ଦିନିକିଆରୁ ସନ୍ନ୍ୟାସ ନେଲେ ବେନ୍‌ ଷ୍ଟୋକ୍ସ

ନୂଆଦିଲ୍ଲୀ : ଦିନିକିଆରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଇଂଲଣ୍ଡର ଷ୍ଟାର୍‌ କ୍ରିକେଟର୍‌ ତଥା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ । ୩୧ ବର୍ଷ ବୟସରେ ସେ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି କ୍ରିକେଟ୍‌ ପ୍ରେମୀଙ୍କୁ ଚକିତ କରିଛି । ତେବେ ସେ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍‌ ଖେଳିବେ । ସୋମବାର ଟ୍ୱିଟ୍‌ କରି ଷ୍ଟୋକ୍ସ ଦିନିକିଆରୁ ଅବସର ନେବା କଥା ଘୋଷଣା କରିଛନ୍ତି ।

ସେ ଲେଖିଛନ୍ତି ଯେ ଏହି ନିଷ୍ପତ୍ତି ନେବା ତାଙ୍କ ପାଇଁ ଅତ୍ୟନ୍ତ କଠିନ ଥିଲା । ସେ ଟେଷ୍ଟ ମ୍ୟାଚ୍‌ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଷ୍ଟୋକ୍ସ ୨୦୧୯ ଦିନିକିଆ ବିଶ୍ୱ୍‌ କପରେ ଇଂଲଣ୍ଡକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୧ରେ ଆୟର୍ଲାଣ୍ଡ ବିପକ୍ଷରେ ସେ ଇଂଲଣ୍ଡ ପାଇଁ ଦିନିକିଆରେ ଡେବୁ୍ୟ କରିଥିଲେ । ସେ ଇଂଲଣ୍ଡ ପାଇଁ ୧୦୪ ଟି ଦିନିକିଆ ଖେଳି ୨୯୧୯ ରନ୍‌ କରିଛନ୍ତି । ଯେଉଁଥିରେ ତିନୋଟି ଶତକ ଓ ୨୧ଟି ଅର୍ଦ୍ଧଶତକ ସାମିଲ ଅଛି । ଇଂଲଣ୍ଡ ଓ ସାଉଥ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଠାରୁ ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ଏହାର ପ୍ରଥମ ମ୍ୟାଚ୍‌ ଡରହାମ୍‌ରେ ଖେଳାଯିବ । ଷ୍ଟୋକ୍ସ ନିଜ ହୋମ୍‌ ଗ୍ରାଉଣ୍ଡରୁ ହିଁ ଦିନିକିଆ କ୍ରିକେଟକୁ ଅଲବିଦା କହିବେ ।

Govt

Comments are closed.