କୋଟିଆ ରଥଯାତ୍ରା

ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରଥମେ ଆଦିବାସୀଙ୍କ ଦ୍ୱାରା ପୂଜା ପାଇ ଆସୁୁଥିଲୋ ଶବରମାନେ ଗିରି କନ୍ଦର ମଧ୍ୟରେ କାହିଁ କେତେ ଯୁଗରୁ ମହାପ୍ରଭୁଙ୍କୁ ପୂଜା କରି ଆସୁୁଥିଲୋ ଜଙ୍ଗଲ ସହ ନିବିଡ଼ ସଂପର୍କ କରି ନିଜ ଜୀବନଯାପନ କରୁଥିବା ବିଭିନ୍ନ ଆଦିବାସୀ ବର୍ଗ ପ୍ରକୃତି ପୂଜା ଓ ବୃକ୍ଷ ପୂଜାରେ ବିଶ୍ୱାସ ରଖନ୍ତିା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦାରୁବ୍ରହ୍ମ, ଆଦିବାସୀଙ୍କ ପାଇଁ ଦାରୁ ମହାପ୍ରୁ ଓ ଦାରୁ ଦେବତା ଭାବେ ପରିଚିତା
ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀ ସମଗ୍ର ବିଶ୍ୱରେ ଶ୍ରୀଜଗନ୍ନାଥ ଧାମ ରୂପେ ସୁପ୍ରସିଦ୍ଧ । ଏକ ଅଲୌକିକ ଘଟଣା ପ୍ରବାହ ମଧ୍ୟରେ କୋରାପୁଟଠାରେ ପ୍ରତିଷ୍ଠା ହୁୁଏ ଶାବର ଶ୍ରୀକ୍ଷେତ୍ର । ପୂରୀ ଗଜପତି ମହାରାଜାଙ୍କ ଅଭିଷେକରେ ୧୯୭୨ ମସିହାରୁ ପ୍ରତିଷ୍ଠା ହୋଇ ମହାପ୍ରଭୁ ଏଠାରେ ପୂଜା ପାଇଆସୁଛନ୍ତିା ଶାବର ଶ୍ରୀକ୍ଷେତ୍ରକୁ କେନ୍ଦ୍ର କରି ସେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଢ଼ିଉଠିଛି ଅନେକ ଶ୍ରୀ ଜଗନ୍ନାଥ ମନ୍ଦିରା ମହାପ୍ରଭୁଙ୍କ ସଂସPତିକୁ କେନ୍ଦ୍ର କରି ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣ ସହ ବର୍ଷର ବିଭିନ୍ନ ପୁଜା ପର୍ବପର୍ବାଣି ଓ ରୀତିନୀତି ପାଳନ ହେଉଛି । ମହାପ୍ରଭୁଙ୍କ ମୁଖ୍ୟପର୍ବ ବର୍ଷକେ ଥରେ ରଥଯାତ୍ରା ଆସିଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଅଞ୍ଚଳରେ ଏକ ଭିନ୍ନ ପରିବେଶ ଦେଖାଦିଏା ଆଦିବାସୀଙ୍କ କୃଷି ଆରମ୍ଭ ହୁଏ ମହାପ୍ରଭୁଙ୍କ ରଥ ନିର୍ମାଣ ଆରମ୍ଭ ପବିତ୍ର ଅକ୍ଷୟ ତୃତିୟା ଦିନ ଅବିଭକ୍ତ କୋରାପୁଟ ଅଞ୍ଚଳରେ ଶାବର ଶ୍ରୀକ୍ଷେତ୍ରକୁ କେନ୍ଦ୍ରକରି ଗଢ଼ିଉଠିଥିବା ନବ ନିର୍ମିତ ମନ୍ଦିରଗୁଡ଼ିକ ପାଇଁ ମନ୍ଦିର ପରିଚାଳନା ସଂସ୍ଥାର ଅନୁରୋଧ କ୍ରମେ ମନ୍ଦିର ମଧ୍ୟରେ ଏକ କର୍ମଶାଳା ୧୯୧୬ ମସିହାରେ ନିର୍ମାଣ କରାଗଲାା ଏହି କର୍ମଶାଳାରେ ସେବାୟତ କାରିଗରମାନେ ମୂର୍ତ୍ତି ଗଢ଼ଣ କରି ବିଭିନ୍ନ ଅଞ୍ଚଳର ନବନିର୍ମିତ ମନ୍ଦିରକୁ ପଠାଇବାର ପ୍ରଥା ରହିଲାା ଏହି କ୍ରମରେ ୧୯୮୨ ମସିହାରେ ମାଲକାନଗିରି ଜିଲ୍ଲା କାଲିମେଳାଠାରେ ଚତୁର୍ଦ୍ଧା ମୂର୍ତ୍ତି ସ୍ଥାପନପରେ ୧୯୮୨ ମସିହାରେ ମୋଟୁଠାରେ ପ୍ରତିଷ୍ଠା ହେଲୋ
ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ପ୍ରତିଷ୍ଠିତ ମନ୍ଦିରରେ ଦୀର୍ଘକାଳ କେବଳ ଶ୍ରୀ ଜଗନ୍ନାଥ ପୂଜା ପାଇ ଆସୁଥିଲେ । ଇତିହାସ କହେ ରାଜଶାସନ ଅମଳରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ବ୍ୟତୀତ୍‌ ଅନ୍ୟ ମୂର୍ତ୍ତିଗୁଡ଼ିକ ପଡ଼ୋଶୀ ବସ୍ତର ରାଜାଙ୍କ ସହ ବିବାଦ ବେଳେ ଚୋରି ହୋଇଯାଇଥିଲାା ଶାବର ଶ୍ରୀକ୍ଷେତ୍ର କୋରାପୁଟଠାରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ କାଠ ଗଢ଼ଣ ମୂର୍ତ୍ତି ନିର୍ମାଣ ପରେ ୧୯୮୯ ମସିହାରେ ନବରଙ୍ଗପୁର ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲାା ଏହିପରି ୧୯୯୫ ମସିହାରେ ବନ୍ଧୁଗାଁ, ଲକ୍ଷ୍ମୀପୁର ଓ ବାରିଣିପୁଟ, ୨୦୦୫ ମସିହାରେ କୁମ୍ଭା ଓ କୋଟପାଡ଼ ୨୦୦୫ ମସିହାରେ ଉପରକୋଣ୍ଡପାଲ୍ଲି ଓ କୋସାଗୁମୁଡା ୨୦୦୭ ମସିହାରେ କୁମ୍ଭିକୋଟ ୨୦୦୯ ମସିହାରେ ଝରିଗୁମ୍ମ-୨୦୧୪ ମସିହାରେ, ଚାଲକମ୍ୱା ୨୦୧୫ ମସିହାରେ ବାଙ୍ଗଲୋର, ନନ୍ଦପୁର, ପଟ୍ଟାଙ୍ଗି ଓ ଝାରସୁଗୁଡ଼ା ଓ ୨୦୧୩ ମସିହାରେ ଶ୍ରୀକାକୋଲମ୍‌କୁ ନବନିର୍ମିତ ମୂର୍ତ୍ତି ନିର୍ମାଣ କରାଯାଇ ପଠାଯାଇଥିିଲାା
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋଟିଆ ଗ୍ରାମପୁଂଜକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ବର୍ଷ ଧରି ସୀମା ବିବାଦ ଲାଗି ରହିଥିବା ବେଳେ ସୁପ୍ରିମ୍‌ କୋର୍ଟଙ୍କ ବିଚାରାଧିନ ଥିବା ଏହି ମାମଲାରେ ସୁପ୍ରମି୍‌ କୋର୍ଟ ଦୁଇ ରାଜ୍ୟକୁ ଆପୋଷ ବୁଝାମଣା ପାଇଁ ନିର୍ଦ୍ଦେଶ ଦେଇଥିଲୋ ଆଦିବାସୀ ଅଧ୍ୟୁଷିତ କୋଟିଆ ଗ୍ରାମ ବାସିନ୍ଦା ରଥଯାତ୍ରା ସମୟରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପ୍ରମୁଖ ଅଂଶ ଗ୍ରହଣ କରିଥାନ୍ତିା କୋରାପୁଟ ଶାବର ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ଦୁର୍ଗମ କୋଟିଆ ଅଞ୍ଚଳରୁ ଶହ ଶହ ଗିରିଜନ ଭକ୍ତ ଅଂଶ ଗ୍ରହଣ କରିଥାନ୍ତିା ଜିଲ୍ଲା ପ୍ରଶାସନ ତରଫରୁ କୋଟିଆଠାରେ ତତ୍କାଳୀନ ଜିଲ୍ଲାପାଳ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ପଦକ୍ଷେପରେ ଗଠନ ହୋଇଥିିବା ଗୋଷ୍ଠି କେନ୍ଦ୍ରର କର୍ମକର୍ତ୍ତା ଏବଂ କୋଟିଆ ଗ୍ରାମବାସୀ କୋରାପୁଟର ଶାବର ଶ୍ରୀକ୍ଷେତ୍ର ପରିଚାଳନା ସଂସ୍ଥାକୁ ଏକ ମନ୍ଦିର ନିର୍ମାଣ ପାଇଁ ଅନୁରୋଧ କଲେ ଏବଂ ଜିଲ୍ଲା ପ୍ରଶାସନକୁ ଜଣାଇଲୋ ଶାବର ଶ୍ରୀକ୍ଷେତ୍ରର ସଂପ୍ରସାରିତ ମନ୍ଦିର ଭାବେ କୋଟିଆଠାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ଆରମ୍ଭ ହେଲାା ଏହି ପରିପ୍ରେକ୍ଷିରେ ବହୁ ବିଜ୍ଞଙ୍କ ମତ ପରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ପାଢ଼ୀଙ୍କ ପଦକ୍ଷେପରେ ୨୦୦୧ ମସିହାରେ କୋଟିଆଠାରେ ଶ୍ରୀମନ୍ଦିର ନିର୍ମାଣ କରାଯାଇ ଶିଳ୍ପୀ ଶ୍ରୀ ବିଶ୍ୱନାଥ ମହାରଣାଙ୍କ ଦ୍ୱାରା କୋରାପୁଟଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନିର୍ମାଣ ହୁଏା ସେ ସମୟରେ ପଟ୍ଟାଙ୍ଗୀ ରାଜସ୍ୱ ନୀରିକ୍ଷକ ଗଦାଧର ବାବୁ ଦାୟିତ୍ୱ ନେଇ ମନ୍ଦିର ଜମି ଚିହ୍ନଟ ଓ ନିର୍ମାଣ କାର୍ଯ୍ୟ ପାଇଁ ସମୟ ଦିଅନ୍ତିା ୨୦୦୨ରେ ଏହି ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେଲାା ମନ୍ଦିର ପ୍ରତିଷ୍ଠା ସମୟ ଆସିଲା । କୋରାପୁଟର ଶାବର ଶ୍ରୀକ୍ଷେତ୍ରର ପ୍ରଫୁଲ ଚନ୍ଦ୍ର ମହାପାତ୍ର, ଜଗବନ୍ଧୁ ସାମଲ, ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସମେତ ସମ୍ପାଦକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସାଂସଦ ପ୍ୟାରୀମୋହନ ମହାପାତ୍ର ଉପସ୍ଥିତ ରହି ରାଜ ପୁରୋହିତ ଓ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବୈଦିକ ରୀତିରେ ପୂଜାର୍ଚ୍ଚନା କରି କୋଟିଆ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବର ସମାପନ କଲେ ।

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଆଦିବାସୀ ଭକ୍ତମାନେ ପଣସ, କନ୍ଦା ଇତ୍ୟାଦି ଫଳମୂଳ ଭୋଗଭାବେ ଅର୍ପଣ କରିଥାନ୍ତିା ପୁରୀ ଗଜପତି ମହାରାଜା ମନ୍ଦିର ପ୍ରତିଷ୍ଠା ଉତ୍ସବ ସମୟରେ ଘୋଷଣା କରିଥିଲେ ଯେ କୋଟିଆ ଗ୍ରାମବାସୀ, ଅଧିବାସୀ ଓ ଭକ୍ତମାନେ ନିଜ ପରମ୍ପରା ଓ ସଂସ୍କୃତି ଅନୁଯାୟୀ ପୂଜାର୍ଚ୍ଚନା କରିବେ ଏବଂ ନିଜ ରୀତି ଓ ବିଧି ଅନୁଯାୟୀ ଭୋଗ ଅର୍ପଣ କରିବୋ ସେହି ବର୍ଷଠାରୁ କୋଟିଆ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଦିବାସୀ ଭକ୍ତମାନେ ଭୋଗରେ ମାଣ୍ଡିଆ ପିଠା, ତମ୍ପା, ବନ୍ୟ କନ୍ଦା, କନ୍ଦମୂଳ ଓ ଫଳ ଅର୍ପଣ ସହିତ ଜଙ୍ଗଲରୁ ପଷ୍ପ ସଂଗ୍ରହ କରାଯାଇ ପୂଜା ଅର୍ଚ୍ଚନା କରିବାର ଅନନ୍ୟ ପ୍ରଥା ଦେଖାଯାଏ । ୨୦୦୧ରେ ନିର୍ମାଣ ଆରମ୍ଭ ହୋଇ ୨୦୦୨ରେ ସମ୍ପୂର୍ଣ୍ଣ ଦେିାଇଥିବା ଏହି ମନ୍ଦିରରେ ସେବାୟତ ପୂଜକ ମାସିକ ୧୦୦୦ ଟଙ୍କା ଦରମା ନିଅନ୍ତିା ଦ୍ୱିତୀୟା ଦିନ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ରଥ ଟଣାରେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ସେବାୟତ ଯୋଗ ଦେଉଥିବାରୁ ତତ୍କାଳୀନ କୋରାପୁଟ ଜିଲ୍ଲାପାଳ ଶ୍ରୀମତୀ ଉଷା ପାଢ଼ୀ କୋଟିଆରେ ଏକ ଦିନ ବିଳମ୍ୱରେ ତୃତୀୟା ଦିନ ରଥଟଣା ପାଇଁ ପରାମର୍ଶ ଦେଇଥିଲେ ଏବଂ ସେହି ବର୍ଷଠାରୁ ବହୁ ବିଜ୍ଞଙ୍କ ପରାମର୍ଶ ଓ ନିଷ୍ପତ୍ତି ଅନୁଯାୟୀ କୋଟିଆରେ ତୃତୀୟା ଦିନ ରଥଟଣା ଅନୁଷ୍ଠିତ ହୋଇଆସୁଛି । ପ୍ରଶାସନ ତରଫରୁ ସୀମାଞ୍ଚଳରେ ସମସ୍ତ ପ୍ରକାର ସୁରକ୍ଷାର ବନ୍ଦୋବସ୍ତ କରାଯାଉଛି । ଏହି ରଥଯାତ୍ରାରେ ଦୁଇ ରାଜ୍ୟର ସୀମା ବିବାଦ ଓ ସମସ୍ତ ଭେଦଭାବଠାରୁ ଦୂରରେ ରହି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଅସଂଖ୍ୟ ଭକ୍ତଙ୍କ ସମାଗମ ହୋଇଥାଏା

ଡ. ପରେଶ ରଥ
ଆସୋସିଏଟ୍‌ ପ୍ରଫେସର
ବିଶ୍ଳେଶଣାତ୍ମକ ଆଦିବାସୀ ଗବେଷଣା ପରିଷଦ
କୋରାପୁଟା

…………………………………………………………………………
ଶ୍ରୀଜଗନ୍ନାଥ ସଂସ୍କୃତିରେ ରହିଛି ଏକତା, ସଂହତି, ମୈତ୍ରୀ ଏବଂ ଭାତୃଭାବା ଏଠି ଭେଦଭାବ ନାହିଁ । କୋଟିଆର ବାସିନ୍ଦାଙ୍କ ଦୀର୍ଘ ଦିନର ଦାବିରେ ଦୁର୍ଗମ କୋଟିଆରେ ମନ୍ଦିର ପ୍ରତିଷ୍ଠା ମୋ ସମୟରେ ହେବା ଯାହା ମହାପ୍ରଭୁଙ୍କ ସଦିଚ୍ଛା ।

-ଡ. ଅରବିନ୍ଦ ପାଢ଼ୀ
…………………………………………………………………………
କୋରାପୁଟର ବିଭିନ୍ନ ସ୍ଥାନରେ ଶାବର ଶ୍ରୀକ୍ଷେତ୍ରର ସଂପ୍ରସାରିତ ଜଗନ୍ନାଥ ମନ୍ଦିରଗୁଡ଼ିକ ପାଇଁ ମୂର୍ତ୍ତି ନିର୍ମାଣ କରିବା ମୋର ପରମ ସୌଭାଗ୍ୟା

-ଶ୍ରୀ ବିଶ୍ୱନାଥ ମହାରଣା
…………………………………………………………………………

Govt

Comments are closed.