ୟୁରିକ ଏସିଡ ପାଇଁ ଖାଆନ୍ତୁ ପାନପତ୍ର

ଶରୀରରେ ୟୁରିକ୍ ଏସିଡ୍ ପରିମାଣ ବୃଦ୍ଧି ହେଲେ ବିଭିନ୍ନ ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦିଏ I ହୃଦୟ ଏବଂ ହାଡର କ୍ଷତି ହେବାର ଆଶଙ୍କା ବଢିଯାଏ I ୟୁରିକ୍ ଏସିଡକୁ ରୋକିବା ପାଇଁ ଆମେ କିଛି ଘରୋଇ ଉପଚାର ସହିତ ଚିକିତ୍ସା ମଧ୍ୟ କରି ପରିବା I ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପାନ ପତ୍ରରେ ଥିବା ଗୁଣଗୁଡିକ ୟୁରିକ୍ ଏସିଡ୍ ହ୍ରାସ କରିବାରେ ସାହାଯ୍ୟ କରେଇ ଏହା ସହିତ ସହିତ ଏଥିରେ ଥିବା ଉପକାରୀ ତତ୍ତ୍ୱ ଗୁଡିକ ଅନେକ ରୋଗର ଉପଶମ ପାଇଁ କାର୍ଯ୍ୟ କରିଥାଏ I ଆସନ୍ତୁ ଜାଣିବା କିପରି ବ୍ୟବହାର କରିବେ ପାନ ପତ୍ର :

ୟୁରିକ୍ ଏସିଡ୍ ବୃଦ୍ଧି ର କାରଣ : ଆମର ଅନିୟମିତ ଜୀବନ ଶୈଳୀ ଓ ଅସନ୍ତୁଳିତ ଖାଦ୍ୟ ପାନୀୟ ପାଇଁ ୟୁରିକ ଏସିଡ ବୃଦ୍ଧି ହୋଇଥାଏ I ଖାଦ୍ୟରେ ଆମେ ମାତ୍ରାଧିକ ମିଠା,ମଦ,କିମ୍ବା ଅନ୍ୟ କୌଣସି ନିଶା ଅଭ୍ୟାସ କଲେ,ବହୁଦିନ ଧରି ମଧୁମେହ ହୋଇଥିଲେ ଶରୀରରେ ୟୁରିକ ଏସିଡ ବଢିଥାଏ I

ଘରୋଇ ଉପାୟରେ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାକୁ ହେଲେ ପାନ ପତ୍ର ବହୁତ ଲାଭଦାୟକ ହୋଇଥାଏ I ପାନ ପତ୍ରରେ ଥିବା ପୋଷୋକ ତତ୍ତ୍ୱ ଗୁଡିକ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ ହୋଇଥାଏ I ପ୍ରତ୍ୟକ ଦିନ ସକାଳେ ଖାଲି ପେଟରେ ପ୍ରଥମେ ଗୋଟିଏ ପାନ ପତ୍ର ଚୋବାଇ ଖାଆନ୍ତୁ Iକିମ୍ବା ଖାଇ ସାରିବା ପରେ ଗୋଟିଏ ପାନ ପତ୍ର ଚୋବାଇ ଖାଇଲେ ୟୁରିକ୍ ଏସିଡ୍କୁ ନିୟନ୍ତ୍ରିତ ହୋଇଥାଏ I ଏହା ବ୍ୟତୀତ ଆପଣ ପାନ ପତ୍ର ର ରସ ବାହାର କରି ଏହାକୁ ମଧ୍ୟ ପି’ପାରିବେ I ଯଦି ଆପଣ ଏହାକୁ ନିୟମିତ କିଛି ଦିନ ଧରି ଖାଆନ୍ତି, ତେବେ ଆପଣ କିଛି ଦିନ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟାରୁ ମୁକ୍ତି ପାଇବେ I

ଏହା ଛଡା ପାନ ପତ୍ରରେ ଥିବା ଗୁଣ ଗ୍ୟାଷ୍ଟ୍ରିକ୍ ଏବଂ ଅଲସର କୁ ମଧ୍ୟ ଭଲ କରିଥାଏ I ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ I ଯାହାକି ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ କାମ କରେ I ସେହିପରି ପାନ ପତ୍ରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ,ଏହା ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମୁକ୍ତି ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ I ଆପଣ ଯଦି କିଛି ମସଲାଦାର ଖାଦ୍ୟ ଖାଇ ଅଜୀର୍ଣ୍ଣ କିମ୍ବା ହାକୁଟି ହେଉଥାଏ ,ତେବେ ଆପଣ ଗୋଟିଏ ତାଜା ପାନ ପତ୍ର ଚୋବାଇ ଖାଇ ଅଳ୍ପ ଟିକିଏ ଉଷୁମ ପାଣି ପିଅନ୍ତୁ ଏଥିରୁ ତୁରନ୍ତ ଆରମ୍ଭ ମିଳିବ I

କାରଣ ପାନ ପତ୍ରରେ ଗ୍ୟାଷ୍ଟ୍ରୋପ୍ରୋଟେକ୍ଟିଭ୍ ଗୁଣ ରହିଛି ଯାହା ଗ୍ୟାଷ୍ଟ୍ରିକ୍ ଅଲସର୍ ପାଇଁ ଲାଭ ଦାୟୀ ହୋଇଥାଏ Iଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ହେତୁ, ପାନ ପତ୍ର ଏନଜାଇମାଟିଭ୍ କୁ ବୃଦ୍ଧି କରି ପ୍ୟୁରିନ୍ ହଜମ କରିବାରେ ସାହାଯ୍ୟ କରିଥାଏ I ଶରୀରୁ ଅତ୍ୟଧିକ ପ୍ରୋଟିନ୍କୁ କମାଇ ପ୍ୟୁରିନ୍ ଜମା ହେବାକୁ ଦିଏ ନାହିଁ I ଏହା ହଜମ ପ୍ରକ୍ରିୟା କୁ ମଧ୍ୟ ଅଧିକ ବଢ଼ାଇଥାଏ I

ଏହା ଛଡା ପାନ ପତ୍ର ଥଣ୍ଡା କାଶ ଏବଂ ସଂକ୍ରମଣ,ମଧୁମେହ,ଦାନ୍ତ ବିନ୍ଧା ଓ ପାଟି ଘା,ଅରୁଚି ଶରୀରର ଦୁର୍ଗନ୍ଧ ତଥା କର୍କଟ ରୋଗକୁ ରୋକିବା ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ I

Govt

Comments are closed.