ମହୁମାଛି ବି ରଖନ୍ତି ସାମାଜିକ ଦୂରତା

ଆଜିକାଲି ସାମାଜିକ ଦୂରତା ଶବ୍ଦ ସମସ୍ତଙ୍କ ପାଇଁ ବେଶ ପରିଚିତ ହୋଇସାରିଛି । କରୋନା ଭଳି ମହାମାରୀରୁ ବଞ୍ଚିବା ପାଇଁ ମଣିଷ ଏହାକୁ ଅସ୍ତ୍ର ଭଳି ବ୍ୟବହାର କରୁଛି । ତେବେ କେବଳ ମଣିଷ ନୁହେଁ ମହୁମାଛିମାନେ ମଧ୍ୟ ନିଜ ନିଜ ଭିତରେ ସାମାଜିକ ଦୂରତା ରଖିଥାଆନ୍ତି । କଥାଟି ଶୁଣିବାକୁ ଅଜବ ଲାଗିଲେ ବି ସତ । ତେବେ ଏଭଳି ଦାବି ଲଣ୍ଡନ ବିଶ୍ୱବିଦ୍ୟାଳୟ ସହ ଇଟାଲିର ସସାରି ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ଗବେଷକଙ୍କ ମତରେ ମହୁମାଛିମାନେ ରହୁଥିବା ଫେଣାରେ ସମୟ ସମୟରେ ସଂକ୍ରମଣ ହୋଇଥାଏ । ଏହି ସଂକ୍ରମଣ ଏକ ପରଜୀବୀ କାରଣରୁ ହୋଇଥାଏ । ଯେତେବେଳେ ମହୁମାଛି ଫେଣାକୁ ସେହି ପରଜୀବୀମାନେ ଆସିବା ଆରମ୍ଭ କରନ୍ତି, ସେହି ସମୟରେ ମହୁମାଛିମାନେ ନିଜନିଜ ଭିତରେ ଅଲଗା ହେବା ଆରମ୍ଭ କରନ୍ତି । ଯାହା ଏକ ପ୍ରକାରର ସାମାଜିକ ଦୂରତା । ଏହି ଜୀବମାନେ ମହୁମାଛିଙ୍କର ଶତ୍ରୁ ହୋଇଥାଆନ୍ତି । ମହୁମାଛିଙ୍କର ଫେଣା ନଷ୍ଟହେବା ପଛରେ ଏମାନଙ୍କ ହାତ ଅଧିକ ରହିଥାଏ । ତେଣୁ ଏହି ସଂକ୍ରମଣରୁ ବଞ୍ଚିବା ପାଇଁ ମହୁମାଛିମାନେ ସାମାଜିକ ଦୂରତା ଅବଲମ୍ବନ କରନ୍ତି । ଏହି ବିଷୟରେ ଜାଣିବା ପାଇଁ ଗବେଷକମାନେ ଏକ ପରୀକ୍ଷା କରିଥିଲେ । ବୈଜ୍ଞାନିକମାନେ ଏକ ୧୨ ଜଣିଆ ମହୁମାଛି ଦଳକୁ କୃତ୍ରିମ ଉପାୟରେ ସଂକ୍ରମିତ କରାଇଥିଲେ । ଏହାପରେ ସେମାନଙ୍କର ବ୍ୟବହାରକୁ ଅନୁଧ୍ୟାନ କରିଥିଲେ । ଯେଉଁ ପରୀକ୍ଷାରୁ ଜଣାପଡିଥିଲା କି ସେମାନଙ୍କ ଫେଣାରେ ସଂକ୍ରମଣ ଆରମ୍ଭ ହେଲେ ସେମାନେ ନିଜ ନିଜ ଭିତରେ ସାମାଜିକ ଦୂରତା ରଖିବା ଆରମ୍ଭ କରୁଛନ୍ତି ।

Launching Ceremony of “AYUSHMAN BHARAT

Comments are closed.