ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୨୦ ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ ଦିୟା ମିର୍ଜା । ଫିଲ୍ମ ‘ରହନା ହୈ ତେରେ ଦିଲ୍ ମୈ’ ଜରିଆରେ ବଲିଉଡ୍ରେ ଡେବୁ୍ୟ କରି ନିଜର ଆକଫିଂ ଦକ୍ଷତାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇଥିଲେ । ବଲିଉଡ୍ରେ ୨୦ ବର୍ଷ ପୂର୍ତ୍ତି ଅବସରରେ ଦିୟା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଅଭିନେତ୍ରୀ ଦିୟା ନିଜର ଡେବୁ୍ୟ ଫିଲ୍ମ ରହନା ହୈ ତେରେ ଦିଲ୍ ମୈର ଏକ ପୋଷ୍ଟର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ କରିଛନ୍ତି । ଆର୍ ମାଧବାନ ଏବଂ ସୈଫ୍ ଅଲ୍ଲୀ ଖାନ ସହ ତାଙ୍କ ଫଟୋ ଥିବା ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି ।

ଏହାସହ ଏହି ୨୦ ବର୍ଷର ଯାତ୍ରା ତାଙ୍କ ପାଇଁ ଅଦ୍ଭୁତ ଥିଲା ଏବଂ ତାଙ୍କ ପ୍ରଶଂସକଙ୍କୁ ପୋଷ୍ଟରେ ଧନ୍ୟବାଦ ଜଣାଇଛନ୍ତି । ଏହି ଫିଲ୍ମରୁ ଗୌତମ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମଟି ମୁଖ୍ୟତଃ ଆର ମାଧବାନ ଏବଂ ଦିୟା ମିର୍ଜାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିଲା ।

ସେତେବେଳେ ଫିଲ୍ମଟି ବକ୍ସ ଅଫିସରେ ସଫଳ ବ୍ୟବସାୟ କରିପାରିନଥିଲେ ମଧ୍ୟ ଫିଲ୍ମର ଗୀତଗୁଡ଼ିକ ଆଜି ବି ସିନେପ୍ରେମୀଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ନେଇଛି । ଖାସ୍ କରି ‘ଜରା ଜରା’ ଏବଂ ‘ସଚ କହ ରହା ହୈ ଦିୱାନା’ ଗୀତକୁ ସମସ୍ତେ ପସନ୍ଦ କରନ୍ତି ।

ଏହି ଫିଲ୍ମ ପରେ ଦିୟା ବଲିଉଡ୍ରେ ଅନେକ ଫିଲ୍ମରେ କାମ କରିବା ପାଇଁ ସୁଯୋଗ ପାଇଥିଲେ । ‘ଦିୱାନପନ’ , ‘ତୁମକୋ ନା ଭୁଲ୍ ପାଏଙ୍ଗେ’ , ‘ଦମ୍’ , ‘ପରିଣୀତା’ , ‘ଲଗେ ରହୋ ମୁନ୍ନାଭାଇ’ ପରି ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ବେଶ୍ ପ୍ରଶଂସନୀୟ ହୋଇପାରିଛି । ତେବେ ସିନେମା ଜଗତରେ ପାଦ ଦେବା ପୂର୍ବରୁ ଦିୟା ମିର୍ଜା ‘ମିସ୍ ଏସିଆ ପାସିଫିକ୍’ର ଟାଇଟଲ ଜିତିଥିଲେ ।

ଶେଷ ଥର ପାଇଁ ୨୦୨୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଥªଡ’ରେ ଜଣେ ସିଙ୍ଗଲ୍ ମଦର୍ ଭୂମିକାରେ ନଜର ଆସିଥିଲେ ।

Comments are closed.