୮୩ ବର୍ଷରେ ବଞ୍ଜି ଜମ୍ପ

0

ବୟସ କେବଳ ଏକ ସଂଖ୍ୟା ଏହି ଉକ୍ତିକୁସତ ବୋଲି ପ୍ରମାଣିତ କରିଛନ୍ତି ବ୍ରିଟିଶର ଜଣେ ୮୩ ବର୍ଷୀୟ ମହିଳା । ଆଲୋନା ବାଇକୋ ନାମକ ଏହି ମହିଳା ଜଣଙ୍କ ବଞ୍ଜି ଜମ୍ପରେ ରେକର୍ଡ କରିଛନ୍ତି । ଉତ୍ତରାଖଣ୍ଡର ରିଷିକେସରେ ସେ ୧୧୭ ମିଟର ଉଚ୍ଚରୁ ଡେଇଁ ଏହି ରେକର୍ଡ଼ କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଇଭେଣ୍ଟ କରିବା ସମୟରେ ମହିଳା ଜଣଙ୍କ ଖୁବ ଶାନ୍ତ ଦେଖିବାକୁ ମିଳୁଛନ୍ତି । ସୋସିଆଲ ମିଡିଆରେ ତାଙ୍କ ସାହସର ଖୁବ ପ୍ରଶଂସା କରାଯାଉଛି । ଏତେ ବୟସରେ ବି କିଭଳି ଜୀବନକୁ ଉପଭୋଗ କରିହେବ ସେ ତାହା ସମସ୍ତଙ୍କୁ ଶିଖାଇଛନ୍ତି ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି । ପୁରା ଯୁବପୀଢିଙ୍କ ପାଇଁ ବର୍ତ୍ତମାନ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି । ନିଜର ଏହି ନିଆରା କାମ ପାଇଁ ବର୍ତ୍ତମାନ ସେ ସୋସିଆଲ ମିଡିଆଷ୍ଟାର ପାଲଟିଯାଇଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.