ବିଜ୍ଞାନ କି ହେବ ବେଦ! ଡ଼ ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ Literature By Samaya Live On Apr 16, 2020 Share ଜନମିଲେ ଏ ଧରାରେ ମରଣ ଯେ ସତ୍ୟ ଶରୀର ନଶ୍ୱର ଯହିଁ ଆତ୍ମା ଥାଏ ନିତ୍ୟ ଜନମ ମରଣ ସିନା ବିଧିର ବିଧାନ ଶରୀର ପାଦପ କ୍ଷୟ ରୋଗ ହିଁ କାରଣ। ଆଜି ଯାଇଛି ବଦଳି ବିଜ୍ଞାନର ବଳେ ଅହେତୁକ ମୃତ୍ୟୁ ନାହିଁ ଆଉ ଧରା ତଳେ। ରୋଗର ଯନ୍ତ୍ରଣା ଏଠି ନୁହଁଇ ଅସହ୍ୟ ଡ଼ାକ୍ତରୀ ଚିକିତ୍ସା ଆଜି ଦେଇଛି ଅଭୟ। ଶରୀର ସୁସ୍ଥ ସ୍ୱଚ୍ଛନ୍ଦ ଜୀବନ ଯାପନ ସ୍ୱାସ୍ଥ୍ୟ ହିଁ ସଂପଦ ତା’ର ମିଳିଛି ପ୍ରମାଣ। ରୋଗ ନିରାକରଣର ଉପାୟ ଆସିଛି ଆୟୁ ଯିବ ବଢି ଡ଼ିଏନଏ ପ୍ରୟୋଗରେ କିଛି। ପୁଅ ହେବ ଝିଅ ଏଠି ଯେ ଚାହିଁବ ଯାହା ବୁଢୀ ହେବ ନବବଧୂ କେମିତି କିମିଆ। ଯାଅ ଭୁଲି ସର୍ବେ ଯାହା କରିଛି ଦଇବ ବିଜ୍ଞାନ ବଳେ ସେ ସବୁ ଅନ୍ୟଥା ହୋଇବ। ରୁଗ୍ଣ ଶରୀର ସବଳ ମୂଷା ହେବ ହାତୀ ବାଘ ହେବ ଛେଳି ବନେ ନ ରହିବ ଭୀତି। ରାବଣ ସମ ଦାନବ ସଦ୍ଦାମ ହୁସେନ ଲାଡ଼େନ ସମ ଭୀଷଣ କରିବ ଡ଼ିଏନଏ। ସମସ୍ତେ ହୋଇବେ ମାଆ ଗର୍ଭ ସଞ୍ଚାର ନ କରି ଅନ୍ୟ ଗର୍ଭେ ଭ୍ରୂଣ ରଖି ଚାରା ଆଣିବେ ଉତାରି। ମାତୃତ୍ୱ ଯେ ବିନା ଗର୍ଭେ ବେଦନା ନ ସହି ସତେ କି ସ୍ତନ ଝରିବ ଅମୃତ ଯା’ କହି। ମାଆ ବୋଲି ଦେଲେ ଡାକି ସରିଯିବ ଦୁଃଖ ଗର୍ଭଧାରୀ ଝୁରୁଥିବ ଧିକ୍କାରିଣ ଭାଗ୍ୟ। ଅଙ୍ଗ ପ୍ରତିଅଙ୍ଗମାନ ହୋଇବ ରୋପଣ ଅର୍ଥଦାନେ ମିଳିଯିବ ଦାନୀ ନୋହିବ ମହାନ। ବିଜ୍ଞାନ କି ନ କରିଛି ସମ୍ଭବ ଏକଥା ଦେବତାମାନେ ହାରିଲେ ମନେ ବହି ବ୍ୟଥା। ବେଦରୁ ବିଜ୍ଞାନ ଅବା ବିଜ୍ଞାନ ହେବ ବେଦ ଜାଣି ହୁଏ ନାହିଁ ମହତ କାହା ଲକ୍ଷ୍ୟ। କେ ରଖିବ ଏ ଧରାକୁ ବିଜ୍ଞାନ କି ଧର୍ମ କିଏ ନୀତିନିଷ୍ଠ କେହୁ କରୁଛି ଅଧର୍ମ। ଚିକିତ୍ସକମାନେ ଯଦି ନ ହେବେ ସଜାଗ ଅର୍ଥ ବଳେ ବିଜ୍ଞାନ ଯେ ଆଣିବ ଦୁର୍ଭାଗ୍ୟ। ଅର୍ଥବଳେ ବନ୍ଧ୍ୟା ହେବ ସୌଭାଗ୍ୟବତୀ ଅଙ୍ଗଦାନ ରୋପଣ ଚାଲିବ ଅର୍ଥ ବଳେ ନିତି। ନିଶା ଔଷଧ ନ ହୋଇ ଆସକ୍ତ କରିବ ସଭିଙ୍କୁ ନିଶାସକ୍ତ କି କରିବେ ଜଣା ବା କାହାକୁ ? ଅପପ୍ରୟୋଗ ହୋଇଲେ ଡ଼ାକ୍ତରୀ ଚିକିତ୍ସା ଧ୍ୱଂସ ଯିବ ଏପ୍ରକୃତି ଭୋଗିବା ଦୁର୍ଦ୍ଦଶା। Share
Comments are closed.