ବ୍ରାଉଜର ନୋଟିଫିକେସନ ଉପରେ କରନ୍ତୁ ନାହିଁ କ୍ଲିକ୍‍, ହୋଇପାରନ୍ତି ଠକାମିର ଶିକାର

ସମୟ ଲାଇଭ୍‍,୩୦/୧୧: ଆଧୁନିକ ଯୁଗରେ ଟେକ୍ନୋଲୋଜି ଯେତିକି ସକ୍ରିୟ ହେଉଛି, ଟେକ୍ନୋଲୋଜି ସାହାଯ୍ୟରେ ଠକାମି ମଧ୍ୟ ବୃଦ୍ଧି ପାଉଛି। ୟୁଜର୍ସଙ୍କୁ ନିଜ ଶିକାର ବନାଇବା ପାଇଁ ସ୍କାମର୍ସ ନୂଆ ନୂଆ ଫର୍ମୂଲା ଆପଣାଇବାରେ ଲାଗିଛନ୍ତି। ତେବେ ବ୍ରାଉଜର ନୋଟିଫିକେସନ୍‍ ଜରିଆରେ ସ୍କାମର୍ସ ଅନେକ ଥର ୟୁଜର୍ସଙ୍କ ଟଙ୍କା ଓ ଗୋପନୀୟ ତଥ୍ୟ ଆଦି ଚୋରି କରିନେଉଥିବା ଖବର ସାମନାକୁ ଆସିଛି। ସିକ୍ୟୁରିଟୀ ଫର୍ମ କବଗ୍ଦକ୍ଟ୍ରରକ୍ସଗ୍ଦଳଚ୍ଚ ଖବଭଗ୍ଦ ର ସୂଚନା ଅନୁଯାୟୀ, ଇଣ୍ଟରନେଟ୍‍ ୟୁଜର୍ସଙ୍କୁ ଫସାଇବା ପାଇଁ ବ୍ରାଉଜର ନୋଟିଫିକେସନର ସହାୟତା ନିଆଯାଉଛି। ବ୍ରାଉଜର୍‍ ପୁଶ୍‍ ନୋଟିଫିକେସନରେ ଏକ୍‍ ୱେବସାଇଟର ଲିଙ୍କ ଦିଆଯାଉଛି ଯାହାକି ଇଣ୍ଟରନେଟ ସ୍କ୍ରିନ୍‍ ଉପରେ ରହିଥାଏ। ଏହି ଲିଙ୍କକୁ କ୍ଲିକ କରିବା ଦ୍ୱାରା ପେଜ୍‍ରେ ପହଞ୍ଚନ୍ତି ୟୁଜର୍ସ। ଏହାପରେ ଗୋଟିଏ ପରେ ଗୋଟିଏ ଅଫର୍‍ ଦେଇ ୟୁଜର୍ସଙ୍କ ଠାରୁ ଗୋପନୀୟ ତଥ୍ୟ ତଥା ବଡ଼ ମୂଲ୍ୟର ଅର୍ଥ ଠକେଇ ମଧ୍ୟ କରାଯାଉଛି। ଲଟେରୀ, ଉପହାର ଆଦି ବାହାନାରେ ଏପରି ସ୍କାମ୍‍ କରାଯାଉଥିବା ଖବର ପ୍ରକାଶିତ।

Launching Ceremony of “AYUSHMAN BHARAT

Comments are closed.