ଉତ୍ତରପ୍ରଦେଶ: ସ୍ୱାମୀ ସ୍ତ୍ରୀର ସମ୍ପର୍କ ଭାଙ୍ଗିବା ପଛରେ ସର୍ବଦା କିଛି ବଡ କାରଣ ରହିଥାଏ । ହେଲେ ଦୁନିଆରେ ଏଭଳି କିଛି ବିବାହ ବିଚ୍ଛେଦ ରହିଛି, ଯାହା ବେଶ୍ ଛୋଟଛୋଟ କାରଣ ପାଇଁ ଘଟିଛି । ତେବେ ଏହି କାରଣଗୁଡିକ ଯେ, କେବଳ ଛୋଟ ତାହା ନୁହେଁ ଅଜବ ମଧ୍ୟ । କେହି ବି ଏହି କାରଣକୁ ବିବାହ ବିଚ୍ଛେଦର କାରଣ ବୋଲି ବିଶ୍ୱାସ ମଧ୍ୟ କରିବେ ନାହିଁ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଅଜବ କାରଣ ସମ୍ବନ୍ଧରେ ।
ସ୍ୱାମୀଙ୍କ ସହ ଝଗଡା ହୁଏ ନାହିଁ ବୋଲି
ସାଧାରଣ ସ୍ତ୍ରୀଲୋକ ମାନେ ସର୍ବଦା ତାଙ୍କ ସ୍ୱାମୀ ତାଙ୍କୁ ଭଲପାଉନାହାନ୍ତି ବୋଲି ଅଭିଯୋଗ କରିଥାଆନ୍ତି । ହେଲେ ଏହି ଭଲପାଇବା ପାଇଁ କେହି କେବେ ଛାଡପତ୍ର ଦେଇଥିବା କଥା ଶୁଣିଲେ କେହି ବି ବିଶ୍ୱାସ କରିବେ ନାହିଁ । ଖବର ଅନୁସାରେ, ଉତ୍ତରପ୍ରଦେଶର ଜଣେ ମହିଳା ତାଙ୍କ ସ୍ୱାମୀଙ୍କର ଅତ୍ୟଧିକ ଭଲପାଇବା କାରଣରୁ ତାଙ୍କୁ ଛାଡପତ୍ର ଦେଇଛନ୍ତି । ସେ ନିଜର ମାତ୍ର ୧୮ ମାସର ବିବାହ ପରେ ଏହି ଛାଡପତ୍ର ଦେଇଛନ୍ତି । ଏହି ୧୮ମାସ ଭିତରେ ତାଙ୍କର ତାଙ୍କ ସ୍ୱାମୀଙ୍କ ସହ ଥରେ ବି ଝଗଡା ହୋଇନଥିବାରୁ ସେ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହା ଏକ ଅଜବ କାରଣ । ସେ ନିଜ ସ୍ୱାମୀଙ୍କ ସହ ଝଗଡା କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ।
Comments are closed.