ଭୁବନେଶ୍ୱର: ଫେବୃଆରୀ ୧୯: ଭାରତ ଭିତରେ ବାଇକରେ ୨୦,୦୦୦ କିମି ଭ୍ରମଣ କରି ରେକର୍ଡ କରିଛନ୍ତି ଓଡ଼ିଆ ପୁଅ । ସେ ନାଭାଲର ଜଣେ ଅବସରପ୍ରାପ୍ତ ଅଫିସର ଅମିତ୍ ମଲ୍ଲିକ । ଏକମାତ୍ର ଭାରତୀୟ ଭାବେ ଅମିତ୍ ଏହି ରେକର୍ଡ କରିଛନ୍ତି । ଉରି ଆକ୍ରମଣର ପ୍ରତିଶୋଧ ପାଇଁ ସେ ଭାରତୀୟ ନୌସେନାରେ ମିଜାଇଲ୍ ଇନ୍ଚାର୍ଜ ଭାବେ କାମ କରୁଥିବା ନିଜେ କହିଛନ୍ତି। ଏହାସହ ବିକ୍ରାନ୍ତ ଭଳି ଅନେକ ଯୁଦ୍ଧ ଜାହାଜରେ ମଧ୍ୟ ସେ ଥିଲେ ।ଅମିତ୍ ଅଗଷ୍ଟ ମାସରେ ଚାକିରିରୁ ଅବସର ନେଇଥିଲେ । ହେଲେ ତାହା ପୂର୍ବରୁ ତାଙ୍କର ସ୍ୱପ୍ନ ଥିଲା ଯେ ସେ ପୂରା ଭାରତକୁ ବାଇକ୍ ଦ୍ୱାରା ବୁଲିବେ । ଏଥିପାଇଁ ସେ ୨୦୨୧ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱରରୁ ନିଜ ବାଇକ୍ ଯାତ୍ରା ଆରମ୍ଭ କରିଥିଲେ ।

Comments are closed.