ଭୁନେଶଙ୍କ ନିଃସ୍ୱାର୍ଥ ଶିକ୍ଷାଦାନ

ଜୟପୁର: ଦାରିଦ୍ରତା କାରଣରୁ ଅନେକ ପିଲା ମୌଳିକ ଶିକ୍ଷାରୁ ବଞ୍ଚିତ ହୋଇଥାଆନ୍ତି । କେତେକ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ଅନେକ ସ୍କୁଲ୍‌ ଯାଇପାରନ୍ତି ନାହିଁ । ସେମାନଙ୍କୁ ନିଜର ଗୁଜୁରାଣ ମେଣ୍ଟାଇବାକୁ ଭିକ ମାଗିବା କିମ୍ବା କୌଣସି ଯାଗାରେ କାମ କରିବାକୁ ପଡିଥାଏ । ତେବେ ଅନେକ ସ୍ଥାନରେ କିଛି ମହାନ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଏଭଳି ପିଲାଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗେଇ ଆସନ୍ତି । ସେହିଭଳି ଜଣେ ବ୍ୟକ୍ତି ହେଲେ ଜୟପୁରର ଭୁନେଶ ଶର୍ମା ।

ଭୁନେଶଙ୍କ ନିଃସ୍ୱାର୍ଥ ଶିକ୍ଷାଦାନ

ଭୁନେଶ୍‌ ୨୦୧୫ରେ ଏକ ଟ୍ରାଫିକ୍‌ରେ କିଛିଟା ନିଆରା ପିଲାଙ୍କୁ ଭେଟିଥିଲେ । ରାସ୍ତାରେ ବୁଲୁଥିବା ପ୍ରାୟ ସମସ୍ତ ପିଲା ପଇସା କିମ୍ବା ଖାଇବାକୁ ମାଗିଥାନ୍ତି । ହେଲେ ଏହିି ପିଲାମାନେ ଭୁନେଶଙ୍କୁ ପେନ୍‌ସିଲ୍‌ ଓ ପେପର ମାଗିଥିଲେ, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ଘଟଣା ପରେ ସେ ନିଷ୍ପତ୍ତି ନେଇଥିଲେ କି ଯେଉଁ ପିଲାଙ୍କର ଆଗ୍ରହ ଥାଇ ମଧ୍ୟ ପାଠ ପଢିପାରୁନାହାନ୍ତି, ସେମାନଙ୍କ ପାଇଁ କିଛି କରିବେ । ପ୍ରଥମେ ତାଙ୍କୁ ପେନ୍‌ସିଲ ମାଗିଥିବା ୩ଜଣ ପିଲାଙ୍କଠାରୁ ସେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନଙ୍କ ବାପା ମାଆଙ୍କ ସହ କଥାହୋଇ ସେହି ପିଲାଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ । ତେବେ ଏହି ପିଲାଙ୍କର ବାପା ମାଆଙ୍କୁ ବୁଝାଇବା ଏତେ ସହଜ ନଥିଲା ଭୁନେଶଙ୍କ ପାଇଁ । ସେମାନଙ୍କୁ ଅନେକ ବୁଝାସୁଝା ପରେ ସେମାନେ ରାଜି ହୋଇଥିଲେ ତାଙ୍କ ପିଲାଙ୍କୁ ଛାଡିବାକୁ । ପ୍ରତିଦିନ ପାଖାପାଖି ଏକ ଘଣ୍ଟା ଭୁନେଶ ଏହି ପିଲାଙ୍କୁ ପଢାଇବା ଆରମ୍ଭ କରିଥିଲେ । ୨୦୧୭ ବେଳକୁ ଏହି ସଂଖ୍ୟା ୪୦ରେ ପହଞ୍ଚିସାରିଥିଲା, ଯାହା ପରେ ବଢି ୧୨୫ରେ ପହଞ୍ଚିଥିଲା । ସେ ଏହି ପିଲାଙ୍କୁ ଧୀରେଧୀରେ ଘରୋଇ ସ୍କୁଲ୍‌ରେ ଭର୍ତ୍ତି କରିବା ମଧ୍ୟ ଆରମ୍ଭ କରିଥିଲେ । ତେବେ ପିଲାଙ୍କ ସଂଖ୍ୟା ବଢିବା ସହିତ ଏଥିପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ ବଢିଥିଲା ।

ଭୁନେଶଙ୍କ ନିଃସ୍ୱାର୍ଥ ଶିକ୍ଷାଦାନ

ତେଣୁ ୨୦୧୯ରେ ଭୁନେଶ ଓ ତାଙ୍କ ସ୍ତ୍ରୀ ମିଶି ସ୍ମାଇଲ୍‌ ଫର୍‌ ଅଲ୍‌ ସୋସାଇଟି (ଏସ୍‌ଏଫ୍‌ଏ) ନାମରେ ଏକ ଏନ୍‌ଜିଓ ଖୋଲିଥିଲେ । ଏହି ଏନ୍‌ଜିଓ ଦ୍ୱାରା ସେି ପିଲାଙ୍କୁ ପଢାଇବା ପାଇଁ ଅର୍ଥ ଯୋଗାଡ କରୁଛନ୍ତି । ଏହାସହ ସେ ଏକ ଓଟିଟି ପ୍ଲାଟଫର୍ମ ମଧ୍ୟ ଆରମ୍ଭ କରିଛନ୍ତି, ଯାହାର ସବସ୍କ୍ରିପସନ୍‌ର ଅର୍ଥ ମଧ୍ୟ ଏହି ପିଲାଙ୍କ ପାଠପଢାରେ ଲାଗୁଛି । ଏହି ଓଟିଟିରେ ଯେଉଁ ମାନେ ସବସ୍କ୍ରାଇବ୍‌ କରିବେ ସେମାନେ ନିଜ ଅର୍ଥ କେଉଁ ସ୍ଥାନରେ କିଭଳି ଖର୍ଚ୍ଚ ହେଉଛି ସେ ନେଇ ମଧ୍ୟ ସମସ୍ତ ତଥ୍ୟ ପାଇପାରିବେ ।

Comments are closed.