କିଲୋ ପ୍ରତି ଚାହାପତିର ମୂଲ୍ୟ ଏକ ଲକ୍ଷ ଟଙ୍କା

ଚାହା ପିଇବାକୁ ସମସ୍ତେ ପ୍ରାୟ ଭଲପାଆନ୍ତି । ହେଲେ ଦାମୀ ଚାହା ବିଷୟରେ କେବେ ଶୁଣିଛନ୍ତି । ଯାହାର ମୂଲ୍ୟ କିଲୋ ପ୍ରତି ଏକ ଲକ୍ଷ ଟଙ୍କା । ସେହି ଦାମୀ ଚାହା ହେଉଛି- ମନୋହରି ଗୋଲï ଟି’ । ଆସାମର ଏହି ନିଆରା ଚାହା ପତି ନିଜର ଦାମ ପାଇଁ ସର୍ବଦା ଚର୍ଚ୍ଚିତ । ତେବେ ବର୍ତ୍ତମାନ ଏହାର ଦାମ ପହଞ୍ଚିଛି ଏକ ଲକ୍ଷ ଟଙ୍କାରେ । କିଲୋ ପ୍ରତି ଏହି ଚାହାପତି ଏକ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଗୌହାଟିରେ ଆୟୋଜିତ ଏକ ଚାହା ନିଲାମୀରେ ଏହା ଏକ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ମନୋହରି ଗୋଲï ଟି’ର ଚାହାପତି ନାମ ହେଉଛି ‘ଗୋଲ୍‌ଡ଼େନ୍‌ ବଟର ଫ୍ଲାଏ’ ଚାହାପତି ।

କିଲୋ ପ୍ରତି ଚାହାପତିର ମୂଲ୍ୟ ଏକ ଲକ୍ଷ ଟଙ୍କା
ପୂର୍ବରୁ ୨୦୨୦ରେ ଏହି ଚାହାର ନିଲାମ ୭୫ ହଜାର ଟଙ୍କାରେ ହୋଇଥିଲା । ଏହି ଚାହାପତିର ଚାହିଦା ବେଶ ଅଧିକା ଥିବାରୁ ଏହାର ଦାମ ପ୍ରତିଥର ବଢିବଢି ଚାଲିଛି । ୨୦୧୮ରେ ଏହାର ଦାମ ୩୯ ହଜାର ଥିବାବେଳେ ୨୦୧୯ରେ ଏହାର ଦାମ ପହଞ୍ଚିଥିଲା ୫୦ ହଜାରରେ । ପ୍ରତିବର୍ଷ ଏହି ଚାହାପତି ନିଜେ ନିଜର ରେକର୍ଡ ଭାଙ୍ଗି ଚାଲିଛି ।
କିଲୋ ପ୍ରତି ଚାହାପତିର ମୂଲ୍ୟ ଏକ ଲକ୍ଷ ଟଙ୍କା

ଏହାର ବିଶେଷ ସ୍ୱାଦ ଏବଂ ସୁଗନ୍ଧ ହିଁ ଚାହାର ଚାହିଦା ଦିନକୁ ଦିନ ବୃଦ୍ଧି କରୁଛି । ଏଣୁ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି ।

Launching Ceremony of “AYUSHMAN BHARAT

Comments are closed.