ଭଦ୍ରକ : ରଙ୍ଗ ରୁଟରେ ଯିବାହେଲା କାଳ । ଟ୍ରକ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ବନ୍ତ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବାଇକ ରଙ୍ଗ ରୁଟ୍ରେ ଆସି ଟ୍ରକ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ଦ୍ୱୟ ହେଲେ ପଥରାଆଡିର ଶିବସୁନ୍ଦର ମହାପାତ୍ର ଓ ବାରିକପୁରର ସୌରଭ ମିଶ୍ର।ଅନ୍ୟ ଜଣେ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ସୌରଭ ମିଶ୍ର ନାବାଳକ ବୋଲି ଜଣାଯାଇଛି । ମୃତ ସୌରଭ ମିଶ୍ର ଜଣେ ନାବାଳକ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।
ଘଟଣାନୁସାରେ, ଗତକାଲି ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ବାଇକ ଯୋଗେ ଚରମ୍ପାରୁ ବନ୍ତ ଅଭିମୁଖେ ଯାଉଥିଲେ । ସେମାନେ ରଙ୍ଗ୍ ରୁଟ୍ ରେ ଆସି ବନ୍ତ ଛକରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ୩ ବାଇକ ଆରୋହୀ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିବସୁନ୍ଦର ମହାପାତ୍ର ଓ ସୌରଭ ମିଶ୍ର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରୁଛି ।

Comments are closed.