ବିବାହ ପୂର୍ବରୁ ବିଭିନ୍ନ କଥାକୁ ବିଚାରକୁ ନେଇ ପ୍ରସ୍ତୁତି କରାଯାଇଥାଏ । ଡ୍ରେସ୍, ଭୋଜି,ମଣ୍ଡପ ବିଭିନ୍ନ ଦିଗକୁ ବିବାହ ଆଗରୁ ଧ୍ୟାନରେ ରଖାଯାଇଥାଏ । ତେବେ ଏହି ସମୟରେ ସମସ୍ତଙ୍କ ନଜର ଥାଏ ବଜେଟ୍ ମଧ୍ୟରେ ବିବାହର ଖର୍ଚ୍ଚକୁ ରଖିବାକୁ । ସେ ଦିଗରେ ସମସ୍ତ ପଦକ୍ଷେପ ନିଅନ୍ତି । ତେବେ ଏକ ବିବାହ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଅତିଥିଙ୍କୁ ଏକ ବିବାହରେ କେକ୍ ଖାଇବା ଫଳରେ ହଟହଟା ହେବାକୁ ପଡିଛି । ସୂଚନା ଅନୁସାରେ ଅତିଥି ଜଣଙ୍କ ଏକ ବିବାହରେ ଯୋଗଦେବା ଅବସରେରେ କେକ୍ର ଏକ ଅଧିକା ଖଣ୍ଡ ଖାଇଥିଲେ, ଯେଉଁଥି ପାଇଁ ତାଙ୍କୁ ହଟହଟା ହେବାକୁ ପଡିଲା । ତାଙ୍କୁ ଏଥିପାଇଁ ଅଧିକା ଅର୍ଥ ମଗାଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହି ଅର୍ଥ ମାଗିଥିଲେ ନିଜେ କନ୍ୟା । ଏହା ଶୁଣିବାକୁ ବେଶ୍ ଅଜବ ଲାଗିଲେ ମଧ୍ୟ କଥାଟି ସତ । ବିବାହର ଏକ ଦିନ ପରେ ଅତିଥିଙ୍କ ପାଖକୁ କନ୍ୟାଙ୍କ ପାଖରୁ ଏକ ବାର୍ତ୍ତା ଯାଇଥିଲା, ଯେଉଁଥିରେ ତାଙ୍କୁ ଅଧିକା ପଇସା ମଗାଯାଇଥିଲା । ବିବାହ ପୂର୍ବରୁ ସମସ୍ତ ଅତିଥିଙ୍କୁ ଗୋଟିଏ ଗୋଟିଏ କେକ୍ ଖଣ୍ଡ ପାଇଁ ଅର୍ଥ ଦେବାକୁ ହେବ ବୋଲି ବର ଓ କନ୍ୟାଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ବିବାହ ପରେ ସେମାନେ ଜାଣିବାକୁ ପାଇଥିଲେ କି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କେକ୍ର ଗୋଟିଏ ଖଣ୍ଡ ଅଧିକା ଖାଇଛନ୍ତି । ତେଣୁ ସେମାନେ ତାଙ୍କୁ ଅଧିକା ଅର୍ଥ ଦେବାକୁ ଜଣାଇଥିଲେ । ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଦମ୍ପତ୍ତିଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି ।

Comments are closed.