ୱାସିଂଟନ୍: ଆମେରିକୀୟ ପ୍ରଦେଶ ମେରିଲାଣ୍ଡର ଉପରାଜ୍ୟପାଳ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇ ମଙ୍ଗଳବାର ଦିନ ଅରୁଣା ମିଲର୍ ପ୍ରଥମ ଭାରତୀୟ-ଆମେରିକୀୟ ରାଜନେତ୍ରୀ ଭାବେ ଇତିହାସ ସୃଷ୍ଟି କରିଛନ୍ତି । ଆମେରିକାର ରାଜଧାନୀ ସଂଲଗ୍ନ ମେରିଲାଣ୍ଡ୍ ହାଉସର ପୂର୍ବତନ ପ୍ରତିନିଧି ୫୮ ବର୍ଷୀୟ ମିଲର୍ ‘ଡେମୋକ୍ରାଟିକ୍ ପାର୍ଟି’ର ନିର୍ବାଚିତ ରାଜ୍ୟପାଳ େୱସ୍ ମୁଙ୍ର୍କ ପକ୍ଷରେ ଥାଇ ଉପରାଜ୍ୟପାଳ ଟିକେଟ୍ ପାଇଥିଲେ । ରାଜ୍ୟପାଳ ପରେ ଉପରାଜ୍ୟପାଳ ହେଉଛି ଆମେରିକୀୟ ପ୍ରଦେଶର ସର୍ବୋଚ୍ଚ ସରକାରୀ ପଦବୀ । ଗଭଣ୍ଣର୍ର୍ ରାଜ୍ୟ ବାହାରେ ଥିଲେ ବା କ୍ଷମତାଚ୍ୟୁତ ହେଲେ ଉପରାଜ୍ୟପାଳ ତାଙ୍କ ଭୂମିକା ନିର୍ବାହ କରନ୍ତି ।
ମଙ୍ଗଳବାର ସନ୍ଧ୍ୟାର ବେଳେ ଭୋଟ୍ ଗ୍ରହଣ ଶେଷ ହେବା ପରେ ପରେ ମୁର୍ ଏବଂ ମିଲର୍ ସେମାନଙ୍କ ‘ରିପବ୍ଲିକାନ୍’ ପ୍ରତିଦ୍ୱନ୍ଦ୍ୱିଙ୍କୁ ପରାସ୍ତ କରିଥିବା କଥା ଘୋଷଣା କରାଯାଇଥିଲା । ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପ-ରାଷ୍ଟ୍ରପତି କମଳା ହାରିସ୍ ମୁର୍ ଓ ମିଲରଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦରେ ଜନ୍ମିତା ମିଲର୍ ୭ ବର୍ଷ ବୟସରେ ପିତାମାତାଙ୍କ ସହିତ ଆମେରିକା ଚାଲିଯାଇଥିଲେ । ନ୍ୟୁୟର୍କରେ ଲାଳିତପାଳିତ ହୋଇଥିବା ଅରୁଣା ‘ମିସେରି ୟୁନିଭର୍ସିଟି ଅଫ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜି’ରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଛନ୍ତି ।
୧୯୯୦ରେ ସେ ମେରିଲାଣ୍ଡ୍ ଯାଇ ସେଠାକାର ମଣ୍ଟେVାମେରି କାଉଣ୍ଟିରେ ଏକ ସ୍ଥାନୀୟ ପରିବହନ ବିଭାଗରେ ୨୫ ବର୍ଷ ଧରି କାର୍ଯ୍ୟ କରିଥିଲେ । ଅରୁଣା ଡେଭିଡ୍ ମିଲଙ୍ର୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କର ୩ଟି ଝିଅ ଅଛନ୍ତି । ସେ କହିଛନ୍ତି, ୧୯୭୨ ମସିହାରେ ଏ ଦେଶକୁ ଆସିବା ପରଠାରୁ ଆମେରିକାର ପ୍ରତିଶ୍ରୁତି ରକ୍ଷା ନିମନ୍ତେ ମୁଁ କେବେ କୁଣ୍ଠିତ ହୋଇନାହିଁ । ସମସ୍ତଙ୍କ କ୍ଷେତ୍ରରେ ପ୍ରତିଶ୍ରୁତି ପୂରଣ ଦିଗରେ ସଂଗ୍ରାମ କରିବା ଉଦ୍ୟମରୁ ମୁଁ ବିରତ ହେବିନାହିଁ । ଆମେ ବାସ କରୁଥିବା ମେରିଲାଣ୍ଡରେ କେହି ଯେମିତି ଅନଗ୍ରସର ନ ରୁହନ୍ତି- ଏ ଭଳି ପ୍ରତିବଦ୍ଧତାର ସହିତ ଏହି ପ୍ରତିଶ୍ରୁତିର ଶୁଭାରମ୍ଭ କରାଯାଉଛି ।
Comments are closed.