ସୁସ୍ଥ ମାନସିକତାର ଲାଭ

ମାନସିକ ସ୍ୱାସ୍ଥ୍ୟର ପ୍ରଭାବ ସବୁକ୍ଷେତ୍ରରେ ରହିଛି । ମାନସିକ ଶାନ୍ତିର ଆବଶ୍ୟକତା ଘରେ ଯେତିକି ରହିଛି, କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଏହାର ଆବଶ୍ୟକତା ସେତିକି ରହିଛି । ତେଣୁ ଅଫିସରେ ମାନସିକ ସ୍ତରରେ ସୁସ୍ଥ ରହିଲେ ଆମର ଅନେକ ସୁବିଧା ହୋଇଥାଏ, ଆସନ୍ତୁ ଜାଣିବା ସେହି ସୁବିଧା ବିଷୟରେ ।

ପ୍ରଡକ୍ଟିଭିଟି ବଢିଥାଏ
ଯେତେବେଳେ ଅଫିସରେ କର୍ମଚାରୀମାନେ ମାନସିକ ସ୍ତରରେ ଦୁର୍ବଳ ଥାଆନ୍ତି ସେମାନେ ଅଫିସରେ କାମ ମଧ୍ୟ ସଠିକ ଢଙ୍ଗରେ କରିପାରନ୍ତି ନାହିଁ । ଏହା ତାଙ୍କର ପ୍ରଡକ୍ଟିଭିଟିକୁ କମାଇ ଥାଏ । କାମରେ ଭୁଲଭାଲ ହୋଇଥାଏ, ତେଣୁ ଅଫିସରେ କର୍ମଚାରୀମାନେ ମେଣ୍ଟାଲି ଫିଟ ରହିବାର ଆବଶ୍ୟକତା ରହିଛି ।

କର୍ମ କ୍ଷେତ୍ରରେ ସନ୍ତୋଷ
ଯଦି ଜଣେ କର୍ମଚାରୀ ନିଜର କାର୍ଯ୍ୟକ୍ଷେତ୍ରରେ ମାନସିକ ସ୍ତରରେ ଶାନ୍ତି ପାଇଥାଏ, ତେବେ ସେ ତାର ଅଫିସ କାମ କରିବାରେ ମଧ୍ୟ ସନ୍ତୋଷ ଲାଭ କରିଥାଏ । ଏଭଳି ହେଲେ କମ୍ପାନୀର ହିଁ ଲାଭ ହୋଇଥାଏ । ଅନେକ କର୍ମଚାରୀ ବେଶି ଦିନ ଧରି ସେହି କମ୍ପାନୀରେ କାର୍ଯ୍ୟ କରିଥାଆନ୍ତି ।

କମ୍ପାନୀ ରେପୁଟେସନ ବଢିଥାଏ
ଯେଉଁ କମ୍ପାନୀରେ ଅଧିକ ମେଣ୍ଟାଲ ପିସ ରହିଥାଏ, ତାର ରେପୁଟେସନ ମଧ୍ୟ ସେତେ ଅଧିକ ରହିଥାଏ । ସମସ୍ତେ ଏଠାର କାମ କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି । ସେହିଭଳି କମ୍ପାନୀର ଲାଭ ମଧ୍ୟ ବଢିଥାଏ । ତେଣୁ ଆଜିକାଲି ପ୍ରାୟ ସବୁ କମ୍ପାନୀରେ କର୍ମଚାରୀଙ୍କ ମେଣ୍ଟାଲ ହେଲ‘ ନେଇ ଧ୍ୟାନ ଦିଆଯାଉଛି ।

Govt

Comments are closed.