ଜୟପୁର :ଜୟପୁର ସହର ପାରାବେଡା ଶ୍ରୀରାମ କଲୋନୀରେ ଅଭାବନୀୟ ଘଟଣା । ଆଗ ପଛ ହୋଇ ଚାଲିଗଲେ ଭାଇ ଓ ଭଉଣୀ I ଗତ ଦୁଇ ଦିନ ପୂର୍ବରୁ ସ୍ଥାନୀୟ ଶିଶୁମନ୍ଦିରରେ ୭ମ ଶ୍ରେଣୀ ପଢ଼ୁଥିବା ଭାଇର ମୃତ୍ୟୁ ଘଟିଥିଲା I ଆଜି ପୁଣି କଲେଜ ପଢୁଆ ଭଉଣୀର ମୃତ୍ୟୁ ଘଟିଛି I
ସୂଚନାନୁସାରେ, ଗତ ୨୯ ତାରିଖରେ ନାବାଳକ ଭାଇ ଶିବାଶିଷ ନାୟକ ର ମୃତଦେହ ନିଜ ଘର ଛାତ ଉପରୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲା I ଭୁବନେଶ୍ବରରେ ରହି ଇଂଜିନିୟର ପାଠ ପଢୁ ପଢ଼ୁଥିବା ବଡ଼ ଭଉଣୀ ରଶ୍ମି ନାୟକ ଭାଇର ମୃତ୍ୟୁ ଖବର ଶୁଣି ନିଜ ଘରକୁ ଯାଇଥିଲେ । ହେଲେ ଶନିବାର ବଡ ଭଉଣୀ ରଶ୍ମି ନାୟକଙ୍କ ମୃତ ଦେହ ଘରର ଛାତ ଉପରୁ ଉଦ୍ଧାର ହୋଇଛି । ତେବେ ଏବେ ଏ ଯାଏଁ ଭାଇ ଭଉଣୀଙ୍କର ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ମାତ୍ର ତିନି ଦିନ ବ୍ୟବଧାନରେ ଭାଇଭଉଣୀଙ୍କ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Comments are closed.