ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲଦାର

ଖୋର୍ଦ୍ଧା :ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ I ତାଙ୍କ ନିକଟରୁ ଜବତ ହେଲା ନଗଦ ୪୫ ହଜାର ଟଙ୍କା I ଜମି କିସମ ପରିବର୍ତ୍ତନ ପାଇଁ ନିଜ ଘରେ ଜଣଙ୍କ ଠାରୁ ଏହି ଟଙ୍କା ଲାଂଚ ନେଉଥିଲେ । ତାଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର କଳିଙ୍ଗ ବିହାରସ୍ଥିତ ନିଜ ବାସଭବନ ଆଗରେ ବେଗୁନିଆ ତହସିଲଦାର ତଥା ସବରେଜିଷ୍ଟ୍ରାର ଶ୍ରୀ ମଣ୍ଡଳ ୪୫ହଜାର ଟଙ୍କା ଲାଂଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ତାଙ୍କଠୁ ସମ୍ପୂର୍ଣ୍ଣ ଲାଂଚ ଟଙ୍କା ଜବତ କରାଯାଇଛି । କେମିକାଲରେ ତାଙ୍କ ହାତ ଧୂଆ ଯାଇ ସେ ଲାଂଚ ଟଙ୍କା ଧରିଥିବାର ପ୍ରମାଣ ମିଳିଛି । ଜଣେ ଅଭିଯୋଗକାରୀଙ୍କ ସୂଚନା ଆଧାରରେ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇ ସଫଳ ହୋଇଛି । ଶ୍ରୀ ମଣ୍ଡଳଙ୍କ ନିଜ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି ।

Comments are closed.