ବିବାହ କରିବେ ଆଥିଆ ସେଟ୍ଟି ଓ କ୍ରିକେଟର୍‌ କେ.ଏଲ୍‌ ରାହୁଲ୍‌

ମୁମ୍ବାଇ: ଜୁଲାଇ ୧୩: ବଲିଉଡ୍‌ ନାୟିକା ଆଥିୟା ସେଟ୍ଟୀ ଓ କ୍ରିକେଟର୍‌ କେ ଏଲ୍‌ ରାହୁଲଙ୍କ ଲଭ୍‌ ଷ୍ଟୋରୀ ଏବେ ଖୁବ୍‌ ଚର୍ଚ୍ଚାରେ । ଏହି ଦୁଇ ଯୋଡି କେବେ ବିବାହ ବନ୍ଧନରେ ଆବଦ୍ଧ ହେବେ ତାକୁ ନେଇ ତାଙ୍କ ପ୍ରଶଂସକଙ୍କ ମହଲରେ ଅନେକ କଲ¬ନା ଜଳ୍ପନା ଲାଗି ରହିଛି । ତେବେ ଦୁଇ ସେଲିବ୍ରିଟିଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର । ଏମାନେ ଖୁବ୍‌ ଶିଘ୍ର ବିବାହ କରିବାକୁ ଯାଉଛନ୍ତି । ସୁନିଲ୍‌ ସେଟ୍ଟୀଙ୍କ ଅଲିଅଳି କନ୍ୟା ଆଥିୟା ହେବେ ରାହୁଲଙ୍କ ଧର୍ମପତ୍ନୀ । ଦୀର୍ଘ ୩ ବର୍ଷରୁ ଦୁହେଁ ପରସ୍ପରଙ୍କୁ ଭଲ ପାଇ ଆସୁଛନ୍ତି । ବୟଫ୍ରେଣ୍ଡ୍‌ ରାହୁଲ୍‌ଙ୍କ ସଫଳ ସର୍ଜରୀ ପରେ ଏହି କପଲ ଏବେ ଜର୍ମାନୀରୁ ଇଣ୍ଡିଆ ଫେରିଛନ୍ତି । ସଦ୍ୟତମ ରିପୋର୍ଟ ଅନୁସାରେ ୩ ମାସ ମଧ୍ୟରେ ବିବାହ କରିବେ ଏହି ସେଲିବ୍ରିଟି ଯୋଡି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଆଥିୟା ଓ ରାହୁଲଙ୍କ ବିବାହ ଆଗାମୀ ତିନି ମାସରେ ମୁମ୍ବାଇରେ ହେବାକୁ ଯାଉଛି ।

Govt

Comments are closed.