ସାଧାରଣତଃ ମହୁମାଛିମାନେ ରହୁଥିବା ସ୍ଥାନରେ କେହି ରହିବାକୁ ପସନ୍ଦ କରନ୍ତି ନାହିଁ । ହେଲେ ବ୍ରିଟେନରେ ଏକ ଅଭିନବ ନିୟମ ରହିଛି, ଯାହା ଅଧୀନରେ ଏଠିକାର ବାସିନ୍ଦାମାନେ ନିଜ ଘରେ ମହୁମାଛିଙ୍କ ପାଇଁ ଥିବା ସ୍ୱତନ୍ତ୍ର ଇଟା ଲଗାଇବାକୁ ନିୟମ କରାଯାଇଛି । ୨୦୨୨ରୁ ଲାଗୁ ହୋଇଥିବା ଏହି ନିୟମ ଅନୁସାରେ ବ୍ରିଟେନର ଉପକୂଳ ଅଞ୍ଚଳରେ ଯେତେ ବି ଉଚ୍ଚ ଘର ରହିଛି ସେଥିରେ ବି ବ୍ରିକ୍ସ ଲଗାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଏହି ଇଟା ସାଧାରଣ ଇଟା ଭଳି ହୋଇଥାଏ, ଯେଉଁଥିରେ ଛୋଟଛୋଟ ଛିଦ୍ର ଥାଏ । ଏହି ଛିଦ୍ରକୁ ବ୍ରିଟେନରେ ମିଳୁଥିବା ୨୭୦ଟି ପ୍ରଜାତିର ମହୁମାଛିମାନଙ୍କ ପାଇଁ ଡିଜାଇନ କରାଯାଇଛି । ଏହା ପ୍ରାକୃତିକ ମହୁମାଛି ବସାଭଳି ଦେଖିବାକୁ ହୋଇଥାଏ । ଏହାର ଲକ୍ଷ ସହରାଞ୍ଚଳରେ ଜୈବବିବିଧତାକୁ ବଢାଇବା । ହେଲେ ଏଭଳି ଉପାୟ ମହୁମାଛିଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି କିଛି ବୈଜ୍ଞାନିକ ଅନେକ ସମୟରେ ମତ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଥାଏ ।

Comments are closed.