ଦୋହା : ପରାଜୟ ଦୁଃଖ ଭୁଲି କ୍ରମାଗତ ଦ୍ୱିତୀୟ ବିଜୟ ସହ ଆର୍ଜେଣ୍ଟିନା ଦଳ ପି୍ରକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦୁଇଥରର ଚାମ୍ପିଅନ ଆର୍ଜେଣ୍ଟିନା ଗ୍ରୁପ-ସି’ର ଶେଷ ମ୍ୟାଚ୍ରେ ପୋଲାଣ୍ଡକୁ ୨-୦ ଗୋଲରେ ହରାଇଥିଲା । ୬ ପଏଣ୍ଟ ସହ ଆର୍ଜେଣ୍ଟିନା ରାଉଣ୍ଡ ୧୬ରେ ସ୍ଥାନ ପMା କରିଥିଲା । ଆଗାମୀ ୪ ତାରିଖରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ୱାର୍ଟର ଫାଇନାଲ ଯୋଗ୍ୟତା ନିମନ୍ତେ ମୁକାବିଲା ହେବ । ପୋଲାଣ୍ଡ ପରାଜିତ ହୋଇଥିଲେ ହେଁ ନକ୍ଆଉଟରେ ପ୍ରବେଶ କରିଛି । ଅନ୍ୟ ମ୍ୟାଚରେ ମେକ୍ସିକୋ ୨-୧ ଗୋଲରେ ସାଉଦୀଆରବକୁ ହରାଇବାରୁ ପୋଲାଣ୍ଡର ନକ୍ଆଉଟ ସ୍ୱପ୍ନ ସଫଳ ହୋଇଥିଲା ।
ପୋଲାଣ୍ଡ ବିପକ୍ଷ ମ୍ୟାଚରେ ଆର୍ଜେଣ୍ଟିନା ପ୍ରଭାବ ବିସ୍ତାର କରି ଖେଳିଥିଲା । ପୂର୍ବ ମ୍ୟାଚଗୁଡ଼ିକ ତୁଳନାରେ ଶେଷ ମ୍ୟାଚରେ ଆର୍ଜେଣ୍ଟିନା ଖେଳାଳିଙ୍କ ତାଳମେଳ ଠିକ ରହିଥିଲା । ଡାହାଣ ପାଶ୍ୱର୍ରୁ ଆଞ୍ଜେଲ ଡି.ମାରିଆ ଓ ବାମ ପାଶ୍ୱର୍ରୁ ଏନ୍ଜୋ ଫର୍ଣ୍ଣାଣ୍ଡିଜ ପୋଲାଣ୍ଡର ରକ୍ଷଣଭାଗ ଭେଦ କରିଥିଲେ । ମଝିରେ ଖେଳୁଥିବା ଲିଓନେଲ ମେସି ଗୋଲ ସୁଯୋଗ ସୃଷ୍ଟି କରିଥିଲେ । ଆର୍ଜେଣ୍ଟିନାର ଆକ୍ରମଣ ପ୍ରତି ପୋଲାଣ୍ଡ ସତର୍କ ରହିଥିଲା । ତେଣୁ ପ୍ରତିଆକ୍ରମଣ ଛାଡ଼ି ଦଳ କେବଳ ରକ୍ଷଣ ଭାଗ ଉପରେ ଧ୍ୟାନ କେନ୍ଦ୍ରୀତ କରିଥିଲା । ଆର୍ଜେଣ୍ଟିନା ବାରମ୍ବାର ଆକ୍ରମଣ କରିଥିଲା । ୩୭ତମ ମିନିଟରେ ପୋଲାଣ୍ଡ ଗୋଲକିପର ବୋଜିସ ଛକ ବକ୍ସ ନିକଟରେ ମେସିଙ୍କୁ ଫାଉଲ ମାରିଥିଲେ । ରିଭୁ୍ୟରେ ଫାଉଲ ସ୍ପଷ୍ଟ ହୋଇଥିଲା । ତେଣୁ ଆର୍ଜେଣ୍ଟିନାକୁ ପେନାଲଫି ମିଳିଥିଲା । ମେସି ପେନାଲïି ମାରିଥିଲେ ହେଁ ଏହା ଗୋଲ ହୋଇ ନଥିଲା । ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୧୨ଟି ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ୍ ହୋଇ ନଥିଲା ।
ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେଉହେଉ ଆର୍ଜେଣ୍ଟିନା ଗୋଲ ଖାତା ଖୋଲିଥିଲା । ୪୬ତମ ମିନିଟରେ ନହ୍ୱଲ ମୋଲିନାଙ୍କ ଏକ ପାସ୍କୁ ଆଲେକ୍ସିସ ମାକ୍ଆଲିଷ୍ଟର ଗୋଲରେ ପରିଣତ କରିଥିଲେ । ଏହାପରେ ଆର୍ଜେଣ୍ଟିନା ବାରମ୍ବାର ଆକ୍ରମଣ ଜାରି ରଖି ଗୋଲ ସୁଯୋଗ ସୃଷ୍ଟି କରିଥିଲା । ୬୭ତମ ମିନିଟରେ ଇଞ୍ଜୋ ଫର୍ଣ୍ଣାଣ୍ଡିଜଙ୍କ ପାସ୍କୁ ଜୁଲିଆନ ଆଲ୍ଭାରେଜ ଗୋଲରେ ପରିଣତ କରିଥିଲେ ।

Comments are closed.