ପରଦାକୁ ଆସିବ ବିଗବସ୍‌ ଓଟିଟି ସିଜିନ୍‌ ୨: ଏପଟେ ରାଜି ନାହାନ୍ତି ହୋଷ୍ଟ

ମୁମ୍ବାଇ: ଜୁନ ୨୪: ବିଗ୍‌ ବସ୍‌ ହେଉଛି ଟିଭିର ପ୍ରସିଦ୍ଧ ରିଆଲିଟି ଶୋ । ବିଗ୍‌ ବସର ଶେଷ ସିଜିନ ପ୍ରସିଦ୍ଧ ଚେହେରା ଏବଂ ଆକର୍ଷଣୀୟ କାର୍ଯ୍ୟ ଯୋଗୁଁ ଏହା ବହୁତ ହିଟ୍‌ ହୋଇଥିଲା । ବିଗ୍‌ ବସ ସିଜିନ୍‌ ୧୫ ଆରମ୍ଭ ହେବା ପୂର୍ବରୁ ନିର୍ମାତାମାନେ ଏହାର ଓଟିଟି ଭର୍ସନ ଆଣିଥିଲେ । ଯାହା ପ୍ରାୟ ୨ମାସ ପର୍ଯ୍ୟନ୍ତ ଚାଲିଥିଲା । ଏହି ଶୋକୁ ଚଳଚ୍ଚିତ୍ର ନିର୍ମାତା କରନ୍‌ ଜୋହର ହୋଷ୍ଟ କରିଥିଲେ । କି;ୁ ବର୍ତ୍ତମାନ ଖବର ଆସିଛି କି କରନ୍‌ ଜୋହର ବିଗ୍‌ ବସ୍‌ ଓଟିଟି ସିଜନ୍‌ ୨ ହୋଷ୍ଟ କରିବାକୁ ମନା କରି ଦେଇଛନ୍ତି । କରନ୍‌ ଜୋହରଙ୍କୁ ବିଗ୍‌ ବସ ଓଟିଟି ସିଜନ୍‌-୨ ର ହୋଷ୍ଟିଂ ଦେଖିବାକୁ ମିଳିବ ନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ କରଣ ଏଥିପାଇଁ ନିର୍ମାତାମାନଙ୍କୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । କାରଣ ସେ ନିଜର ଚାଟ୍‌ ଶୋ କଫି ୱିଥ୍‌ କରଣକୁ ହୋଷ୍ଟ କରୁଛନ୍ତି । ଏଥିପାଇଁ ସେ କହଥିଲେ ଏକ ସମୟରେ ଦୁଇଟି ଭିନ୍ନ ପ୍ଲାଟଫର୍ମରେ କାମ କରିପାରିବେ ନାହିଁ । ସେଥିପାଇଁ ସେ ବିଗ୍‌ ବସ୍‌ ଓଟିଟି ସିଜନ୍‌ -୨ ହୋଷ୍ଟ କରିବାକୁ ମନା କରିଦେଇଛନ୍ତି । ବର୍ତ୍ତମାନ ନିର୍ମାତାମାନେ ଶୋ ପାଇଁ ଫରାହ ଖାନଙ୍କ ନିକଟକୁ ଯାଇଛନ୍ତି । ଯଦି ଫରାହ ବିଗ୍‌ ବସ୍‌ ଓଟିଟିକୁ ହୋଷ୍ଟ କରିବାକୁ ହଁ କୁହନ୍ତି, ତେବେ ସେ ନିଶ୍ଚିତ ଭାବରେ ସିଜିନ୍‌-୨ ମଧ୍ୟ ଅଧିକ ଲୋକପ୍ରୟ ହେବ ବୋଲି ଆଶା କରାଯାଉଛି ।

Govt

Comments are closed.