ସେନା କର୍ମଚାରୀଙ୍କୁ ନେଇ ଦେଶ ସର୍ବଦା ଗର୍ବ କରିଥାଏ । ଦେଶର ସୁରକ୍ଷା ଭାର ସେମାନଙ୍କ ଉପରେ ରହିଛି । ତେବେ କେତେକ ସେନା କର୍ମଚାରୀ ଅଛନ୍ତି ଯିଏ ଦେଶ ସୁରକ୍ଷା ଛଡା ଅନେକ ଏଭଳି କାର୍ଯ୍ୟ କରନ୍ତି ଯାହା ଦେଶର ଗର୍ବକୁ ଦ୍ୱିଗୁଣିତ କରିଥାଏ । ସେହିଭଳି ଜଣେ ସେନା କର୍ମଚାରୀ ଦେଶ ପାଇଁ ଗର୍ବ ଆଣିଛନ୍ତି । ନିଜ ନାମରେ ଏକ ନିଆରା ରେକର୍ଡ ସାମିଲ କରିଛନ୍ତି । ଭାରତୀୟ ସେନାର ଶ୍ରୀପଦ ଶ୍ରୀରାମ ମାତ୍ର ୩୪ଘଣ୍ଟା ୫୪ ମିନିଟ୍ରେ ସାଇକେଲରେ ୪୭୨ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି । ଏହି ସମୟରେ ସେ ଲେହ ଲଦାଖରୁ ମନାଲି ପର୍ଯ୍ୟନ୍ତ ଗସ୍ତ କରିଛନ୍ତି । ସେନା ପକ୍ଷରୁ ଟୁଇଟର୍ରେ ଏ ନେଇ ସୂଚନା ଦିଆଯାଇଛି । ଶ୍ରୀପଦ ଏହି ଯାତ୍ରା ଶନିବାର ସକାଳ ୪ଟାରୁ ଆରମ୍ଭ କରିଥିଲେ, ଯାହା ତା’ ପରଦିନ ରବିବାର ଅପରାହ୍ନରେ ସରିଥିଲା । ଶ୍ରୀପଦ ଫିଟ୍ନେସ୍ର ଉଦାହରଣ ସହ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ସେନା ପକ୍ଷରୁ କୁହାଯାଇଛି । ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଶ୍ରୀପଦଙ୍କର ଏଭଳି ପଦକ୍ଷେପକୁ ବେଶ୍ ପ୍ରଶଂସା କରିଛନ୍ତି । ଶ୍ରୀପଦ ବିଭିନ୍ନ ପ୍ରକାରର ସମସ୍ୟାକୁ ଅତିକ୍ରମ କରି ଦେଶ ପାଇଁ ଗୌରବ ଆଣିଥିବାରୁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“Fitness a way of life”
Lieutenant Colonel Sripada Sriram from #StrikeOne will attempt to break #guniessworldrecord for ‘Fastest Solo Cycling (Men)’ from #Leh to #Manali with a distance of 472 Km on 25 Sep 2021.@adgpi @PRODefSrinagar @PIB_India @UCI_cycling @DIPR_Leh pic.twitter.com/S7IR9vqIEt
— NorthernComd.IA (@NorthernComd_IA) September 20, 2021
Comments are closed.