ମୁମ୍ବାଇ: ବଲିଉଡ୍ ‘ଦବଙ୍ଗ’ ଗର୍ଲ ସୋନାକ୍ଷୀ ସିହ୍ନା ଫିଲ୍ମ ସହ ନିଜର ବ୍ୟକ୍ତିଗତ ଜୀବନୀ ପାଇଁ ସର୍ବଦା ଲାଇମଲାଇଟ୍ରେ ରହିଥାନ୍ତି । ସୋନାକ୍ଷୀ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି ଏବଂ ସିନେପ୍ରେମୀଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଆଉ ଏବେ ସୋନାକ୍ଷୀଙ୍କ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ ସେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।
ସୂତ୍ର ଅନୁଯାୟୀ ବର୍ଷିଆନ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ତନୟା ସଲମାନ ଖାନଙ୍କ ଭାଇ ସୋହେଲ ଖାନଙ୍କ ଶଳା ବଣ୍ଟି ସଚଦେବାଙ୍କୁ ବିବାହ କରିବେ । ତେବେ ୩୪ ବର୍ଷୀୟା ସୋନାକ୍ଷୀଙ୍କ ନାମକୁ ଦୀର୍ଘ ସମୟ ଧରି ବଣ୍ଟି ସଚଦେବାଙ୍କ ସହ ଯୋଡ଼ା ଯାଉଛି । ଏବେର ଖବର ଅନୁଯାୟୀ ଖୁବ ଜଲଦୀ ଉଭୟଙ୍କର ନିର୍ବନ୍ଧ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି ।
୨୦୧୭ରୁ ହିଁ ଶତ୍ରୁଘ୍ନ ସିହ୍ନାଙ୍କ ଘରେ ଖୁବଶୀଘ୍ର ଶେହନାଇ ବାଜିବ ବୋଲି ଚର୍ଚ୍ଚା ଚାଲିଛି । ଉଭୟଙ୍କ ବଲିଉଡ୍ର ଅନେକ ପାର୍ଟିରେ ଏକାଠି ସ୍ପଟ୍ କରାଯାଇଛି । ଏକ ଇଣ୍ଟରଭୁ୍ୟରେ ସୋନାକ୍ଷୀ କହିଥିଲେ ଯେ ବଣ୍ଟି ଜଣେ ସେଲ®ମେଡ୍ ମ୍ୟାନ ଏବଂ ସେ ଏବେ ବ୍ୟାଚେଲରହୁଡ୍କୁ ଉପଭୋଗ କରିବାକୁ ଚାହୁଁଛନ୍ତି । ବଣ୍ଟି ସଚଦେବାଙ୍କ ସଲମାନ ଖାନଙ୍କ ସହ ଖାସ୍ ସମ୍ପର୍କ ରହିଛି । ସୋହେଲ ଖାନଙ୍କ ପତ୍ନୀ ସୀମା ଖାନଙ୍କ ନିଜ ଭାଇ ହେଇଛନ୍ତି ବଣ୍ଟି । ରିପୋର୍ଟ ଅନୁଯାୟୀ ସୋନାକ୍ଷୀ ସିହ୍ନାଙ୍କ ପରିବାର ଲୋକ ବଣ୍ଟିଙ୍କୁ ମଧ୍ୟ ଖୁବ ପସନ୍ଦ କରୁଛନ୍ତି ।
ବଣ୍ଟି ଏକ ପିଆର ଏଜେନ୍ସିର ମାଲିକ । ତେବେ ବଣ୍ଟି ଏବଂ ସୋନାକ୍ଷୀଙ୍କ ବିବାହର ଖବର କିଛି ସମୟରୁ ଚର୍ଚ୍ଚାରେ ରହିଛି । ହେଲେ କେବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ସେନେଇ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ । ଅଭିନେତ୍ରୀ ସୋନାକ୍ଷୀ ଶେଷ ଥର ପାଇଁ ଅଜୟ ଦେବଗନଙ୍କ ଫିଲ୍ମ ଭୁଜ- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆରେ ନଜର ଆସିଥିଲେ । ଏହା ବ୍ୟତୀତ ସେ ଆଗକୁ ରୀମା କାଗତୀ ଏବଂ ଋଚିକା ଓବରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏକ େୱବ୍ ସିରିଜ୍ ଜରିଆରେ ଡିଜିଟାଲ ଡେବୁ୍ୟ କରିବେ ।

Comments are closed.