କମନ୍‌େୱଲ୍‌ଥ ଗେମ୍‌ସରେ ମହିଳା କ୍ରିକେଟ୍‌: ପରାଜୟରୁ ଭାରତର ଅଭିଯାନ

୩ ୱିକେଟ୍‌ରେ ଜିତିଲା ଅଷ୍ଟ୍ରେଲିଆ

ବର୍ମିଂହାମ୍‌ : ରାଜ୍ୟଗୋଷ୍ଠୀ କ୍ରୀଡା ବିଗୁଲ ବାଜି ସାରିଛି । ମହିଳା କ୍ରିକେଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତକୁ ୩ ୱିକେଟ୍‌ରେ ହରାଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୫୪ ରନ୍‌ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୯ ଓଭରରେ ୧୫୭/୭ ରନ୍‌ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । ରେଣୁକା ସିଂଙ୍କ ୪ ୱିକେଟ୍‌ ସତ୍ତେ୍ୱ ଭାରତ ପ୍ରଥମ ମ୍ୟାଚ ହାରିଯାଇଛି । ଭାରତର ମେଘନା ସିଂ ଏହି ମ୍ୟାଚ ଖେଳି ଅନ୍ତର୍ଜାତୀୟ ଟି-୨୦ରେ ଡେବୁ୍ୟ କରିଛନ୍ତି ।

କମନ୍‌େୱଲ୍‌ଥ ଗେମ୍‌ସରେ ମହିଳା କ୍ରିକେଟ୍‌: ପରାଜୟରୁ ଭାରତର ଅଭିଯାନ

ଟସ୍‌ ଜିତି ଅଧିନାୟିକା ହରମନପ୍ରୀତ କୌର ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ସ୍ମୃତି ମନ୍ଧାନାଙ୍କ ସହ ଶାଫଳୀ ବର୍ମା ପାଳି ଆରମ୍ଭ କରିଥିଲେ । ସ୍ମୃତି ୧୭ ବଲ୍‌ରୁ ୨୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ମାତ୍ର ୨ ରନ୍‌ ପାଇଁ ଶାଫଳୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଶାଫଳୀ ୩୩ ବଲ୍‌ରୁ ୪୮ ରନ୍‌ କରିଥିଲେ । ଜସ୍ତିକା ଭାଟିଆ ୮ ରନ୍‌, ହରମନପ୍ରୀତ ୩୪ ବଲ୍‌ରୁ ୫୨ ଓ ଜେମିମା ରୋଡ୍ରିଗୁଏଜ୍‌ ୧୧ ରନ୍‌ କରିବାରୁ ଭାରତର ଦଳୀୟ ସ୍କୋର ୨୦ ଓଭରରେ ୧୫୪/୮ରେ ପହଞ୍ଚିଥିଲା ।

କମନ୍‌େୱଲ୍‌ଥ ଗେମ୍‌ସରେ ମହିଳା କ୍ରିକେଟ୍‌: ପରାଜୟରୁ ଭାରତର ଅଭିଯାନ

ଅଷ୍ଟ୍ରେଲିଆର ଜେସ୍‌ ଜନସେନ୍‌ ୪ଟି, ମେଗନ ସ୍କଟ୍‌ ୨ଟି ଓ ଡାର୍ସି ବ୍ରାଉନ୍‌ ଗୋଟିଏ ୱିକେଟ୍‌ ସଫଳତା ପାଇଥିଲା । ୧୫୫ ରନ୍‌ର ବିଜୟଲକ୍ଷ୍ୟକୁ ଅଷ୍ଟ୍ରେଲିଆ ପିଛା କରିଥିଲା । ଆଲିସା ହେଲି ବିନା ସ୍କୋରରେ ଆଉଟ୍‌ ହୋଇଥିବା ବେଳେ ବେଥ ମୁନି ୧୦, ଅଧିନାୟିକା ମେଗ ଲନିଂ ୮, ଥାଲିଆ ମ୍ୟାଗରାଥ ୧୪ ରନ୍‌ କରି ରେଣୁକା ସିଂଙ୍କ ଶିକାର ହୋଇଥିଲେ । ରଚେଲ ହାଇନିସ୍‌ ୯ ରନ୍‌, ଆସଲେ ଗାର୍ଡନର ଅପରାଜିତ ୫୨ ରନ୍‌ର ଇନିଂସ ଖେଳି ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ । ଗ୍ରେସ ହ୍ୟାରିସ୍‌ ୩୭ ଓ ଆଲାନ୍‌ କିଙ୍ଗ ୧୮ ରନ କରିବାରୁ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ଜିତି ଅଭିଯାନ ଆରମ୍ଭ କରିଛି । ଭାରତର ରେଣୁକା ସିଂ ୪ଟି, ଦୀପ୍ତି ଶର୍ମା ୨ଟି ଓ ମେଘନା ସିଂ ଗୋଟିଏ ୱିକେଟ୍‌ ସଫଳତା ହାସଲ କରିଥିଲେ । ବିଜୟ ସହ ଅଷ୍ଟ୍ରେଲିଆ ପୂର୍ଣ୍ଣ ସଂଖ୍ୟକ ଦୁଇ ପଏଣ୍ଟ ପାଇଛି ।

Comments are closed.