କାଶ୍ମୀର ଫାଇଲ୍ସ ନିର୍ଦ୍ଦେଶକଙ୍କ ବିସ୍ମୟକର ବୟାନ

ମୁମ୍ବାଇ: ମଇ ୧୦: ବଲିଉଡ୍‌ ଫିଲ୍ମ କାଶ୍ମୀର ଫାଇଲ୍ସର ସଫଳତା ବିଷୟରେ ପ୍ରାୟ ସମସ୍ତେ ଜଣାଶୁଣା । ଏହା ଦର୍ଶକଙ୍କ ମନରେ ଏକ ଗଭିର ଛାପ ଛାଡିବା ସହିତ ବକ୍ସ ଅଫିସରେ ଧମାଲ ମଚେଇଛି । ରୋଜଗାର ଦୃଷ୍ଟିରୁ ଏହା ଅନେକ ନୂଆ ରେକର୍ଡ ସୃଷ୍ଟି କରିଥିଲା । ତେବେ ଫିଲ୍ମକୁ ନେଇ କିଛି ବିସ୍ମୟକର ବୟାନ ଦେଇଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଫିଲ୍ମର ପ୍ରଶଂସା ନ କରିବାରୁ ସେ ଅକ୍ଷୟ କୁମାରଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆରମ୍ଭରୁ କହିଥିଲେ ଯେ ମୋର ଫିଲ୍ମ ଇଣ୍ଡଷ୍ଟ୍ରି ତରଫରୁ କୌଣସି ବିଶେଷ ସମର୍ଥନ ପାଇ ନାହିଁ । ଯେଉଁମାନେ ଫିଲ୍ମର ପ୍ରଶଂସା କରୁଛନ୍ତି, ସେମାନେ ବାଧ୍ୟତାମୂଳକ ଭାବରେ ଏହା କରୁଛନ୍ତି । ନିକଟରେ ଏକ ସାକ୍ଷାତକାର ସମୟରେ ବିବେକ ଅଗ୍ନିହୋତ୍ରୀ ଅକ୍ଷୟ କୁମାରଙ୍କ ନାମ ନେଇଥିଲେ ଏବଂ କହିଥିଲେ ଯେ ସେ ମଧ୍ୟ ବାଧ୍ୟତାମୂଳକ ଭାବେ ତାଙ୍କ ଫିଲ୍ମକୁ ପ୍ରଶଂସା କରିଛନ୍ତି । ବିବେକ ଅଗ୍ନିହୋତ୍ରୀ ନିକଟରେ ଏକ ଟକ୍‌ ଶୋରେ ତାଙ୍କ ଫିଲ୍ମ କାଶ୍ମୀର ଫାଇଲ୍ସକୁ ନେଇ କଥାବାର୍ତ୍ତା କରିଛନ୍ତି । ଯେତେବେଳେ ଏକ କାର୍ଯ୍ୟକ୍ରମରେ ବିବେକ ଏବଂ ଅକ୍ଷୟ କୁମାର ମୁହାଁମୁହିଁ ହୋଇଥିଲେ, ଅକ୍ଷୟ କହିଥିଲେ, ବିବେକ ଜୀ ଏକ ଫିଲ୍ମ ର୍ନିମାଣ କରି ଆମ ଦେଶର ଏକ ଯନ୍ତ୍ରଣାଦାୟକ ସତ୍ୟ ସାମ୍ନାକୁ ଆଣିଛନ୍ତି । ତେବେ ଅକ୍ଷୟଙ୍କ ଫିଲ୍ମ ବଚନ ପାଣ୍ଡେର ଫ୍ଲପ୍‌ ହେବାରୁ ସେ ଏକ ବୈମାତୃକ ମନୋଭାବ ପୋଷଣ କରୁଥିବା ନେଇ ଯୁକ୍ତି କରିଛନ୍ତି ବିବେକ୍‌ । ଖାଲି ସେତିକି ନୁହେଁ ବରଂ ଇଣ୍ଡଷ୍ଟ୍ରୀର ଏପରି କୌଣସି ବ୍ୟକ୍ତି ନାହାଁନ୍ତି ଯିଏ ଏହି ଫିଲ୍ମକୁ ପୁରା ମନୋଭାବରେ ପ୍ରଶଂସା କରିଛନ୍ତି । ତେବେ ତାଙ୍କର ଏପରି ବୟାନକୁ ନେଇ ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି ହେଇଛି ।

Govt

Comments are closed.