ବଲାଙ୍ଗିର : ନୌକାବିହାର ପ୍ରକଳ୍ପର ଉଦଘାଟନ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ପର୍ଯ୍ୟଟନ ସହିତ ଏଠିକାର ଜନସାଧାରଣଙ୍କ ପାଇଁ ତାଙ୍କର ଆର୍ଥିକ ବିକାଶରେ ନିଶ୍ଚିତ ଭାବରେ ସହାୟକ ହେବ ବୋଲି ଦେଓଗାଁ ବ୍ଳକ୍ ମୁକୁନ୍ଦପୁର ଗ୍ରାମପଞ୍ଚାୟତସ୍ଥିତ ଭୀମଡୁଙ୍ଗୁରି ପର୍ଯ୍ୟଟନସ୍ଥଳୀ ଭୀମକଟାରେ ନୌକାବିହାର ପ୍ରକଳ୍ପର ଶୁଭ ଉଦଘାଟନ ଅବସରରେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ଗତ ୭ ବର୍ଷ ହେବ ଭୀମଡୁଙ୍ଗୁରି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ପ୍ରଚେଷ୍ଟା ଚାଲିଛି । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଠାକାର ବିରଳ ଗୁମ୍ଫାକୁ ପାହାଚ, ସୁରକ୍ଷା ବାଡ, ଯାତ୍ରୀ ନିବାସ, ଶୌଚାଳୟ, ଶିଶୁ ଉଦ୍ୟାନ ,ଭୀମକଟାର ବିକାଶ କରାଯିବ ।
ଉଦଘାଟନୀ ଊତ୍ସବରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ନିତିଶ କୁମାର ଓ ଦେଓଗାଁ ବ୍ଳକ୍ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତ ଛତ୍ରିଆ ଉପସ୍ଥିତ ଥିଲେ । ବିଧାୟକ ମିଶ୍ର ଡିଏଫ୍ଓ ନିତିଶ କୁମାରଙ୍କ ସହ ଭୀମକଟାରେ ନୌବିହାର କରିଥିଲେ । ଏହି ପ୍ରକଳ୍ପ ଆରମ୍ଭ ହୋଇଥିବାରୁ ଏହା ପର୍ଯ୍ୟଟକଙ୍କୁ ବହୁ ମାତ୍ରାରେ ଆକୃଷ୍ଟ କରିବ ଏବଂ ଅଞ୍ଚଳର ଆର୍ଥିକ ବିକାଶରେ ସହାୟକ ହେବ ବୋଲି କହିଥିଲେ । ଏହି ପାହାଡରେ ୬୨ଟି ପ୍ରାକୃତିକ ଗୁମ୍ଫା ରହିଛି ।
ଏହି ଗୁମ୍ଫା ସହ ଘଞ୍ଚ ଜଙ୍ଗଲ, ବନ୍ୟ ସମ୍ପଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଗୁମ୍ଫାକୁ ରାସ୍ତା ତିଆରି ସରିଛି । ଆଗକୁ ଅନ୍ୟ ସବୁ ଗୁମ୍ଫାକୁ ରାସ୍ତା ତିଆରି ହେବ । ଏଠାରେ ଆଗକୁ ଏକ ଡିଅର ପାର୍କ ପ୍ରତିଷ୍ଠା ହେବ । ଏନେଇ କେନ୍ଦ୍ରୀୟ ଅନୁମତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଛ ଜଳାଶୟର ଜଳଧାରଣ କ୍ଷମତା ବୃଦ୍ଧି ସକାଶେ ପଦକ୍ଷେପ ଗ୍ରହଣ କରାଯିବାକୁ ବିଧାୟକ ଶ୍ରୀ ମିଶ୍ର ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଖୁବ୍ ଶୀଘ୍ର ଜଳଧାରଣା କ୍ଷମତା ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବେ ବୋଲି ଡିଏଫ୍ଓ ଶ୍ରୀ କୁମାର ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନାଞ୍ଚଳ ଅଧିକାରୀ କେଶବ କିଶୋର ନାୟକଙ୍କ ସହ ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରା ଗାର୍ଡ ତଥା ସମସ୍ତ ୱାଇଲï ଲାଇଫ୍ ସ୍କ୍ୱାର୍ଡ ଉପସ୍ଥିତ ଥିଲେ ।

Comments are closed.