୂରରେ ରହିଛି । ତେବେ ଏହା ଲୁନାର ବେସ୍ ପାଇଁ ଏକ ଭଲ ସ୍ଥାନ ଭାବେ ପରିଚିତ ହୋଇପାରେ । ଏହା ସେମାନଙ୍କୁ ଚନ୍ଦ୍ରପୃଷ୍ଠର ଖରାପ ପରିବେଶରୁ ବଞ୍ଚାଇବ । ବର୍ତ୍ତମାନ ବିଭିନ୍ନ ଦେଶ ଚନ୍ଦ୍ରପୃଷ୍ଠରେ ଅଧିକ ଗବେଷଣା ପାଇଁ ସେମି ପର୍ମାନେଣ୍ଟ ବେସ୍ ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି, ତେଣୁ ଏହି ଗୁମ୍ଫାଟି ସେମାନଙ୍କୁ ସହାୟତା ପ୍ରଦାନ କରିପାରେ ବୋଲି ଗବେଷକ ମତ ଦେଇଛନ୍ତି । ଏହା ମହାକାଶଚାରୀଙ୍କ ପାଇଁ ଏକ ରକ୍ଷାକବଚ ଭଳି ମଧ୍ୟ ବ୍ୟବହାର କରିହେବ । ଏହା ସେମାନଙ୍କୁ ଖରାପ ପ୍ରଭାବ ପକାଉଥିବା କସ୍ମିକ୍ ରେ, ସୋଲାର ରେଡିଏସନ୍ ଓ ମାଇକ୍ରୋମେଟେଓରାଇଟ୍ସ ଠାରୁ ରକ୍ଷା କରିବ । ଏହା ତେଣୁ ମହାକାଶଚାରୀଙ୍କ ପାଇଁ ଏକ ଖୁସି ଖବର ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

Comments are closed.