ପାକିସ୍ତାନର ଅଜବ ନିୟମ

ଦୁନିଆରେ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଥାଏ । ତେବେ କେତେକ ଦେଶରେ ଏଭଳି ଅଜବ ନିୟମ ଥାଏ, ଯାହା ସମସ୍ତଙ୍କୁ ଚକିତ କରିଥାଏ । ଯେଉଁ ନିୟମକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର । ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ସେହିଭଳି କିଛି ନିୟମ ରହିଛି, ଯାହା ଅବିଶ୍ୱାସନୀୟ । ଏହି ଅଜବ ନିୟମ ଗୁଡିକ ସମ୍ପର୍କରେ ଚର୍ଚ୍ଚା ମଧ୍ୟ ହୋଇଥାଏ ।

ଅନ୍ୟର ଫୋନ୍‌ ଧରିବା ଦଣ୍ଡନୀୟ – ଜଣେ ଜଣଙ୍କର ଫୋନ୍‌ ବିନା ଅନୁମତିରେ ଧରିବା କୌଣସି ଏକ ଦଣ୍ଡନୀୟ ଅପରାଧ ନୁହେଁ । ହେଲେ ପାକିସ୍ତାନରେ ଏହା ଦଣ୍ଡନୀୟ ଅପରାଧ ।
ପାକିସ୍ତାନର ଅଜବ ନିୟମ

କୌଣସି ବି ବ୍ୟକ୍ତି ବିନା ଅନୁମତିରେ ଅନ୍ୟ ଲୋକଙ୍କର ଫୋନ ଛୁଇଁ ପାରିବେ ନାହିଁ । ଯଦି ଏଭଳି କରୁଛନ୍ତି, ତେବେ ତାଙ୍କୁ ଦଣ୍ଡ ମିଳିବାର ପ୍ରାବଧାନ ରହିଛି । ଏହି ନିୟମ ଅନୁସାରେ ଜଣଙ୍କୁ ୬ମାସ ଜେଲ ହୋଇପାରିବ ।

ଇଂରାଜୀ ଅନୁବାଦ ଅପରାଧ- ପାକିସ୍ତାନରେ କେତେକ ଶବ୍ଦ ରହିଛି ଯାହାର ଅନୁବାଦ ଅପରାଧ । ଏହି ଶବ୍ଦକୁ ଅନୁବାଦ କଲେ ଅପରାଧୀକ ମାମଲା ରୁଜୁ ହୋଇପାରେ । ବିଶ୍ୱାସ ନହେଲେ ମଧ୍ୟ ଏହା ସତ । ଯଦି ସେହି ଶବ୍ଦର କିଏ ଅନୁବାଦ କରେ ତେବେ ବ୍ୟକ୍ତିଙ୍କ ବିରୋଧରେ କଡାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିୟମ ରହିଛି ।

Govt

Comments are closed.