ସାପ ପରି କାତି ଛଡ଼ାଉଥିବା ଯୁବକ

ପାଟନା: ବିହାରର ୨୫ ବର୍ଷୀୟ ମଜବୀର ରହମନ ମଲିକ ତାଙ୍କ ବିରଳ ରୋଗ ପାଇଁ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛନ୍ତି । ମଲିକ ‘ଏରିଥ୍ରୋଡର୍ମା’ ନାମକ ଏକ ରୋଗରେ ପୀଡ଼ିତ ଅଛନ୍ତି । ତ୍ୱଚାର ଏକ ଗମ୍ଭୀର ଏବଂ ଜୀବନ ପ୍ରତି ବିପଦ ଥିବା ରୋଗରେ ଏହାକୁ ବିବେଚନା କରାଯାଏ । ଏପରି ବିରଳ ରୋଗରେ ରୋଗୀଙ୍କ ଚର୍ମ ଲାଲ ପଡ଼ିଯାଏ, ଯାହାକୁ ‘ରେଡ୍‌ ମ୍ୟାନ୍‌ ସିଣ୍ଡ୍ରୋମ’ କୁହାଯାଏ ।

ଜନ୍ମର କିଛି ଦିନ ପରେ ମଜବୀର ଏହି ରୋଗର ଶିକାର ହୋଇଥିଲେ । ଏହାଯୋଗୁଁ ପ୍ରତି ସପ୍ତାହରେ ତାଙ୍କ ଚର୍ମ ସାପ କରି କାତି ଛାଡ଼ିଥାଏ । ସେହିପରି ଶୀତଦିନେ ତାଙ୍କ ଚର୍ମ ଏତେମାତ୍ରାରେ ଶୁଖିଯାଏ ଯେ ଚର୍ମରେ ଫାଟ ସୃଷ୍ଟି ହୋଇଥାଏ । ପିଲାଟି ବେଳେ ଗାଁ ଡାକ୍ତର ମଜବୀରଙ୍କୁ ବଡ଼ ହସ୍ପିଟାଲରେ ଦେଖାଇବା ପାଇଁ ପରାମର୍ଶ ଦେଲେ । ହେଲେ ମଜବୀରଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଏହାର ଚିକିତ୍ସା କରାଇପାରିନଥିଲେ ।

ମଜବୀର ତାଙ୍କର ଏହି ବିରଳ ରୋଗ ଯୋଗୁଁ ପାଠପଢ଼ା ପୂରା କରିପାରିଲେ ନାହିଁ, କାରଣ ସ୍କୁଲରେ ଅନ୍ୟ ପିଲାମାନେ ତାଙ୍କୁ ଭୟ କରୁଥିଲେ । ମଜବୀରଙ୍କ ଚେହେରାକୁ ଦେଖି ଲୋକମାନେ ତାଙ୍କୁ ‘ସାପ ମଣିଷ’ କହି ସମ୍ବୋଧନ କରୁଛନ୍ତି । ସୋସିଆଲ ମିଡିଆରେ ମଲିକ ଏକ ଭିଡିଓ ସେୟାର କରି ନିଜର ଦୈନନ୍ଦିନ ଜୀବନ ସମ୍ପର୍କରେ କହିଛନ୍ତି, ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Govt

Comments are closed.