ଜନସଂଖ୍ୟାର ୬ଗୁଣ ବିଲେଇ ଅଛନ୍ତି ଏଠାରେ

ସମୟ ଲାଇଭ,୪/୧୧: ଜାପାନରେ ତାଶିରୋଜିମା ନାମରେ ଏକ ଏପରି ଦ୍ୱୀପ ରହିଛି ଯାହା ବିଲେଇ ଦ୍ୱୀପ ନାମରେ ଖ୍ୟାତ। ଏହି ଦ୍ୱୀପରେ ମୋଟ ଦୁଇଟି ଗ୍ରାମ ରହିଛି। ଏଠାରେ ମାତ୍ର ୧୦୦ ଲୋକ ବାସ କରୁଥିବାବେଳେ ୬୦୦ରୁ ଉର୍ଦ୍ଧ୍ୱ ବିଲେଇ ଏଠାରେ ରହନ୍ତି। ୩.୧୪ ବର୍ଗ କି.ମି ବିଶିଷ୍ଟ ଏହି ଦ୍ୱୀପରେ ଥିବା ଗ୍ରାମଦ୍ୱୟର ନାମ ଓଡ଼ୋମା ଓ ନିତୋଦା। ଏହି ଦୁଇ ଗ୍ରାମ ମଧ୍ୟରେ ଏକ ବିଲେଇ ମନ୍ଦିର ମଧ୍ୟ ରହିଛି।
ଘଟଣାକ୍ରମେ ଏଠାରେ ପୂର୍ବରୁ ପ୍ରାୟ ଏକ ହଜାର ଲୋକ ବସବାସ କରୁଥିଲେ। ଏମାନେ ରେଶମପୋକ ଚାଷ କରୁଥିବାରୁ ମୂଷାଙ୍କ ଦାଉରୁ ରକ୍ଷା କରିବା ପାଇଁ ବିରାଡ଼ି ପାଳନ କରୁଥିଲେ। କ୍ରମଶଃ ରେଶମ ଚାଷର ଲେକେମାନେ ନିବୃତ୍ତ ହେବା ସହ ସମୂଦ୍ର ମାଛ ଧରିବାକୁ ଜୀବିକା ରୂପେ ଗ୍ରହଣ କରିଥିଲେ।

ତେବେ ବିଲେଇଙ୍କ ପ୍ରତି ଏମାନଙ୍କର ସ୍ନେହ ବଢ଼ିବାରେ ଲାଗିଥିଲା। ସେହି ଅନୁପାତରେ ଏଠାରେ ବିଲେଇ ସଂଖ୍ୟା ବଢ଼ିବାରେ ଲାଗିଥିଲା। ଏଠାରେ ବାସ କରୁଥିବା ସଭିଁଙ୍କ ବୟସ ୬୫ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବାବେଳେ ଦିନକୁ ଦିନ ଜନସଂଖ୍ୟା କମି ୧୦୦ରେ ପହଞ୍ଚିଛି। ଏଣୁ ଖୁବ୍‍ ଶୀଘ୍ର ଏହି ଦ୍ୱୀପ ମାନବଶୂନ୍ୟ ହୋଇ କେବଳ ବିଲେଇଙ୍କ ବାସସ୍ଥାନରେ ପରିଣତ ହେବ ବୋଳି ଆଶଙ୍କା କରାଯାଉଛି।
ତେବେ ଏତେ ସଂଖ୍ୟକ ବିଭିନ୍ନ ପ୍ରକାରର ବିଲେଇ ପର୍ୟ୍ୟଟକଙ୍କୁ ଖୁବ୍‍ ଆକୃଷ୍ଟ କରିଥା’ନ୍ତି।

Launching Ceremony of “AYUSHMAN BHARAT

Comments are closed.