ସମୁଦ୍ର ଏବଂ ମାଟିରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ହଜମ କରୁଥିବା ଅଣୁଜୀବ ଚିହ୍ନଟ ହୋଇଛି । ‘ମାଇକ୍ରୋବିଆଲ୍ ଇକୋଲୋଜି’ରେ ପ୍ରକାଶିତ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଖାଉଥିବା ୩୦ ହଜାରରୁ ଅଧିକ ଅଣୁଜୀବକୁ ଠାବ କରାଯାଇଛି ।

ବିଶ୍ୱର ୨୩୬ରୁ ଅଧିକ ସ୍ଥାନରେ ଅନୁସନ୍ଧାନ ପରେ ଏହି ତଥ୍ୟ ବାହାରିଛି । ବୈଜ୍ଞାନିକମାନେ ବିଭିନ୍ନ ଡିଏନଏର ୨୦ କୋଟିରୁ ଅଧିକ ଜିନ୍ ଅଧ୍ୟୟନ କରିଥିଲେ । ଏହି ରିସର୍ଚ୍ଚରୁ ଜଣାପଡ଼ିଲା ଯେ ପୃଥିବୀରେ ଏପରି ୩୦ ହଜାରରୁ ଅଧିକ ଅଣୁଜୀବ ଅଛନ୍ତି, ଯେଉଁମାନେ ପ୍ରାୟ ୧୦ ପ୍ରକାରର ପ୍ଲାଷ୍ଟିକକୁ ନଷ୍ଟ କରିପାରିଥାନ୍ତି । ଏହି ନୂତନ ତଥ୍ୟ ମଧ୍ୟ ପ୍ଲାଷ୍ଟିକ୍ ରିସାଇକିଲିଂ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରମାଣିତ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଦୁନିଆରେ ମିଳୁଥିବା ପ୍ରତ୍ୟେକ ଚାରୋଟି ଅଣୁଜୀବ ବ୍ୟାକେଫରିଆ ମଧ୍ୟରୁ ଗୋଟିଏରେ ପ୍ଲାଷ୍ଟିକ୍ ହଜମ କରିବାର କ୍ଷମତା ରହିଛି । ସ୍ୱିିଡେନ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲିକ୍ସେଜ୍ ଜେଲିଜ୍ନେକ୍ଙ୍କ ଅନୁଯାୟୀ ଏହା ଏକ ପ୍ରମୁଖ ଆବିଷ୍କାରକୁ ଦର୍ଶାଉଛି ଯେ ଯେତେବେଳେ ମଣିଷ ପୃଥିବୀରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପକାଇବା ଆରମ୍ଭ କଲା, ସେତେବେଳେ ପ୍ରକୃତି ଏହାର ମୁକାବିଲା ପାଇଁ ନିଜସ୍ୱ ରଣନୀତି ପ୍ରସ୍ତୁତ କରିଛି । ଯାହାର ଫଳାଫଳ ହେଉଛି ପ୍ଲାଷ୍ଟିକ ଖାଉଥିବା ପ୍ରାୟ ୩୦ ହଜାର ଅଣୁଜୀବର ବିକାଶ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏତେ ସଂଖ୍ୟକ ପ୍ଲାଷ୍ଟିକ ଖାଉଥିବା ଅଣୁଜୀବ ପାଇ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ବର୍ତ୍ତମାନ ବୈଜ୍ଞାନିକମାନେ ପରୀକ୍ଷାଗାରାରେ ପ୍ରକୃତିରୁ ମିଳୁଥିବା ଅଣୁଜୀବଗୁଡିକୁ ବିକଶିତ କରିବେ, ଯାହା ଦ୍ୱାରା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ କିପରି ଭାବେ ଶୀଘ୍ର ନିଷ୍କାସିତ ହୋଇପାରିବ । ବର୍ତ୍ତମାନ ପରିସ୍ଥିତିରେ ସମୁଦ୍ରର ଗଭୀରତାରୁ ଆରମ୍ଭ ହୋଇ ଏଭରେଷ୍ଟ ପର୍ଯ୍ୟନ୍ତ ଚାରିଆଡ଼େ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦେଖିବାକୁ ମିଳୁଛି । ମାଇକ୍ରୋବିଆଲ୍ ଇକୋଲୋଜି ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ, ୭୦ ବର୍ଷ ପୂର୍ବେ ଯେଉଁଠାରେ ବାର୍ଷିକ ୨ ନିୟୁତ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଉତ୍ପନ୍ନ ହେଉଥିଲା, ବର୍ତ୍ତମାନ ଏହା ବାର୍ଷିକ ୩୮୦ ନିୟୁତ ଟନ୍ ଉତ୍ପାଦନ କରୁଛି ।

Comments are closed.