ପ୍ରତିଦିନ କାଜୁଆଲ ଓ ଫର୍ମାଲ ଆଉଟଫିଟ୍ ପିନ୍ଧି ବୋର୍ ହେଉଥିଲେ, କିଛି ହଟ୍କେ ଟ୍ରାଏ କରନ୍ତୁ । ପ୍ରିଣ୍ଟ୍ ମଧ୍ୟରେ କାର୍ଟୁନ ଡିଜାଇନ ଚୟନ କରନ୍ତୁ । ଏହା ଆପଣଙ୍କ ମୁଡ୍କୁ ରିଫ୍ରେସ୍ କରିବା ସହ ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯିବେ ।
ଆଜିକାଲି ମାର୍କେଟରେ କେବଳ ପିଲାମାନଙ୍କ ପାଇଁ ନୁହେଁ ବରଂ ବଡ଼ଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରକାର କାର୍ଟୁନ ପ୍ରିଣ୍ଟର ଡ୍ରେସ୍ ଉପଲବ୍ଧ । ଆପଣ ଚାହିଁଲେ କାର୍ଟୁନ ପ୍ରିଣ୍ଟ୍ ସହ କମିକ୍ ଷ୍ଟ୍ରିପ୍ ପ୍ରିଣ୍ଟ୍କୁ ମଧ୍ୟ କ୍ୟାରି କରିପାରିବେ ।
ଟି-ସାର୍ଟ:
ଆପଣ କାଜୁଆଲରେ କାର୍ଟୁନ ପ୍ରିଣ୍ଟ୍ର ଷ୍ଟାଇଲ୍ କରିବାକୁ ଚାହୁଁଥିଲେ, ଏହାର ସବୁଠୁ ଭଲ ବିକଳ୍ପ ହେଉଛି କାର୍ଟୁନ ପ୍ରିଣ୍ଟ୍ ଟି-ସାର୍ଟ । ଏହା ବହୁତ କମ୍ପର୍ଟେବଲ ଏବଂ ୟୁନିକ ଆଉଟଫିଟ୍ ହୋଇଥାଏ । ଏହି ଟି-ସାର୍ଟ ସହ ଆପଣ ଶର୍ଟ୍ସ କିମ୍ବା ଜିନ୍ସ ପେୟାର୍ ଅପ୍ କରିପାରିବେ । ଏହି ଲୁକ୍ରେ ହିଲ୍ସ ବହୁତ ଭଲ ମାନିବ । ସ୍ପୋର୍ଟି ଲୁକ୍ ପାଇଁ ସ୍ନିକର୍ସ ମଧ୍ୟ ଷ୍ଟାଇଲ୍ କରିପାରିବେ ।
ଲେଙ୍ଗିସ୍:
ସାଙ୍ଗମାନଙ୍କ ସହ ବାହାରକୁ ଯାଉଥିଲେ କାର୍ଟୁନ ପ୍ରିଣ୍ଟ୍ର ଲେଙ୍ଗିସ୍ ପିନ୍ଧିପାରିବେ । ଟମ୍ ଆଣ୍ଡ୍ ଜେରୀର ଫ୍ୟାନ ହୋଇଥିଲେ, ଏହି ପ୍ରିଣ୍ଟର ଲେଙ୍ଗିସ୍ ପିନ୍ଧନ୍ତୁ । ଦେଖିବେ ଆପଣଙ୍କ ଚାଇଲïସ୍ ମୁଡ୍କୁ ଫ୍ରେସ କରିବାରେ ସାହାଯ୍ୟ କରିବ । ହେଲେ ଧ୍ୟାନ ରଖନ୍ତୁ ଏହା ଉପରେ ପ୍ଲେନ୍ ସାର୍ଟ ଏବଂ ଟି-ସାର୍ଟ ହିଁ ଭଲ ମାନିବ ।
ଜମ୍ପସୁଟ୍:
ଆଉଟ୍ଫିଟ୍ରେ ମ୍ୟାଜିକାଲ ଟଚ୍ ଦେବାକୁ ଚାହୁଁଥିଲେ, ଆପଣଙ୍କ ଫ୍ୟାଶନରେ ଜମ୍ପସୁଟ୍ ଆଡ୍ କରିପାରିବେ । ଡେନିମ୍ କିମ୍ବା ସିମ୍ପଲ ଜମ୍ପସୁଟ୍ ବଦଳରେ କାର୍ଟୁନ ପ୍ରିଣ୍ଟ୍ ଥିବା ଜମ୍ପସୁଟ୍ ପିନ୍ଧନ୍ତୁ । ଦେଖିବେ ଆପଣଙ୍କୁ ଏହି ଆଉଟଫିଟ୍ ବେଶ୍ ପସନ୍ଦ ଆସିବ । ମାର୍କେଟରେ ଲେଖାଥିବା କାର୍ଟୁନ ପ୍ରିଣ୍ଟ୍ ମଧ୍ୟ ଆଜିକାଲି ମିଳୁଛି ।
ଡ୍ରେସ୍:
ଏହା ଏପରି ଏକ ପୋଷାକ, ଯେଉଁଥିରେ ଯୁବତୀମାନେ ସର୍ବଦା ଷ୍ଟାଇଲିସ୍ ଏବଂ ଟ୍ରେଣ୍ଡି ଦେଖାଯାଆନ୍ତି । ପାର୍ଟି କିମ୍ବା ଫଙ୍କସନ୍କୁ ଯାଉଥିଲେ କାର୍ଟୁନ ପ୍ରିଣ୍ଟ୍ ଡ୍ରେସ୍ ଆପଣଙ୍କ ଫ୍ୟାଶନରେ ସାମିଲ କରନ୍ତୁ । ଆସେସୋରିଜ୍ ଭାବେ ହ୍ୟାଣ୍ଡ୍ବ୍ୟାଗ୍ ଏବଂ ହାଇ ହିଲ୍ ପିନ୍ଧିପାରିବେ ।
ବ୍ଲେଜର୍:
ଆଉଟ୍ଫିଟ୍ରେ ଫ୍ୟାଶନେବୁଲ୍ ଲୁକ୍ ଚାହୁଁଥିଲେ, ବ୍ଲେଜରରେ କାର୍ଟୁନ ପ୍ରିଣ୍ଟ୍ ଚୟନ କରନ୍ତୁ । ଏହି ଷ୍ଟାଇଲ୍ ଜରିଆରେ ଆପଣ ସାଧାସିଧା ଲୁକ୍ରୁ ଭିନ୍ନ ଦେଖାଯିବେ । ଏହି ବ୍ଲେଜରକୁ ଆପଣ ସ୍କର୍ଟ, ରିପଡ୍ ଜିନ୍ସ କିମ୍ବା ଡେନିମ ଜିନ୍ସ ସହ ପ୍ଲେନ ଟପ୍ ସହ ପିନ୍ଧିପାରିବେ । ଏଥିରେ ଆପଣ ମିନିମାଲ ଜୁଏଲାରୀ ଭାବେ ଫଙ୍କି ଇୟରରିଙ୍ଗ୍ସ ଏବଂ ଚେନ୍ ପିନ୍ଧନ୍ତୁ ।
ଶାଢ଼ି:
ଯଦି ଆପଣ ଶାଢୀ ପିନ୍ଧିବାକୁ ବୋରିଂ ଭାବୁଛନ୍ତି, ତାହେଲେ କିଛି ସ୍ୱତନ୍ତ୍ର ପ୍ରିଣ୍ଟ୍ ବାଛନ୍ତୁ । ଶାଢୀରେ କାର୍ଟୁନ ପ୍ରିଣ୍ଟ୍ ଡିଜାଇନ ଆଜିକାଲି ଟ୍ରେଣ୍ଡ୍ରେ ରହିଛି । ଯୁବତୀମାନେ ଏହାକୁ ପିନ୍ଧିବାକୁ ବହୁତ ପସନ୍ଦ କରୁଛନ୍ତି । ଧଳା ଏବଂ କଳାରେ କାର୍ଟୁନ ପ୍ରିଣ୍ଟ୍ ଶାଢୀ ପିନ୍ଧି ଆପଣ ଫନ୍ ଲୁକ୍ କ୍ରିଏଟ୍ କରିପାରିବେ ।
ନାଇଟ୍ ସୁଟ୍:
ଆପଣଙ୍କୁ କାର୍ଟୁନ ପ୍ରିଣ୍ଟ୍ ବହୁତ ପସନ୍ଦ କିନ୍ତୁ ଏହାକୁ ପିନ୍ଧିକି ବାହାରକୁ ଯିବା ପାଇଁ କମ୍ପର୍ଟେବୁଲ ନୁହନ୍ତି । ତାହେଲେ ଆପଣ ଘରେ ନାଇଟ୍ ସୁଟ୍ ଭାବେ ଏହି ପ୍ରିଣ୍ଟ୍ ପିନ୍ଧିପାରିବେ । ମାର୍କେଟରେ ମଧ୍ୟ ଭେରାଇଟି କାର୍ଟୁନର ନାଇଟ୍ ସୁଟ୍ ମିଳୁଛି ।

Comments are closed.