ଉପରାଷ୍ଟ୍ରପତି ନିର୍ବାଚନ ମତଦାନରୁ ବିରତ ରହିବ ବିଜେଡି

ନୂଆଦିଲ୍ଲୀ : ଆସନ୍ତା କାଲି ଉପରାଷ୍ଟ୍ରପତି ନିର୍ବାଚନ । ମତଦାନରୁ ବିଜୁ ଜନତା ଦଳ ବିରତ ରହିବ ବୋଲି ସୂଚନା ମିଳିଛି । ଉଭୟ ଏନ୍ଡ଼ିଏ ଏବଂ ଇଣ୍ଡି-ମେଣ୍ଟ ଠାରୁ ସମ ଦୂରତା ବଜାୟ ରଖିବ ବିଜେଡି । ବର୍ତ୍ତମାନ ବିଜେଡିର ୭ଜଣ ସାଂସଦ ରାଜ୍ୟସଭାରେ ରହିଛନ୍ତି । ତେବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ତେଣୁ ଦିଲ୍ଲୀରେ ପ୍ରେସମିଟ କରି ନବୀନ ଏ ସମ୍ପର୍କରେ ସୂଚନା ଦେଇପାରନ୍ତି ବୋଲି ଶୁଣାଯାଉଛି ।

ସୂଚନାନୁସାରେ,ଗତ ୨୧ ଜୁଲାଇରେ ଉପରାଷ୍ଟ୍ରପଦରୁ ଜଗଦୀପ ଧନଖର ଇସ୍ତଫା ଦେବା ପରେ ୯ ସେପ୍ଟେମ୍ବରରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ ହେଉଛି । ଏହି ନିର୍ବାଚନରେ ଏନଡିଏ ପକ୍ଷରୁ ସି.ପି ରାଧାକୃଷ୍ଣନ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ବି.ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଗତ କିଛି ଦିନ ହେଲାଣି ଚର୍ଚ୍ଚା ଜୋରରେ ହେଉଥିଲା ଯେ ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ । ବିଜେଡି ଯଦି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା ତେବେ ବିଜେପି-ବିଜେଡି ଏକ ବୋଲି ପୁଣି ଆଲୋଚନା ହୋଇଥାନ୍ତା ।

ସେପଟେ ଭୋଟିଂରୁ ବିଜେଡି ବିରତ ରହିବା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ ସମର୍ଥନ କରିବା । ନବୀନ ବାବୁ ଆମକୁ ପରୋକ୍ଷରେ ସମର୍ଥନ କରୁଛନ୍ତି । ତେବେ ଶେଷରେ ବିଜେଡି ଏହି ନିର୍ବାଚନରେ ଭାଗ ନେବନି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Govt

Comments are closed.