ଶରୀରରେ ରକ୍ତର ମାତ୍ରା ବୃଦ୍ଧି କରିବାରେ ଡାଳିମ୍ବ ରସ ପିଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଏହାଛଡ଼ା ଡାଳିମ୍ବରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଶରୀର ପାଇଁ ଉପକାରୀ । ହେଲେ ଆପଣ ଜାଣିଛନ୍ତି, ଡାଳିମ୍ବ ଯେତିକି ଉପକାରୀ ତା’ର ଚୋପ ମଧ୍ୟ ସେତିକି ଉପକାରୀ? ଡାଳିମ୍ବ ଚୋପାରେ ଫଳଠାରୁ ମଧ୍ୟ ଅଧିକ ଆଣ୍ଟି ଅକ୍ସିଡେଣ୍ଟସ ରହିଛି । ଯାହା ହୃଦ୍ଜନିତ ରୋଗ ଓ କର୍କଟ ରୋଗୀଙ୍କ ପାଇଁ ଲାଭଦାୟକ ।
– ଡାଳିମ୍ବ ଚୋପା ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ଏବଂ ଚାପ ନିୟନ୍ତ୍ରତ ହୁଏ । ଏହା ଉଭୟ ଅକ୍ସିଡେଟିଭ୍ ଚାପ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏଣୁ ଏକ ଚାମଚ ଡାଳିମ୍ବ ଚୋପା ଗୁଣ୍ଡକୁ ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ପିଇଲେ ଉପକାର ମିଳେ । କି;ୁ ଯଦି ଆପଣଙ୍କ ହୃଦରୋଗ ଜଣାପଡ଼ିଥାଏ ତେବେ କୌଣସି ଉପାୟ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅବଶ୍ୟ ନିଅ;ୁ ।
– ଡାଳିମ୍ବ ଚୋପା ସୂର୍ଯ୍ୟର ଅତି ବାଇଗଣୀ ରଶ୍ମି ଏଜେଣ୍ଟ ଧାରଣ କରିଥାଏ । ଏହା ଚର୍ମକୁ କ୍ଷତିକାରକ ୟୁଭି କିରଣରୁ ରକ୍ଷା କରେ । ଏହାଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା କମିଯାଏ । ଏହାର ଚୋପାକୁ ବ୍ୟବହାର କଲେ ସନ୍ ଟ୍ୟାନରୁ ମଧ୍ୟ ମୁକ୍ତି ମିଳେ ।
– ଏହି ଚୋପା ଗୁଣ୍ଡ କେଶ ଝଡିବା ବନ୍ଦ କରିବାରେ ସାହାଯ୍ୟ କରିବା ସହ ରୂପି ସମସ୍ୟା ଦୂର କରିଥାଏ । ଆପଣ ଲଗାଉଥିବା ତେଲରେ ଡାଳିମ୍ବ ଚୋପା ଗୁଣ୍ଡକୁ ମିଶାଇ କେଶର ମୂଳରେ ଲଗାଇ ମାଲିସ୍ କରନ୍ତୁ । କିଛି ସମୟ ପରେ କେଶକୁ ସାମ୍ପୁରେ ଧୋଇ ଦିଅ;ୁ । ଏହିପରି କରିବା ଦ୍ୱାରା କେଶ ଝଡ଼ିବା ବନ୍ଦ ହେବା ସହ କେଶ ଘନ ହୁଏ ।
– ଡାଳିମ୍ବ ଚୋପା ଚର୍ମରେ କୋଲାଜେନ୍ ନଷ୍ଟକୁ ରୋକିଥାଏ ଏବଂ କୋଷର ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ । ଏହା ବାର୍ଦ୍ଧକ୍ୟ ଏବଂ କୁଞ୍ଚିତ ରେଖାକୁ କମାଇଥାଏ । ଦୁଇ ଚାମଚ ଡାଳିମ୍ବ ଚୋପା ଗୁଣ୍ଡ ନେଇ ଅଳ୍ପ କ୍ଷୀର ମିଶା;ୁ । ଯଦି ଆପଣଙ୍କର ତ୍ୱଚା ତେଲିଆ, କ୍ଷୀର ବଦଳରେ ଗୋଲାପ ଜଳକୁ ଗୁଣ୍ଡରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କର;ୁ । ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଲଗା;ୁ ଏବଂ ଶୁଖିବା ପରେ ଉଷୁମ ପାଣିରେ ଧୋଇ ଦିଅ;ୁ । ଏହା ଏକ ପ୍ରାକୃତିକ ମଶ୍ଚରାଇଜର ପରି କାର୍ଯ୍ୟ କରିଥାଏ ।
-ସେହିପରି ନିଶ୍ୱାସରେ ଦୁର୍ଗନ୍ଧ ବାହାରୁ ଥିଲେ, ଦାନ୍ତମାଢି ଫୁଲିବା ଜନିତ ସମସ୍ୟା ଏବଂ ପାଟି ଘା’କୁ ଦୂର କରିବା ପାଇଁ ଡାଳିମ୍ବ ଚୋପା ପ୍ରୟୋଗ କରାଯାଏ । ଡାଳିମ୍ବ ଚୋପା ଗୁଣ୍ଡକୁ ଏକ ଗ୍ଲାସ୍ ପାଣିରେ ମିଶାଇ ଗାର୍ଗଲିଂ କଲେ ଉପକାର ମିଳେ ।

Comments are closed.