ବାଦୁଡ଼ିଠାରୁ ମଣିଷ ଶରୀରକୁ ଆସିଥାଏ କରୋନା : ICMR

ସମୟ ଲାଇଭ,୧୬/୪: ଚୀନ୍‌ର ୱୁହାନ ସହରରେ ଉତ୍ପନ୍ନ କରୋନାଭାଇରସ୍‌ର ପ୍ରକୃତ କାରଣ ବାଦୁଡ଼ିମାନଙ୍କୁ ଦାୟୀ କରାଯାଇଛି । ଚୀନ୍ ଦେଇଥିବା ତଥ୍ୟରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ଜିନିଷ ଉଭା ହୋଇଛି ଯେ ଏହି ଭୂତାଣୁ
ବାଦୁଡ଼ିମାନଙ୍କ ଠାରୁ ବ୍ୟାପିଥିବାବେଳେ ଏହିପରି ଖବର ପ୍ରକାଶ ପାଇବା ପରେ ସମସ୍ତଙ୍କ ମନରେ କୌତୁହଳ ଦେଖାଦେଇଛି ଏବଂ କଳ୍ପନାଜଳ୍ପନା ଲାଗିରହିଛି | କରୋନା କିପରି ବାଦୁଡ଼ିଠାରୁ ମଣିଷକୁ ବ୍ୟାପିଥାଏ ଏପରି ଅନେକ ପ୍ରଶ୍ନ ଉଠୁଛି |
ନିକଟରେ ଇଣ୍ଡିଆନ୍ ମେଡିକାଲ୍ କାଉନସିଲ୍ ଅଫ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ଅଧ୍ୟକ୍ଷ ଆର ଗଙ୍ଗାଖେଡକର କହିଛନ୍ତି ଯେ ବାଦୁଡ଼ିମାନଙ୍କ ଦ୍ୱାରା ମଣିଷମାନଙ୍କଠାରେ କରୋନା ଭୂତାଣୁ ଅତି ବିରଳ ଅଟେ। ସେ କହିଛନ୍ତି ଯେତେବେଳେ ଏକ ଭୂତାଣୁ ଜାତି ପରିବର୍ତ୍ତନ କରନ୍ତି, ସେତେବେଳେ ଏହା ମଣିଷଙ୍କ ନିକଟରେ ବ୍ୟାପିଥାଏ।

ଆର ଗଙ୍ଗାଖେଡକର କହିଛନ୍ତି, ‘ଏହି କରୋନା ଭାଇରସ୍ ମଧ୍ୟ ବାଦୁଡ଼ିମାନଙ୍କ ଠାରେ ଦେଖାଯାଏ। ସେ କହିଛନ୍ତି ଯେ ଚାଇନାରେ କରାଯାଇଥିବା ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ମଣିଷଙ୍କଠାରେ ଏହି ଭୂତାଣୁ ବିକଶିତ ହୋଇପାରିଛନ୍ତି, ଯାହା ମଣିଷ ଭିତରକୁ ଯିବାର କ୍ଷମତା ରହିଛି ଏବଂ ଏହି ରୋଗ ସୃଷ୍ଟି କରିପାରନ୍ତି | ତେବେ ଏହି ଭୂତାଣୁ ପ୍ରଥମେ ବାଦୁଡ଼ିଠାରୁ ପାଙ୍ଗୁଲିନ (ଏକ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ) ଏବଂ ପରେ ପେଙ୍ଗୁଲିନଠାରୁ ମଣିଷ ଆସିଥିବାର କୁହାଯାଏ |

Launching Ceremony of “AYUSHMAN BHARAT

Comments are closed.