ଛତୁରୁ ପ୍ଲାଷ୍ଟିକ ଚିପ୍‌

ଦୁନିଆରେ ପ୍ଲାଷ୍ଟିକ ବର୍ଜ୍ୟର ପରିମାଣ ବଢିବାରେ ଲାଗିଛି । ସେହିଭଳି ଇଲୋକେc୍ରାନିକ ଆବର୍ଜନାର ସଂଖ୍ୟା ମଧ୍ୟ ବଢୁଛି । ଏଭଳି ଅନେକ ପ୍ଲାଷ୍ଟିକ ସାମଗ୍ରୀ ଅଛି, ଯେପରି କମ୍ପୁ୍ୟଟରରେ ଲାଗୁଥିବା ଚିପସ୍‌ ଯାହା ରି ସାଇକେଲ ଯୋଗ୍ୟ ନୁହେଁ । ତେବେ ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଚଳାଇଛନ୍ତି । ବୈଜ୍ଞାନିକମାନେ ଏକ ଉପାୟ ବାହାର କରିଛନ୍ତି ଯାହା ଏହି ସମସ୍ୟାର କେତେକାଂଶରେ ସମାଧାନ କରିବ ।

Building Sustainable Computer Chips Out of Mushrooms

ଅଷ୍ଟ୍ରିୟା ବିଶ୍ୱବିଦ୍ୟାଳୟର ଗବେଷକମାନେ ଛତୁର ଚମରୁ ଚିପ୍‌ର ବେସ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ଯାହା ବର୍ତ୍ତମାନ ପ୍ଲାଷ୍ଟିକ ବ୍ୟବହାର କରି ନିର୍ମାଣ ହେଉଛି । ଗୈନୋଡର୍ମୋ ଲୁସୀଡମ ଛତୁ ୟୁରୋପ ଓ ପୂର୍ବ ଏଶିଆରେ ଦେଖିବାକୁ ମିଳିଥାଏ । ଛତୁଟି ନିଜର ସୁରକ୍ଷା ପାଇଁ ନିଜ ଚାରିପଟେ ଏକପ୍ରକାରର ଚର୍ମ ବିକଶିତ କରିଥାଏ, ଯେଉଁଥିରୁ ଏହି ପ୍ଲାଷ୍ଟିକ ଚିପ୍‌ର ବେସ୍‌ ନିର୍ମାଣ ହୋଇଛି ବୋଲି ବୈଜ୍ଞାନିକ ପ୍ରକାଶ କରିଛନ୍ତି । ଏହି ଛତୁ ଚର୍ମ ଇଲେକଫି୍ରକାଲ ସର୍କିଟ୍‌ରେ ବି ଖୁବ ଭଲରେ କାମ କରିଥାଏ । ସେହିଭଳି ଏହା ୨୦୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ସହିଥାଏ । ପ୍ରଥମେ ଏହି ଛତୁର ଚର୍ମକୁ କାଢି ଆଦ୍ରତା ଓ ସୂର୍ଯ୍ୟକିରଣ ଠାରୁ ଦୂରରେ ଶୁଖା ଯାଇଥାଏ । ଏହାକୁ ଏଭଳି ରଖିଲେ ଏହି ଛତୁ ୧୦୦ ବର୍ଷ ସୁରକ୍ଷିତ ରହିବ ବୋଲି ବୈଜ୍ଞାନିକ ସୂଚନା ଦେଇଛନ୍ତି । ତେଣୁ ଏହାକୁ ଇଲୋକେଫ୍ରାନିକ ଡିଭାଇସରେ ବ୍ୟବହାର କରିଲେ ଏହା ଅନେକ ଦିନ ଯାଏଁ ସୁରକ୍ଷିତ ରହିଥାଏ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ବର୍ତ୍ତମାନ ଏହାଉପରେ ଅଧିକ ଗବେଷଣା ଜାରି ରହିଥିବା ବୈଜ୍ଞାନିକ କହିଛନ୍ତି ।

Govt

Comments are closed.