ଦିଲ୍ଲୀ: ଅକ୍ଟୋବର ୧ ରୁ ୧୫ ପର୍ଯ୍ୟନ୍ତ ବାଂଲାଦେଶର ସିଲ୍ହେଟରେ ଖେଳାଯିବାକୁ ଥିବା ମହିଳା ଏସିଆ କପ୍ ଟି-୨୦ ଚାମ୍ପିଅନସିପ୍ ୨୦୨୨ ପାଇଁ ଅଲ ଇଣ୍ଡିଆ ମହିଳା ଚୟନ କମିଟି ଭାରତୀୟ ଦଳଙ୍କ ନାମ ଘୋଷଣା କରିଛି । ଅକ୍ଟୋବର ୧ ତାରିଖଠାରୁ ଆରମ୍ଭ ହେବାକୁ ଥିବା ମହିଳା ଏସିଆ କପ୍ ଟୁର୍ନାମେଣ୍ଟରେ ହରମାନପ୍ରୀତ କୌର ଭାରତୀୟ ଦଳର ନେତୃତ୍ୱ ନେଉଥିଲା ବେଳେ ଅଲ ଇଣ୍ଡିଆ ମହିଳା ଚୟନ କମିଟି ସ୍ମୃତି ମନ୍ଦନାଙ୍କୁ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ କରିଛନ୍ତି ।
ସୂଚନା ଅନୁସାରେ, ଅକ୍ଟୋବର ୧ ରୁ ୧୫ ଦିନିଆ ଟୁର୍ନାମେଣ୍ଟରେ ସାତୋଟି ଦଳ ଅଂଶଗ୍ରହଣ କରିବେ । ଟୁର୍ଣ୍ଣାମେଣ୍ଟ ଏକ ରାଉଣ୍ଡ ରୋବିନ ଫର୍ମାଟରେ ହେବ ଏବଂ ଶ୍ରେଷ୍ଠ ଚାରୋଟି ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଏହି ଟୁର୍ନାମେଣ୍ଟରେ ଖେଳୁଥିବା ଦଳଗୁଡ଼ିକ ହେଉଛି ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ୟୁଏଇ, ଥାଇଲ୍ୟାଣ୍ଡ ଏବଂ ମାଲେସିଆ । ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ମହିଳା କ୍ରିକେଟ୍ ଦଳ ଆଉ ନାହିଁ ।
ଗ୍ରୁପ୍ ପର୍ଯ୍ୟାୟରେ ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ସଂଯୁକ୍ତ ଆରବ ଏମିରେଟଥସ୍, ଥାଇଲ୍ୟାଣ୍ଡ ଏବଂ ମାଲେସିଆ ପରସ୍ପର ସହିତ ଖେଳିବେ । ରୋବିନ୍ ପର୍ଯ୍ୟାୟ ଶେଷରେ ଶ୍ରେଷ୍ଠ ଚାରୋଟି ଦଳ ସେମିଫାଇନାଲ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଭାରତୀୟ ମହିଳା ଦଳ ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ଭାରତୀୟ ଖୋଳାଳୀଙ୍କ ନାମ: ହରମାନପ୍ରୀତ କୌର (କ୍ୟାପଟେନ), ସ୍ମୃତି ମନ୍ଦନା (ଉପ-କ୍ୟାପଟେନ), ଦୀପ୍ତି ଶର୍ମା, ଶାଫାଲୀ ଭର୍ମା, ଜେମିମା ରୋଡ୍ରିଗୁସ୍, ସାବିନେନି ମେଘନା, ରିଚା ଘୋଷ (ୱକେଟ୍କିପର୍), ସ୍ନେହ ରାଣା, ଦିନଲନ ହେମଲାଟା, ମେଘନା ସିଂ, ରେଣୁକା ଠାକୁର, ପୂଜା ଭାଷ୍ଟ୍ରକର, ରାଜେଶ୍ୱରୀ ଗାଇକୱାଡ, ରାଧା ଯାଦବ, କେ.ପି ନାଭିଗୀରେ ।
ଷ୍ଟାଣ୍ଡବାଇ ଖେଳାଳି: ତାନିଆ ସପନା ଭାଟିଆ, ସିମରନ୍ ଦିଲ ବାହାଦୂର
ମହିଳା ଏସିଆ କପ୍ ୨୦୨୨ ରେ ଭାରତ ବିପକ୍ଷ ଦଳରେ-
- ଅକ୍ଟୋବର ୧ – ଭାରତ ବନାମ ଶ୍ରୀଲଙ୍କା
- ଅକ୍ଟୋବର ୩ – ଭାରତ ବନାମ ମାଲେସିଆ
- ଅକ୍ଟୋବର ୪ – ଭାରତ ବନାମ ୟୁଏଇ
- ଅକ୍ଟୋବର ୭ – ଭାରତ ବନାମ ପାକିସ୍ଥାନ
- ଅକ୍ଟୋବର ୮ – ଭାରତ ବନାମ ବାଂଲାଦେଶ
- ଅକ୍ଟୋବର ୧୦ – ଭାରତ ବନାମ ଥାଇଲ୍ୟାଣ୍ଡ
- ଅକ୍ଟୋବର ୧୩ – ପ୍ରଥମ ସେମିଫାଇନାଲ
- ଅକ୍ଟୋବର ୧୩ – ଦ୍ୱିତୀୟ ସେମିଫାଇନାଲ

Comments are closed.